ପରୀକ୍ଷା ଦେବାକୁ ଯାଇ ସ୍ଵାମୀ ସାମ୍ନାରେ ବୟଫ୍ରେଣ୍ଡ ସହ କାର୍ ରେ ଫେରାର ହୋଇଗଲ ସ୍ତ୍ରୀ, ସ୍ବାମୀର ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ପରୀକ୍ଷା ହଲ୍ ରୁ ଫେରାର ହୋଇଗଲେ ସ୍ତ୍ରୀ । ସ୍ଵାମୀଙ୍କ ସହ ସ୍କୁଟିରେ ପରୀକ୍ଷା ଦେବାକୁ ଆସିଲେ ହେଲେ ବୟଫ୍ରେଣ୍ଡ କାର୍ ରେ ଫେରାର ହୋଇଗଲେ । ସାବିତ୍ରୀ ଦିନ ନୂଆ ଶାଢୀ, ଶଙ୍ଖା ପିନ୍ଧି ସତ୍ୟବାନଙ୍କୁ ପୂଜା କଲେ, କିନ୍ତୁ ଠିକ ତା’ ପରଦିନ ସତ୍ୟବାନଙ୍କ ସାମ୍ନାରେ ଅନ୍ୟଜଣେ ପ୍ରେମିକଙ୍କ ସହ ଫେରାର ହୋଇଗଲେ । ସ୍ଵାମୀ ଏଭଳି ଦେଖି ଏକଦମ ସଦମାରେ ଅଛନ୍ତି । ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅଞ୍ଚଳରେ ଘଟିଛି ।

ସେଠାକାର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ଗୋଛାୟତ ବ୍ରାହ୍ମଣୀପାଳ ଡକାସାହି ଗାଁର ବଳରାମ ପଣ୍ଡାଙ୍କ ଝିଅ ଦୁଇ ବର୍ଷ ଭଲପାଇବା ପରେ ଗତ ଛଅ ମାସ ହେବ ବିବାହ କରିଥିଲେ । ବିବାହ ପରେ ହରପ୍ରିୟା ପାଠ ପଢିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସେଥିପାଇଁ ରାହୁଲ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ଯୁକ୍ତ ୩ ରେ ତାଙ୍କର ଆଡମିଶନ କରେଇଥିଲେ । ହେଲେ କଲେଜରେ ପଢିବା ସମୟରେ ହରପ୍ରିୟାଙ୍କର ବୋଧେ ଆଉ ଏକ ପ୍ରେମ କାହାଣୀ ଗଢି ଉଠିଥିଲା ।

କଲେଜରେ ଆଉଆ ଜଣେ ପ୍ରେମିକଙ୍କୁ ମନ ଦେଇ ବସିଥିଲେ ହରପ୍ରିୟା । ପରୀକ୍ଷା ଚାଲିଥିବାରୁ ଗତ ମଙ୍ଗଳବାର ଦିନ ରାହୁଲ ନିଜ ସ୍କୁଟିରେ ହରପ୍ରିୟାଙ୍କୁ କଲେଜ ଛାଡିବାକୁ ଯାଇଥିଲେ । ହେଲେ ପରୀକ୍ଷା ସମୟ ଶେଷ ହେବା ପରେ ଯେତେବେଳେ ହରପ୍ରିୟାଙ୍କୁ ନେବାକୁ ଆସିଲେ ସେ ଯାହା ଦେଖିଲେ ଏକଦମ ଆବାକାବା ହୋଇଗଲେ । ସ୍ତ୍ରୀ ହରପ୍ରିୟା କଲେଜରୁ ବାହାରି ତାଙ୍କ ଆଖି ସାମ୍ନାରେ ଏକ କାର୍ ରେ ବସି ଫେରାର ହୋଇ ଯାଇଥିଲେ ।

ରାହୁଲ ତାଙ୍କ ସ୍କୁଟିରେ ସେ କାର୍ ରୁ ପିଛା କରିଥିଲେ, କିନ୍ତୁ କିଛି ଦୂର ଯିବାପରେ କାର୍ ର ଖୋଜଖବର ମିଳିଲା ନାହିଁ । ଆଉ ଏବେ ରାହୁଲ ସ୍ତ୍ରୀ ହରପ୍ରିୟାଙ୍କ ଫଟୋକୁ ଧରି ପାଗଳ ଭଳି ବାହୁନି ବାହୁନି କାନ୍ଦୁଛନ୍ତି । ଧନ କୋଉଠି ଅଛୁ ଫେରିଆ କହି କାନ୍ଦୁଛନ୍ତି ରାହୁଲ । ରାହୁଲଙ୍କ ଅବସ୍ଥା ଦେଖି ତାଙ୍କ ଘରଲୋକ ମଧ୍ୟ ଭାଙ୍ଗି ପଡିଛନ୍ତି । ପୁଅକୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁନାହିଁ । ଏତେ ଭଲ ପାଇ ହାତ ଧରିଥିବା ସାଥି ଯେ ଏମିତି ଧୋକା ଦେଇପାରିବ ରାହୁଲ କେବେବି ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ ।

ରାହୁଲଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଏନେଇ ଧୂଷୁରି ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ । ରାହୁଲଙ୍କ ପରିବାର ଏବେବି ତାଙ୍କ ବୋହୂ ହରପ୍ରିୟାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।