ଆଜିର ରାଶିଫଳ, 5 ଜୁନ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦୈନିକ କାମରେ ଫସି ରହିବେ । ଆଜି ଦିନରେ ପରିବାର ମଧ୍ୟରେ କୌଣସି ଶୁଭ କାମର ଚର୍ଚ୍ଚା ହୋଇପାରେ ଓ ଆରମ୍ଭ ମଧ୍ୟ ହୋଇପାରେ । ଆଜି ଜୀବନ ସାଥି ଓ ବଡ ମାନଙ୍କ ସହ ଆନନ୍ଦରେ ସମୟ ବ୍ଯତୀତ କରିବେ । ଟଙ୍କା ପଇସା ମାମଲାରେ ପାର୍ଟନର ସିପ ରେ ନୂଆ ବ୍ୟବସାୟ ହୋଇପାରେ । ଭାଗ୍ୟ ଉପରେ ଭରସା ରଖନ୍ତୁ । ଆତ୍ମବିଶ୍ଵାସ ସହକାରେ କାମ କରନ୍ତୁ । ଭୁଲ ଧାରଣା କାରଣରୁ ସମ୍ପର୍କରେ ସମସ୍ଯା ଆସିପାରେ । ଆପଣ ଯାହା ବି କରିବେ ସାକାରାତ୍ମକ ହୋଇ କରନ୍ତୁ ।

ବୃଷ ରାଶି : ଅଦାଲତି ମାମଲାରେ ପଡିବାରୁ ବଞ୍ଚିତ ହୁଅନ୍ତୁ । ଆପଣଙ୍କର ସାକାରାତ୍ମକ ବିଚାର କାହାକୁ ପ୍ରଭାବିତ କରିପାରେ । ଆଜି ଆପଣ ଆଗାମୀ ସମୟ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଅପେକ୍ଷା କରିଥିବା କାମରେ ବିଳମ୍ବ ହୋଇପାରେ । କାର୍ଯ୍ୟ କରି ଚାଲନ୍ତୁ ଆପଣଙ୍କୁ ମେହନତର ଫଳ ପ୍ରାପ୍ତ ହେବ । ଆବଶ୍ୟକ ବସ୍ତୁ ହଜି ଯାଇପାରେ । ବଜାରର ସ୍ଥିତି କୁ ବୁଝିବା ପାଇଁ ସମ ଦିଅନ୍ତୁ । ଆଜି ନିବେଶ କରିବାରୁ ବଞ୍ଚିତ ହୁଅନ୍ତୁ ।

ମିଥୁନ ରାଶି : ବେପାରୀଙ୍କୁ ଆଜି ନୂଆ ଗ୍ରାହକ ମିଳିବାର ସମ୍ଭାବନା ରହିଛି । ଆଜି ଧାର୍ମିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବଢିବ ଓ ଆପଣ ପୁରା କରିବେ । କାର୍ଯ୍ୟ କ୍ଷେତ୍ର ରେ ବରିଷ୍ଠ ଅଧିକାରି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ । କିନ୍ତୁ ଆପଣ ନିଜର ଚେଷ୍ଟା ବଳରେ ସଫଳତା ହାସଲ କରିବେ । ଆଜି ଆପଣଙ୍କର ଶାରୀରିକ ଫୁର୍ତ୍ତି ଓ ମାନସିକ ପ୍ରଫୁଲ୍ଲତା ରହିବ । ପରିବାର ର ସହଯୋଗ ପ୍ରାପ୍ତ ହେବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି : ଆଜି ସହଯୋଗୀ ମାନଙ୍କର ପୁରା ସହଯୋଗ ମିଳିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଅଫିସରେ ବାତାବରଣ ଅନୁକୂଳ ରହିବ । କାମର ପ୍ରେସର କମ ରହିବ । ଜୁନିୟର ଆପଣଙ୍କ ଠାରୁ ସାହାଜ୍ଯ ନେବେ । ଜୀବନ ସାଥିଙ୍କ କୌଣସି ମନ ପସନ୍ଦର ଜିନିଷ କିଣିବ ପାଇଁ ଇଚ୍ଛା କରିବେ । ବିଦେଶ ଯାତ୍ରା ଯୋଗ ରହିଛି । ଭୌତିକ ସୁଖରେ ବୃଦ୍ଧି ହେବ । କୌଣସି ମହଙ୍ଗା ବସ୍ତୁର କ୍ରୟ କରିବେ । ଜରୁରୀ କାମ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ ରାଶି :  ଆଜି ଆପଣ ମେହନତ ବଳରେ କାମରେ ସଫଳ ହେବେ । କୌଣସି ନିସ୍ପତି ନେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ । ନଚେତ କୌଣସି ଅନୁଭବି ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ନିଅନ୍ତୁ ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ଆଜି ଆପଣଙ୍କୁ ଶତ୍ରୁ ପକ୍ଷ ଙ୍କ ଠାରୁ ସାବଧାନ ରହିବାର ଜରୁରତ ଅଛି । କାରଣ ଏହି ସମୟରେ ଆପଣଙ୍କର ସମୟ ସକ୍ରିୟ ରହିବ ଯାହା ଆପଣଙ୍କ ପାଇଁ କ୍ଷତି ଆଣିପାରେ । କାରୋବାରରେ ଭଲ ଆୟ ଅର୍ଜନ ହେବ ।

