‘ମୁଁ ପଛକୁ ଫେରିବାକୁ ଚାହୁଁଛି, ମୋର ସବୁ ମନେ ପଡୁଛି…’ କହି ସୋସିଆଲ ମିଡିଆରେ ଇମୋସନାଲ ପୋଷ୍ଟ କଲେ Anubhav Mohanty

ମୁଁ ପଛକୁ ଫେରିବାକୁ ଚାହୁଁଛି । ଆଜି ଅତୀତର ସବୁ କଥା ମନେ ପଡିଯାଉଛି, ସେସବୁ ମୁଁ ଭୁଲିପାରୁନି । ଆଜି ଟିକିଏ ଦୂରତା ବଢି ଯାଇଥିଲେ ବି ସେହି ସମୟର ସ୍ମୃତି ଆଜି ବି ଆଖିରେ କୁହ ଭରି ଦେଉଛି । ବହୁଦିନର ଅପେକ୍ଷା ପରେ ଅନୁଭବଙ୍କୁ ନ୍ୟାୟ ଦେଇଛନ୍ତି ମାନ୍ୟବର କୋର୍ଟ । ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ଯଥାଶୀଘ୍ର ପାଳନ କରି ପତ୍ନୀ ବର୍ଷାଙ୍କୁ ୩୦ ହଜାର ଟଙ୍କା ମଧ୍ୟ ପଠାଇ ଦେଇଛନ୍ତି ଅନୁଭବ । ଏବେ ବର୍ଷା ନିଜ ହିସାବରେ ସୁରକ୍ଷିତ ଘର ଟିଏ ନେଇ ରହିପାରିବେ ।

ମାସକୁ ମାସ ରହଣି ଟଙ୍କା ପଠାଇଦେବେ ଅନୁଭବ। ତାଙ୍କୁ ଏନେଇ କୌଣସି ଅସୁବିଧା ହେବନାହିଁ । କିନ୍ତୁ ଅନୁଭବ କହିଛନ୍ତି ଯେ, ସେ ପଛକୁ ଫେରିବାକୁ ଚାହୁଁଛନ୍ତି । ଅତୀତର କୋମଳ ବୟସ ଓ ଅଭୂଲା ସ୍ମୃତି ସବୁକୁ ଫେରାଇ ଆଣିବା ଅସମ୍ଭବ ଅଟେ, ସେସବୁ କେବେବି ଫେରି ଆସିବନି । କିନ୍ତୁ ଏହି ଫଟୋ ଦେଖିଲେ ବହୁତ କିଛି ମନେ ପଡିଯାଉଛି । ସାଂସଦ ଅନୁଭବ ମହାନ୍ତି ନିଜ ପିଲାଦିନର ଏକ ଫଟୋ ଶେୟାର କରି ଭାବୁକ ହୋଇ ଏକ ପୋଷ୍ଟ ଲେଖିଛନ୍ତି ।

ଅନୁଭବଙ୍କ ପିଲାଦିନର ଏହି ଫଟୋରେ ଭାଇଭଉଣୀ ମା ସବୁ ପାଖରେ ଅଛନ୍ତି ଓ ମା ସେମାନଙ୍କ ଯତ୍ନ ନେଉଛନ୍ତି । ଯାହାକୁ ମନେପକାଇ ଅନୁଭବ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ହାସଟ୍ୟାଗ ଦେଇ ଲେଖିଛନ୍ତି କି, ଲେଟ ମି ଗୋ ବ୍ୟାକ ପ୍ଳିଜ । ଅନୁଭବଙ୍କ ପିଲାଦିନରୁ ନେଇ ଏବେ ପର୍ଯ୍ୟନ୍ତ ବହୁତ କିଛି ବଦଳି ଯାଇଛି । ଉଚ୍ଚତା ଇ ବୟସ ବଢିବ ସହ ପରିବାର ପ୍ରତି କର୍ତ୍ତବ୍ୟ ମଧ୍ୟ ବଢିଯାଇଛି ।

ଏହାରି ମଧ୍ୟରେ ବାପାମା’ଙ୍କୁ ଦୁଃଖ ଦେଇଥିବା ଅନୁଭବ କରି ଝୁରି ହେଉଛନ୍ତି ଅନୁଭବ । ପତ୍ନୀ ବର୍ଷାଙ୍କ ସହ ପାରିବାରିକ ବିବାଦ ପରେ ଘରର ବାତାବରଣ ଏକଦମ ବଦଳିଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଥର କହିଛନ୍ତି ଅନୁଭବ । ସେ ସବୁବେଳେ କୁହନ୍ତି କି ତାଙ୍କ ବାପାମା’ଙ୍କୁ ସେ ବହୁତ ଭଲ ପାଆନ୍ତି ସେମାନଙ୍କୁ କେବେବି କଷ୍ଟ ଦେବାକୁ ଚାହାନ୍ତିନି । ଯେଉଁଥି ପାଇଁ ବର୍ଷାଙ୍କୁ ତାଙ୍କ ଘର ଛାଡି ଅନ୍ୟତ୍ର ଯାଇ ରହିବା ପାଇଁ ଅନୁରୋଧ କରିବା ସହ କୋର୍ଟରେ ମଧ୍ୟ ଆବେଦନ କରିଥିଲେ ।

ଆଉ ଏବେ ବର୍ଷାଙ୍କୁ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଶୁଣାଣି ଆସିବା ପରେ ଅନୁଭବ କାନ୍ଦି ପକାଇବାର ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ସେହି ଘରେ ନିଜ ପରିବାରକୁ ଦେଖିବାକୁ ଯାଉଥିବାରୁ ଏହାକୁ ସେ ଖୁବ ଇମୋସନାଲ ହୋଇ ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।