“400 ଟଙ୍କା ଦରମାରେ ଯେଉଁ ଝିଅକୁ ଡାକ୍ତରୀ ପାଠ ପଢେଇଲି ସେ ଆଜି ତା’ ବାପା ମା’ ଭଉଣୀ…” ଥରେ ଶୁଣନ୍ତୁ ଏହି ବାପା କଣ କହୁଛନ୍ତି

କୁହାଯାଏ କି ପ୍ରେମରେ ପଡିଲେ ମଣିଷକୁ କିଛିବି ଦେଖାଯାଏ ନାହିଁ । ପ୍ରେମ ପାଇଁ ମଣିଷ ସାରା ଦୁନିଆ ସହ ଲଢିଯାଏ । ଆଉ ଆଜିର ଆଧୁନିକ ଯୁଗରେ ଆମ ସମାଜରେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ଆଜିବି ପ୍ରେମ ବିବାହକୁ ସମର୍ଥନ କରନ୍ତି ନାହିଁ । ଯେଉଁଥି ପାଇଁ ପିଲାମାନେ ପିଲାମାନେ ବାପାମା’ଙ୍କ ବିରୋଧରେ ଯାଇ ପ୍ରେମକୁ ବାଛନ୍ତି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ।

ପ୍ରେମୀଯୁଗଳଙ୍କୁ ଝିଅର ପରିବାର ଗ୍ରହଣ ନ କରିବା ପରେ ସେମାନେ ପରିବାର ବିରୋଧରେ ଯିବାକୁ ବାଧ୍ୟ ହୋଇଛନ୍ତି । ଏନେଇ କିନ୍ତୁ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା । ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ ଝିଅ ପୁନମ୍ ଙ୍କ ବାହାଘର କରିବା ପାଇଁ ପାତ୍ର ଖୋଜୁଥିଲେ । ଝିଅ ମଧ୍ୟ କଥା ଦେଇଥିଲା କି ପିଜି ଶେଷ ହେବା ପରେ ବାପା ଯେଉଁଠି ଠିକ କରିବେ ସେଠାରେ ବିବାହ କରିବେ । କିନ୍ତୁ ହଠାତ ଝିଅ ଆଉ ସହ ରହିବାକୁ ଠିକ କରିବା ପରେ ବାପା ବହୁତ ଦୁଃଖିତ ହୋଇ ପଡିଛନ୍ତି ।

ପୁନମଙ୍କ ପିତାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ରାତିରେ ଘରେ ଆସି ପହଞ୍ଚିଲେ ତାଙ୍କ ସ୍ତ୍ରୀଙ୍କୁ କାନ୍ଦୁଥିବାର ଦେଖିଲେ । ତାଙ୍କ ଶାଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେ ଭଲ ନଥିବାରୁ ସେ ଭାବିଲେ କି ଶାଶୁ ବୋଧେ ଚାଲିଗଲେ ସେଥିପାଇଁ ସେ କାନ୍ଦୁଛନ୍ତି । କିନ୍ତୁ ପଚାରିବାରୁ ପୁନମ ଫୋନ କରି ସର୍ଦାରକୁ ବିବାହ କରିବାକୁ ଚାହେଁ ବୋଲି ସେ କହିଥିଲେ । ପୁନମ ତାଙ୍କ ମାଆଙ୍କୁ ଫୋନ କରି କହିଥିଲେ କି ସେ ସର୍ଦାରଙ୍କୁ ହିଁ ବିବାହ କରିବେ । ଏକଥା ଶୁଣିବା ପରେ ପୁନମଙ୍କ ବାପା ଖୁବ ଜୋରରେ ରାଗି ଯାଇଥିଲେ ।

କିନ୍ତୁ ପରେ ଦୁଃଖରେ କାନ୍ଦିବାକୁ ଲାଗିଲେ । କାରଣ ସେ ଦୁଇ ଝିଅଙ୍କୁ ଏମବିବିଏସ ପଢାଇ ଡାକ୍ତର କରିବା ପାଇଁ ଅନେକ କଷ୍ଟ କରିଛନ୍ତି । ପ୍ରଥମେ ୪୦୦ ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ ମଧ୍ୟ ଦୁଇ ଝିଅଙ୍କ ପାଇଁ କୌଣସି ଅଭାବ ଅସୁବିଧା କରି ନଥିଲେ । ଶେଷରେ ଝିଅ ଏଭଳି ନିଷ୍ପତ୍ତି ନେବା ତାଙ୍କୁ ଖୁବ ବ୍ୟଥିତ କରିଛି । ୬-୭ ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ପୁନମଙ୍କ ପରିବାର ଜାଣିବା ପରେ ପୁନମଙ୍କୁ ବୁଝାଇଥିଲେ ।

କାରଣ ପୁନମଙ୍କ ଆକାଉଣ୍ଟରୁ ୪୦ ହଜାର ଲେଖାଏଁ ଚାରି ପାଞ୍ଚ ଥର ଟ୍ରାନ୍ସାକ୍ସନ ହୋଇଥିଲା । ତେବେ ପୁନମଙ୍କ କ୍ଯାରିୟର ବରବାଦ କରିବା ପାଇଁ ସର୍ଦାର ଓ ତାଙ୍କ ପରିବାର ଷଡଯନ୍ତ୍ର କରିଥିବା କଥା ସେ କହିଛନ୍ତି । ତେବେ ଆପଣଙ୍କୁ କଣ ଲାଗୁଛି ପୁନମଙ୍କୁ ତାଙ୍କ ବାପାଙ୍କ ଇଛା ରଖିବାର ଥିଲା ନା ତାଙ୍କ ବାପାଙ୍କୁ ଝିଅର ଖୁସିରେ ଖୁସି ହେବାର ଥିଲା ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।