କନ୍ୟା ରାଶି : ଆଜି ଆପଣ ଧନ ସଞ୍ଚିତ କରିବାରେ କୌଣସି ସଠିକ ନିସ୍ପତି ଗ୍ରହଣ କରିବେ । କୌଣସି ବଡ ଯୋଜନା କରିବା ପାଇଁ ବିଚାର କରିବେ । ବିଜନେସ ରେ ଲାଭର ଯୋଗ ରହିଛି । ଆପଣଙ୍କ କଥାରେ ଲୋକ ମାନେ ପ୍ରଭାବିତ ହେବେ । ମିତ୍ର ମାନଙ୍କର ସାହାଜ୍ଯ କରିବା ପାଇଁ ଅବସର ପାଇବେ । କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । କିଛି କାମ ଯୋଜନା ଅନୁସାରେ ନ ହେବାରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ ।

ତୁଳା ରାଶି : ଆଜି ଆପଣଙ୍କୁ ସବୁ କାମରେ ମେହନତ କରିବାର ଆବଶ୍ୟକତା ରହିଛି । ମାତା ପିତାଙ୍କ ସମ୍ପର୍କ ମଧୁର ରହିବ । ଆଜି କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହି । ଛୋଟ ଛୋଟ କଥାରେ କାହା ସହ ବିବାଦ କରନ୍ତୁ ନାହି । ପାରିବାରିକ ବାତାବରଣ ସୁଖଦ ରହିବ । ଭବିଷ୍ୟତ କୁ ଦୃଷ୍ଟିରେ ରଖି ନିବେଶ କରିବା ପାଇଁ ଅବସର ସନ୍ଧାନରେ ରହିବେ । ଏହି ସମୟ ଧନ ସଞ୍ଚିତ କରିବା ପାଇଁ  ଠିକ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।

ବିଛା ରାଶି : ଆୟ ରେ ବୃଦ୍ଧି ହେବ । ନୂଆ ମିତ୍ର ସ୍ଥାପନ କରିବେ । ସମ୍ପର୍କର ଲାଭ ଉଠାଇବେ । ଧର୍ମ କର୍ମରେ ରୁହକି ବଢିବ । କୌଣସି ପ୍ରିୟଜନଙ୍କ ସହ ଭେଟ ହୋଇପାରେ । ମନ କଥା କହିବାର ଅବସର ପାଇବେ । ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ମାନ ସାମନାରେ ବୃଦ୍ଧି ହେବ । ବ୍ୟାକିଙ୍ଗ କ୍ଷେତ୍ର ରେ ଜଡିତ ଲୋକଙ୍କୁ କୌଣସି ଭଲ ଖବର ମିଳିପାରେ । ପଦ ଉନ୍ନତି ହେବାର ସମ୍ଭାବନା ରହିଛି । ନିଜର ଖୁସି ଦୁଇ ଗୁଣା କରିବା ପାଇଁ ପରିବାର ଲୋକଙ୍କର ସହଯୋଗ ପାଇବେ ।

