ଏମିତି ବି ଆସେ ମୃତ୍ୟୁ ! ନାଚୁ ନାଚୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, କ୍ୟାମେରାରେ ହେଲା କଏଦ, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ଏହି ସଂସାରରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀଙ୍କର ଦିନେ ନା ଦିନେ ମୃତ୍ୟୁ ନିଶ୍ଚିତ । ଏହା ହିଁ ଆମ ଜୀବନର ଏକ କଟୁ ସତ୍ୟ । ମୃତ୍ୟୁ କେତେବେଳେ ଓ କେମିତି ଆସେ କେହି କହିପାରନ୍ତି ନାହିଁ । ତା’ ସମୟରେ ସେ କେଉଁଠି କୌଣସି ମୂହୁର୍ତ୍ତରେ ବି ଆସି ପହଞ୍ଚିଯାଏ । ମଣିଷ ଯେକୌଣସି କାର୍ଯ୍ୟ କରୁଥିଲେ ବି ମୃତ୍ୟୁ ସମୟ ଓ ସ୍ଥାନ ଦେଖେ ନାହିଁ । କିନ୍ତୁ କିଏ କେବେ ଆଉ କେମିତି ମୃତ୍ୟୁବରଣ କରିବ ଏହା ଜନ୍ମ ସମୟରୁ ହିଁ ଧାର୍ଯ୍ୟ ହୋଇ ଯାଇଥାଏ ବୋଲି କୁହାଯାଏ ।

ଏମିତି ଏକ ଉଦାହରଣ ଆଜି ଆମେ ଆପଣଙ୍କୁ ଦେଖାଇବୁ । ନାଚୁ ନାଚୁ ଚାଲିଗଲା ଜୀବନ । କିଏ ବା ଜାଣିପାରିବ କି ମୃତ୍ୟୁ ଏମିତି ବି ଆସେ । ବେଳେ ବେଳେ କିଛି ଲୋକ ଏତେ ଯନ୍ତ୍ରଣାଦାୟକ ଭାବେ ମୃତ୍ୟୁବରଣ କରନ୍ତି ଯାହା ସେ କେବେବି କଳ୍ପନା କରି ନଥିବେ । ସେହିପରି ଆଉ କିଛି ଲୋକ ଏହି ଦୁନିଆକୁ ହସି ଖେଳି ବିଦାୟ ଦେଇ ଯାଆନ୍ତି । ଯାହା ଆଖିରେ ବିଶ୍ବାସ କରିବା କଷ୍ଟକର ହୋଇଯାଏ ।

ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାକୁ ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଏକ ବିବାହ ଫଙ୍କସନ ଚାଲିଛି ଓ ଡ୍ୟାନ୍ସ ଫ୍ଲୋରରେ କିଛି ଲୋକ ନାଚୁଛନ୍ତି । ସେଠାରେ କିଛି ମହିଳା ଓ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ନାଚୁଥିବାର ଦେଖିବାକୁ ପାଇବେ ।

ଉକ୍ତ ବ୍ୟକ୍ତିଜଣକ ମସ୍ତିଭରା ଶୈଳୀରେ ରାଜେଶ ଖାନ୍ନାଙ୍କ ଗୀତ “ବଦନ ପେ ସିତାରେ ଲପେଟେ ହୁଏ” ରେ ନାଚୁଛନ୍ତି ଓ ଖୁବ ଉପଭୋଗ କରୁଛନ୍ତି । କିଛି ସମୟ ନାଚିବା ପରେ ବୟସ୍କ ବ୍ୟକ୍ତି ଜଣକ ହଠାତ ଯାଇ ପାଖରେ ଥିବା ଏକ ଷ୍ଟେଜ ଉପରେ ବସି ପଡ଼ୁଛନ୍ତି ଓ ତା’ପରେ ସେଇଠୁ ଟଳି ପଡ଼ୁଛନ୍ତି । ତେବେ ସୂଚନା ଅନୁସାରେ ଘଟଣାସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।

ଏହି ଭିଡିଓ ଦେଖି ଅନେକ ଲୋକ କହୁଛନ୍ତି କି ଏଭଳି ହସିଖେଳି ଦୁନିଆକୁ ବିଦାୟ ଦେବା ଖୁବ ଲୋକଙ୍କ ଭାଗ୍ୟରେ ଥାଏ । ଏଭଳି ଦୁନିଆ ଛାଡି ଯିବାକୁ ସୁଖ ମୃତ୍ୟୁ ବୋଲି ସମସ୍ତେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।