ଅଜଣା ନମ୍ବରରୁ ଆସିଥିବା କଲ୍ ର ନାମ ଦେଖିବାକୁ ପାଇଁ ଏବେ ଆଉ ଦରକାର ପଡିବନି ଟ୍ରୁ-କଲର୍ ଆପ୍ । ଏଥିପାଇଁ ଟ୍ରାଇ ଏକ ନୂଆ ଫିଚର ଆଣିଛି । ଆମକୁ ଅଜଣା ନମ୍ବର ବା ସେଭ ହୋଇ ନଥିବା ନମ୍ବରରେ ଆସୁଥିବା କଲ୍ ର ନାମ ଜାଣିବା ପାଇଁ ଆମେ ନିଜ ମୋବାଇଲରେ ଟ୍ରୁ-କଲର୍ ଆପ୍ ରଖିଥାଉ । ଯାହାଫଳରେ ସେଭ ହୋଇ ନଥିବା ନମ୍ବରରୁ କଲ୍ ଆସିଲେ ମଧ୍ୟ କଲ୍ କରିଥିବା ବ୍ୟକ୍ତିଙ୍କ ନାମ ସେଥିରେ ଦେଖି ହୁଏ । କିନ୍ତୁ ୟୁଜର୍ସଙ୍କ ଏହି ସମସ୍ଯା ଏବେ ଦୂରେଇ ଯିବ ।

ଏଥର ବିନା କୌଣସି ଆପ୍ ରେ ମଧ୍ୟ ଅଜଣା ନମ୍ବରରୁ ଆସିଥିବା କଲ୍ ଆପଣ ଜାଣିପାରିବେ । ଏବେ ମୋବାଇଲ ୟୁଜର୍ସ ମାନେ ଟ୍ରୁ-କଲର୍ ଆପ୍ ଭଳି ସୁବିଧା ନିଜ ମୋବାଇଲରେ ହିଁ ପାଇପାରିବେ । ଏଥିପାଇଁ ଭାରତୀୟ ଟେଲିକଲ ନିୟାମକ କତ୍ତୃପକ୍ଷ ବା ଟ୍ରାଇ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ଅନନୋନ ନମ୍ବରରୁ କଲ୍ ଆସିଲେ ବି କଲ୍ କରିଥିବା ବ୍ଯକ୍ତିଙ୍କ ନାଁ ମୋବାଇଲରେ ଦେଖି ହେବ ।
ଟ୍ରୁ-କଲରରେ ଜଣେ ୟୁଜର ନିଜ ନମ୍ବରରେ ଯେଉଁ ନାଁ ସେଭ କରିଥାଏ କୌଣସି ନମ୍ବରକୁ କଲ କଲେ ତା’ର ସେହି ନାଁ ହିଁ ଦେଖାଏ । ସେହି ଉପାୟରେ ଏବେ ଟ୍ରାଇ KYC ସମୟର ଡିଟେଲ ନେଇ ଏହି ନୂଆ ଫିଚର ଆଣିବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଗ୍ରୀନ ସିଗନାଲ ନେଇ ସାରିଛି ଓ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।

ଟ୍ରାଇର ଚେୟାରମ୍ୟାନ ପିଡି ବାଘଲାଙ୍କ କହିବା ଅନୁଯାୟୀ ଏହି ନୂଆ ଫିଚର ଆସିବା ପରେ ୟୁଜର୍ସ ମାନେ ଫେକ୍ କଲ୍ ରୁ ରକ୍ଷା ପାଇପାରିବେ । ନୂଆ ବ୍ୟବସ୍ଥାର ରୂପଏଖ ଶେଷ ହେବା ପରେ ଏହାର ଫିଚର ଅଧିକ ସ୍ପଷ୍ଟ ହେବ । ତେବେ ଟ୍ରୁ-କଲର ଭଳି ଏହି ଆପ୍ ଉପଭୋକ୍ତାଙ୍କର KYC ତଥ୍ୟ ନେଇ ସୂଚନା ପ୍ରଦାନ କରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସମୟରେ ଫୋନକୁ ନେଇ ଅନେକ ସ୍କାମ ସାମ୍ନାକୁ ଆସୁଛି । ଅନନୋନ ନମ୍ବରରୁ କଲ୍ କରି ଅନେକ ଲୁଟେରା ଲୋକଙ୍କୁ ଲୁଟିବାରେ ସକ୍ଷମ ହେଉଛନ୍ତି ।
ଏଭଳି ସମୟରେ ଫେକ୍ କଲ୍ ରୁ ବଞ୍ଚିବା ପାଇଁ ଟ୍ରାଇ ଆଣିବାକୁ ଯାଉଥିବା ନୂଆ ଫିଚର ଅନେକ ୟୁଜର୍ସଙ୍କୁ ସାହାଯ୍ୟ କରିବ । ତେଣୁ ଆଉ ଟ୍ରୁ-କଲର ଭଳି ଆପ୍ ଡାଉନଲୋଡ ନକରି ମଧ୍ୟ ନିଜ ଫୋନରେ ଏହି ସୁବିଧା ଆପଣ ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।