ଜ୍ଵାଇଁ ପୁଅ ଭଳି ଶୋଇ ରହି ଖାଉଛି Panda, ଏମିତି କ୍ୟୁଟନେସ ଦେଖିଲେ ଆପଣ ବି ତା’ ପ୍ରେମରେ ପଡିଯିବେ, ଦେଖନ୍ତୁ Panda ର ଏହି ମଜାଦାର Video

ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ସବୁ ଦେଖିବାକୁ ମିଳେ । ଯାହା ୟୁଜର୍ସମାନେ ଦେଖିବାକୁ ଖୁବ ପସନ୍ଦ କରନ୍ତି ଓ ବହୁଳ ମାତ୍ରାରେ ଶେୟାର ମଧ୍ୟ କରନ୍ତି । ଆଜି ସେହିପରି ଗୋଟିଏ ପାଣ୍ଡାର ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ । ପାଣ୍ଡାର କ୍ୟୁଟନେସ ଦେଖିଲେ ଆପଣ ବି ତା’ ପ୍ରେମରେ ପଡିଯିବେ । ଭିଡିଓ ଦେଖି ଜାଣି ପାରୁଥିବେ କି କାଠରେ ତିଆରି ହୋଇଥିବା ଭାଡି ଉପରେ ମାଦଳ ଭଳି ପଡି ରହିଛି ପାଣ୍ଡାଟି ।

ପାଣ୍ଡାଟି ଏମିତି ନିଶ୍ଚିନ୍ତରେ ଶୋଇ ରହିଛି ଯେ ଯାହାକୁ ଦେଖି ଯେକେହି ବି ଭାବିବ କି ସବୁ ଚିନ୍ତା ଛାଡି କାସ୍ ମୁଁ ବି ଏମିତି ଆରାମରେ ଶୋଇ ପାରନ୍ତି କି । ପାଣ୍ଡାଟି ଆରାମରେ ଶୋଇ ରହିଥିବା ବେଳେ ତା’ କେୟାର ଟେକର ତାକୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ପାଣ୍ଡା ପିଠିରେ ହାତ ମାରି ତାକୁ ଯେତେ ଡାକିଲେ ମଧ୍ୟ ସେ କିଛି ଶୁଣୁ ନାହିଁ । କେୟାର ଟେକର ଜଣକ ତାକୁ ହୁଏତ ଖାଇବା ପାଇଁ ଡାକୁଛନ୍ତି ।

କିନ୍ତୁ ପାଣ୍ଡାଟି ଶୋଇବାକୁ ଏତେ ଭଲ ପାଉଛି ଯେ ଖାଇବା ପାଇଁ ବି ଉଠିବାକୁ ଇଚ୍ଛା କରୁନାହିଁ । ତାକୁ ସେମିତି ଡାକି ଚାଲିଥିଲେ ତା’ କେୟାର ଟେକର । କିଛି ସମୟ ପରେ ପାଣ୍ଡାଟି ଆରପଟକୁ କଡା ଲେଉଟାଇବା ସହ ସେମିତି ଶୋଇ ଶୋଇ ଦୁଇ ହାତରେ ଖାଇବା ନେଇ ଖାଉଛି । ପାଣ୍ଡାକୁ ଦେଖିଲେ ଲାଗିବ ଏମିତି ଆରାମଦାୟକ ଜୀବନ ଆମକୁ ବି ମିଳନ୍ତାନି । ଖାଲି ଶୋଇ ରହି ଖାଇ ଖାଇ ଜୀବନକୁ ଉପଭୋଗ କରି ହୁଅନ୍ତା ।

ଏ ଦୃଶ୍ୟ ଦେଖିଲେ ଆମ ପିଲାବେଳ କଥା ତ ନିଶ୍ଚୟ ମନେ ପଡି ଯାଉଛି । ଛୋଟ ବେଳେ ମା’ ବି ଆମକୁ ଏମିତି ନିଦରୁ ଉଠାଇ ଖାଇବାକୁ ଦିଅନ୍ତି । ତେବେ ଏହି କ୍ୟୁଟ ପାଣ୍ଡାର ଭିଡିଓଟି ନେଟିଜେନଙ୍କୁ ଖୁବ ପସନ୍ଦ ଆସୁଛି । ପାଣ୍ଡା ମାନଙ୍କୁ ଚୀନରେ ଦେଖିବାକୁ ମିଳେ । ଦୁନିଆର ଅନ୍ୟ କିଛି ଦେଶରେ ପାଣ୍ଡା ଦେଖିବାକୁ ମିଳୁଥିବା ବେଳେ ଏମାନେ ଚୀନର ମୂଳ ନିବାସୀ ଓ ସେଠାରେ ହିଁ ଜନ୍ମ ହୋଇଥାନ୍ତି ।

ଚୀନରେ ଏମାନଙ୍କୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ । ବର୍ତ୍ତମାନ ଦୁନିଆରେ ମାତ୍ର ୨୨୫୦ ପାଖାପାଖି ପାଣ୍ଡା ବଞ୍ଚିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଙ୍ଗଲରେ ରହୁଥିବା ବେଳେ ଆଉ କିଛିଙ୍କୁ ଅଲଗା ଅଲଗା ସ୍ଥାନରେ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।