ବେଦି ଉପରେ ଗଡବଡ, କନ୍ୟା ବଦଳରେ ଶାଳୀକୁ ବରଣମାଳା ପିନ୍ଧାଇ ଖୁସିରେ ନାଚିଲା ବର, ତା’ପରେ ଯାହା ହେଲା ଦେଖନ୍ତୁ ଏହି Video

ବେଦି ଉପରେ କନ୍ୟା ସାମ୍ନାରେ ବର କରିଦେଲା ଏମିତି କିଛି  ଗଡବଡ । କନ୍ୟା ଥାଉ ଥାଉ ବର ଜଣକ ଶାଳୀକୁ ପିନ୍ଧାଇ ଦେଲେ ବରଣମାଳା । ଯାହା ଦେଖିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ । ଏବେର ସୋସିଆଲ ମିଡିଆ ଯୁଗରେ ଲୋକମାନେ ନିଜ ଇଚ୍ଛାରେ ଭିଡିଓ ଅଫଲୋଡ କରି ଦେଉଛନ୍ତି । ଖାସ କରି ସୋସିଆଲ ମିଡିଆରେ ବିବାହ ସମୟରେ ଅନେକ ଭିଡିଓ ମାଳ ମାଳ ହେଉଛି । ଲୋକେ ସେ ସବୁକୁ ଉପଭୋଗ କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି ।

ସେଗୁଡିକ ମଧ୍ୟରେ କିଛି ମଜାଦାର ଓ ଆଉ କିଛି ହୃଦୟସ୍ପର୍ଶୀ ଭିଡିଓ ମଧ୍ୟ ରହିଛି । ଯାହାକୁ ଲୋକେ ବାରମ୍ବାର ଦେଖିବା ସହ ଶେୟାର ମଧ୍ୟ କରୁଛନ୍ତି । ବର୍ତ୍ତମାନ ଏକ ବିବାହ ସମୟର ଏକ ମଜାଦାର ଭିଡିଓ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଭିଡିଓରେ ଆପଣ ଦେଖିବାକୁ ପାଇବେ କି ବର ଶୋଭାଯାତ୍ରାରେ ବିବାହ କରିବାକୁ ପହଞ୍ଚି ଯାଉଛି । ଆଉ ମଣ୍ଡପରେ ବିବାହ ଚାଲିଥାଏ । କିନ୍ତୁ ବରଣମାଳା ସମୟରେ ବରର ମନ ବଦଳି ଯାଇଥିଲା ।

କନ୍ୟା ବଦଳରେ ତାଙ୍କ ମନ ଦେଇ ବସିଲେ ବରଙ୍କ ଭଉଣୀଙ୍କୁ । ଆଉ ତା’ପରେ ଯାହା ହେଲା ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ପ୍ରଥମେ କନ୍ୟା ବରକୁ ବରଣମାଳା ପିନ୍ଧାଇଲା । ଆଉ ବର କିନ୍ତୁ ବରଣମାଳା ଧରି କନ୍ୟାଙ୍କୁ ପିନ୍ଧାଉଥିବା ବେଳେ ତାଙ୍କ ମନ ହଠାତ ବଦଳିଗଲା । ଯାହାଫଳରେ ସେ କନ୍ୟା ପାଖରେ ଠିଆ ହୋଇଥିବା କନ୍ୟାର ଭଉଣୀ ତଥା ଶାଳୀକୁ ବରଣମାଳା ପିନ୍ଧାଇ ଦେଇଥିଲେ । ଏହି ଦୃଶ୍ୟ ଦେଖି ଉଭୟ କନ୍ୟା ଓ ତାଙ୍କ ଭଉଣୀଙ୍କ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଗଲେ ।

ବର ଏଭଳି ଗଡବଡ କରି ଆଦୌ ପଶ୍ଚାତାପ ମଧ୍ୟ କରୁନାହିଁ । ବରଂ କ୍ଷମା ମାଗିବା ବଦଳରେ ତାଳି ମାରି ନାଚିବାକୁ ଲାଗୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜ ହସ ରୋକି ପାରୁନାହାନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି ବର ଶାଳୀକୁ ବରଣମାଳା ପିନ୍ଧାଇବା ପରେ ତାଙ୍କ ପାଖରେ ଠିଆ ହୋଇଥିବା ମହିଳା ହାତ ହଲେଇ କଣ ହେଲା ବୋଲି ପଚାରୁଛନ୍ତି । ଏହା ଦେଖିବା ପରେ ସମସ୍ତେ ତାଜୁବ ହୋଇ ଯାଇଥିଲେ ।

ଭିଡିଓଟି ଡ୍ରିମ୍ସ ବର୍ମା ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଫଲୋଡ କରାଯାଇଛି । ଏହି ଭିଡିଓ ତଳେ ୟୁଜର୍ସମାନେ ମଜାଳିଆ କମେଣ୍ଟ ସବୁ ମଧ୍ୟ ଲେଖୁଛନ୍ତି । ତେବେ କୌଣସି ରଶମ ନା ସତରେ ବର ଶାଳୀକୁ ବରଣମାଳା ପିନ୍ଧାଇଲା ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।