ଫେରାର ବୋହୂ ନନ୍ଦିନୀଙ୍କ ମାମଲାରେ ବିବାଦ ଥମିବାର ନାଁ ନେଉନାହିଁ । ଯେତେ ଦିନ ଗଡୁଛି ଉଭୟ ପକ୍ଷରୁ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗୁଛି । ନନ୍ଦିନୀ ଅଭିଯୋଗ କରିଥିଲେ କି ବଳରାମଙ୍କ ପରିବାର ତାଙ୍କର ନିର୍ବନ୍ଧ କରିବେ କହି ଡକାଇବା ପରେ ବାହାଘର ପାଇଁ ବାଧ୍ୟ କରିଥିଲେ । ନନ୍ଦିନୀଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ବଡ ଭଉଣୀ ମଧ୍ୟ ଅବିବାହିତ ଅଛନ୍ତି ।
ତେଣୁ ନନ୍ଦିନୀ ଓ ବଳରାମଙ୍କ ନିର୍ବନ୍ଧ କରି ରଖିଦେବେ ଓ ତାଙ୍କ ବଡ ଭଉଣୀଙ୍କ ବାହାଘର ପରେ ଯାଇ ତାଙ୍କ ବାହାଘର ହେବ ବୋଲି ଉଭୟ ପକ୍ଷ ଭିତରେ କଥା ଛିଣ୍ଡିଥିଲା । କିନ୍ତୁ ବଳରାମଙ୍କ ପରିବାର ନିର୍ବନ୍ଧ ପାଇଁ ଡକାଇବା ପରେ ସମସ୍ତଙ୍କୁ ବାହାଘର କଥା କହି ଦେଇଛନ୍ତି କହି ବାହାଘର ପାଇଁ ତାଙ୍କୁ ଅନୁରୋଧ କରିବାରୁ ନନ୍ଦିନୀଙ୍କ ଘରଲୋକ ରାଜି ହୋଇଥିଲେ । ଏକଥାକୁ କିନ୍ତୁ ଅସ୍ଵୀକାର କରିଛନ୍ତି ବଳରାମଙ୍କ ପରିବାର ।
ସେ କହୁଛନ୍ତି କି, ନିର୍ବନ୍ଧ ମନ୍ଦିର କରାଯାଏ ଏବଂ ଯେତେ ଗରିବ ପରିବାର ହେଲେବି ଝିଅର ନିର୍ବନ୍ଧ ପାଇଁ କେବେବି ପୁଅଘରକୁ ଆସିବେ ନାହିଁ । ତେଣୁ ନନ୍ଦିନୀ ସଂପୂର୍ଣ୍ଣ ମିଛ କହୁଛନ୍ତି ବୋଲି ସେମାନେ କହୁଛନ୍ତି । ନନ୍ଦିନୀ ତାଙ୍କ ଘରଲୋକଙ୍କ ସହମତିରେ ବାହାଘର ସ୍ଥିର ହୋଇଥିଲା । ବାହାଘର ଖର୍ଚ୍ଚ ଉଠାଇବା ପାଇଁ ଅସମର୍ଥ ଥିବା କଥା ନନ୍ଦିନୀଙ୍କ ମାଆ କହିବାରୁ ବଳରାମଙ୍କ ପରିବାର ବିବାହର ସବୁ ଖର୍ଚ୍ଚ ଉଠାଇବେ ବୋଲି କଥା ଦେଇଥିଲେ ।
ସେହି ଅନୁସାରେ ସେମାନେ ବଳରାମଙ୍କ ଘରେ ଧାର୍ଯ୍ୟ ତାରିଖ ଦିନ ତୋଳା କନିଆଁ ବିବାହ କରିବା ପାଇଁ ସଂପୂର୍ଣ୍ଣ ଆୟୋଜନ କରିଥିଲେ । ବାହାଘର ଠିକ ହେବା ବେଳେ କେବଳ ନନ୍ଦିନୀଙ୍କ ବଡ ଭଉଣୀ, ତାଙ୍କ ମାଆ ଓ ଦାଦାଙ୍କ ସହ ସେମାନେ କଥା ହୋଇଥିଲେ ଏବଂ ଦେଖିଥିଲେ । ସେମାନେ ଜାଣି ନଥିଲେ କି ନନ୍ଦିନୀଙ୍କ ବାପା ମଧ୍ୟ ଅଛନ୍ତି ବୋଲି । କିନ୍ତୁ ବାହାଘର ଦିନ ହଠାତ ନନ୍ଦିନୀଙ୍କ ବାପା ମଧ୍ୟ ଉଭା ହୋଇଗଲେ ।
ତେଣୁ ନିହାତି ଭାବେ ନନ୍ଦିନୀଙ୍କ ଘରଲୋକ ତାଙ୍କୁ ପଇସା ଦେଇ ଭଡାରେ ବାପା କରି ଆଣିଥିବେ ବୋଲି କହିଛନ୍ତି ବଳରାମଙ୍କ ଭଉଣୀ । ନନ୍ଦିନୀ ଓ ତାଙ୍କ ପରିବାର ଏଭଳି ବାହାଘର କରି ସୁନଗହଣା ନେଇ ଫେରାର ହେବା ପାଇଁ ହିଁ ବଳରାମଙ୍କ ପରିବାର ଦ୍ଵାରା ଏଭଳି ଆୟୋଜନ କରିଥିଲେ ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।