ଏହି ଭିଡିଓରେ ଆପଣ ଦେଖିପାରିବେ କି କିଛି ଛାତ୍ରୀମାନେ ଗୀତର ତାଳେ ତାଳେ ଅଣ୍ଟା ଓ ଜିଡ଼ି ହାତ ହଲେଇ ଚାଲୁଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଯିଏ ପିଲାଙ୍କ ସହ ତାଳରେ ତାଳ ମିଶାଇ ନୃତ୍ୟର ମଜା ଉଠାଉଛନ୍ତି । ପିଲାଙ୍କ ସହ ନିଜେ ମଧ୍ୟ ପିଲା ହୋଇ ନାଚୁଛନ୍ତି । ତେବେ ଏହି ମହିଳା ଜଣକ ହେଉଛନ୍ତି ଏସପି ଏସ ସୁଶ୍ରୀ । ଆଜି ଏସପି ମ୍ୟାଡାମ ନିଜ ପାଦକୁ ଅଟକାଇ ପାରି ନାହାନ୍ତି ।
ପିଲାଙ୍କ ହସ ହସ ମୁହଁ ଓ ନାଚ ଦେଖି ତାଙ୍କ ପାଦ ସତେ ଯେମିତି ଆପେ ଆପେ ନାଚି ଯାଇଥିଲା । ପିଲାଙ୍କ ସହ ନାଚୁ ନାଚୁ ଏସପି ଏସ ସୁଶ୍ରୀ ଏକ ଅଲଗା ଦୁନିଆରେ ନିଜକୁ ହଜେଇ ଦେଇଛନ୍ତି । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପିଲାଙ୍କ ଶ ଏମିତି ହସି ନାଚି ଝୁମି ଯିବାର ମଜା କିଛି ଅଲଗା ହିଁ ହୋଇଥାଏ । ଯାହାକି ମନରେ ଏକ ଶାନ୍ତି ଆଣିଦିଏ । ଏହି ଦୃଶ୍ୟ ଦେଖି ଆପଣ ବି ଏହା ଭଲ ଭାବେ ବୁଝି ପାରୁଥିବେ ।
ତେବେ ନବରଙ୍ଗପୁରରେ ଏକ ବାଳିକା ଆଶ୍ରମରେ ପାଳନ ହେଉଥିଲା କିଶୋରୀ ଜାଗୃତି ସପ୍ତାହ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ନାଚିବା ସହ ଗୀତ ମଧ୍ୟ ଗାଇଛନ୍ତି । ନବରଙ୍ଗପୁର ଜିଲ୍ଲା ମିଶନ ହାଣ୍ଡି ପଞ୍ଚାୟତର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁରର ଏସପି ଏସ ସୁଶ୍ରୀ । ସେ କାର୍ଯ୍ୟକ୍ରମରେ ନିଜେ ଉପସ୍ଥିତ ରହି କିଶୋରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଗୀତ ଗାଇଥିଲେ । ଏଥିସହିତ ନବରଙ୍ଗପୁରର ମାଝିଗୁଡା ଠାରେ ଥିବା ଦିନଦୟାଲ ଅନାଥ ଆଶ୍ରମ ଠାରେ ମଧ୍ୟ ସେ ନୃତ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ପିଲାମାନଙ୍କ ଗହଣରେ ମିଶି ନାଚିଥିଲେ ଏସପି ମ୍ୟାଡାମ ।
ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିବା ସଷ ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଖୁସ ଥିବା ଜଣାଇଛନ୍ତି । ଆପନ୍ନକୁ ଏସପି ମ୍ୟାଡାମଙ୍କ ଏପରି କାର୍ଯ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।