ଭୁବନେଶ୍ବର ଏୟାରପୋର୍ଟରେ ହାଇ-ଭୋଲଟେଜ ଡ୍ରାମା, ପ୍ରେମିକ ସହ ଫେରାର ଝିଅର ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ପରେ ଏବେ ଥାନାରେ ବାପା

ହାଇ-ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି ଭୁବନେଶ୍ବର ଏୟାରପୋର୍ଟରେ । ଡାକ୍ତରୀ ଝିଅ କୁନା ତାଙ୍କ ପ୍ରେମିକ ଗଗନଦୀପଙ୍କ ସହ ବେଙ୍ଗାଲୁରରୁ ଆସି ଭୁବନେଶ୍ବର ଏୟାରପୋର୍ଟ ଓହ୍ଲାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେମାନେ ଏୟାରପୋର୍ଟରୁ ଓହ୍ଲାଇବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଦୁହେଁ ଏୟାରପୋର୍ଟରେ ପହଞ୍ଚିବା ପରେ ପରିବାରକୁ ଭୟ କରି ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କ ସହାୟତା ଲୋଡିଥିଲେ । ଯାହାଫଳରେ ସେମାନଙ୍କୁ ଥାନାକୁ ନେଇଛି ପୋଲିସ ।

ଝିଅଜଣକ ବେଙ୍ଗାଲୁରରେ ଡାକ୍ତରୀ ପାଠ ପଢିବା ପରେ ଡାକ୍ତର ଅଛନ୍ତି । ଝିଅ ଏୟାରପୋର୍ଟରୁ ବାହାରିବା ପରେ ତାଙ୍କ ପ୍ରତି କିଛି ଅଘଟଣ ଘଟିବାକୁ ଅଛି ବୋଲି ସେମାନେ ଖବର ପାଇଥିଲେ । ସେ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କ ବାପାଙ୍କୁ ଭୟ କରି ଏୟାରପୋର୍ଟ ପୋଲିସକୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ । ଯାହାପରେ ସେମାନଙ୍କୁ ସୁରକ୍ଷା ଦିଆଯିବା ସହ ଝିଅର ପରିବାରକୁ ମଧ୍ୟ ଥାନାକୁ ଡକାଇଛି ପୋଲିସ ।

ଛଅ ବର୍ଷ ତଳେ ଯେତେବେଳେ ସେମାନେ ଯୁକ୍ତ ଦୁଇ ପଢୁଥିଲେ ଝିଅର ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚୋରି ନେଇ ଝିଅର ପଞ୍ଜାବୀ ପ୍ରେମିକଙ୍କ ନାଁରେ ଝିଅର ବାପା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ପଞ୍ଜାବୀ ଯୁବକ ଗଗନଦୀପଙ୍କୁ ଥାନାକୁ ଡକା ଯାଇଥିଲା ଓ ବହୁତ ସମୟ ଧରି ଆପୋଷ ବୁଝାମଣା ପରେ ତାଙ୍କୁ ଛାଡି ଦିଆଯାଇଥିଲା । କିନ୍ତୁ ଉକ୍ତ ଯୁବତୀ ଓ ଗଗନଦୀପ ତାଙ୍କ ସମ୍ପର୍କକୁ ବଜାୟ ରଖିଥିଲେ ଯାହାକି ଝିଅ ଘରଲୋକଙ୍କୁ ଜଣା ନଥିଲା ।

ଝିଅର ବିବାହକୁ ନେଇ ଏହି ଦେଖାଦେଇଛି କହିଲେ ଚଳେ । ଡାକ୍ତରୀ ଝିଅକୁ ଟ୍ରାପ କରାଯାଉଛି ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ପଞ୍ଜାବୀ ପୁଅଙ୍କ ପରିବାର ଏହି ବାହାଘରରେ ଖୁସି ଥିବା ବେଳେ ଝିଅର ପରିବାର କିନ୍ତୁ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରି ପାରୁନାହାନ୍ତି । ବାପା କହିଛନ୍ତି କି ସେ ବହୁତ କଷ୍ଟ କରି ଝିଅକୁ ପଢେଇ ଡାକ୍ତର ବନେଇଲେ । ଝିଅ ଯଦି ତା’ ସମସ୍କନ୍ଧ ଜଣେ ଯୁବକଙ୍କୁ ବିବାହ କରିବାକୁ କହିଥାନ୍ତା ତେବେ ସେ ରାଜି ହୋଇଥାନ୍ତେ ।

କିନ୍ତୁ ଯୁବକ ଗଗନଦୀପ ତାଙ୍କ ଝିଅର ସମସ୍କନ୍ଧ ନୁହେଁ ତେଣୁ ସେ ଏହି ବିବାହ ପାଇଁ ରାଜି ନାହାନ୍ତି । ଝିଅ ଯଦି ଏଇଠୁ ତା’ ଭୁଲ ବୁଝି ଫେରି ଆସିବ ତେବେ ଭଲ ହେବ ନଚେତ ଝିଅ ତା’ ଜୀବନରେ ଖୁସିରେ ରହୁ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।