ଧନୁ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ସ୍ଥିତି ଅନୁକୂଳ ରହିବ । ପ୍ରଗତିର ରାସ୍ତା ଖୋଲିବ । ପ୍ରେମ ପ୍ରସଙ୍ଗ କାରଣରୁ ପରିବାରରେ ବିବାଦ ହୋଇପାରେ । ବାଣୀ ଉପରେ ସାନ ଜମା ରଖନ୍ତୁ । ଅଚାନକ ଯାତ୍ରା କରିବେ । ପୂଜା ପାଠ ରେ ମନ ଲାଗିବ । ଅନାବଶ୍ୟକ ଖର୍ଚ୍ଚ ପ୍ରତି ଆପଣ ଧ୍ୟାନ ଦେବେ ଯାହା ଆପଣଙ୍କ ପାଇଁ ଭଲ ହେବ । କୌଣସି ଜରିରୀ ଲୋକଙ୍କୁ ସାହାଜ୍ଯ କରିବାରେ ସଙ୍କୋଚ କରନ୍ତୁ ନାହି ।

ମକର ରାଶି : ଆପଣ ନିଜର ଖରାପ ଅଭ୍ଯାସ ର ପରିବର୍ତ୍ତନ କରନ୍ତୁ । ନିଜ ନିସ୍ପତି ଉପରେ କାୟମ ରହିବାକୁ ଚେଷ୍ଟା କରନ୍ତୁ । ଯାତ୍ରା ଦ୍ଵାରା ଲାଭବାନ ହେବେ । କ୍ରୋଧ ଉପରେ ଆପଣଙ୍କୁ ସଂଯମ ରଖିବାକୁ ହେବ । ଯାହା କାରଣରୁ ପରିବାର ଲୋକଙ୍କ ମଧ୍ୟରେ ଖୁସି ବଜାୟ ରହିବ । ସନ୍ତାନ ମାନଙ୍କ ମଧ୍ୟରେ ମତଭେଦ ହୋଇପାରେ । ଅଟକି ରହିଥିବା ଧନ ଫେରି ପାଇବେ । ଅତିରିକ୍ତ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ଅଧିକ ହେବ । ଦିନ ସାରା ଲାଭର ଅବସର ପାଇବେ ।

କୁମ୍ଭ ରାଶି : ଆଜ୍ୟ ଆପଣ ଅନାବଶ୍ୟକ ବା ବାହାର ଖାଦ୍ୟ ଖାଆନ୍ତୁ ନାହି । ରାଜକୀୟ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କର ସବୁ ସମସ୍ୟାର ସମାଧାନର  ରାସ୍ତା ନଜର ଆସିବ । ଆଜି ନୂଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହୋଇପାରେ । କୌଣସି ପୁରୁଣା ମିତ୍ରା ଙ୍କ ସହ ଅଚାନକ ଭେଟ ବା ସମ୍ପର୍କ ସ୍ଥାପନ ହୋଇପାରେ । ଧନ ଲାଭ କରିବା ପାଇଁ ଆଜି ଆପଣ ନିଜର ପ୍ରତିଭାର ଦେଖାଇବେ । ଲୋକଙ୍କୁ ପ୍ରଭାବିତ କରିବାରେ ଆପଣ ସଫଳ ହେବେ ।

ମୀନ ରାଶି : ଆଜି ଆପଣଙ୍କର ନୂଆ ସମ୍ପର୍କ ସ୍ଥାପନ ହେବ । ଘରେ କଳହ ହେବା କାରଣରୁ ମାନସିକ ଅସାନ୍ତି ଅନୁଭବ କରିବେ । ମନ କଥା କହିବାର ଅବସର ପାଇବେ । କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ହୋଇପାରେ । ବ୍ୟବସାୟରେ ନୂଆ ଯୋଜନା ଲାଗୁ ହୋଇପାରେ । ରାଜନୈତିକ ସହଯୋଗ ମିଳିପାରେ । ବ୍ଯବସାୟିକ ପ୍ରତିଷ୍ଠା ବଢିପାରେ । କୌଣସି ଖାସ କାମରେ ବ୍ୟସ୍ତରେ ରହିବେ । କଠିନ ପରିଶ୍ରମର ବଡ ଲାଭ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।