ଜଗନ୍ନାଥ ଭଜନ ଗାଇବାକୁ ବାଧ୍ୟ କରିବାକୁ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଲେ Humane Sagar ଙ୍କ ସହଯୋଗୀ ! କଣ କହୁଛନ୍ତି ଜାପାନୀ ଦେଖନ୍ତୁ Video

ବିବାଦ ଘେରରେ ଫସି ଯାଇଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ପରେ ହ୍ୟୁମାନଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି । ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି କହିବା ପରେ ବିବାଦ ଅଧିକ ଘନେଇଛି । ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ହ୍ୟୁମାନ କିନ୍ତୁ ଜାପାନୀଙ୍କ ପ୍ରସ୍ତାବକୁ ମନା କରି ଦେଇଥିଲେ ।

ଏହାପରେ ଜାପାନୀ ତାଙ୍କୁ ବାରମ୍ବାର ଭଜନ ଗାଇବାକୁ କହିବାରୁ ହ୍ୟୁମାନ ସାଗର ରାଗିଯାଇ ତାଙ୍କୁ ହତ୍ୟା ଧମକ ଦେଇଥିବା କଥା ଥାନାରେ ଅଭିଯୋଗ ହୋଇଛି । କଟକ ଆସିଲେ ଜାପାନୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ସେ ହ୍ୟୁମାନଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ବିରୋଧରେ ଏପରି ଅଭିଯୋଗ ହେବା ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି ।

ଜାପାନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହ୍ୟୁମାନ ମଧ୍ୟ ତାଙ୍କ ଆଡୁ ଏକ ଭିଡିଓ ଜାରି କରି ସଫେଇ ଦେଇଛନ୍ତି । ହ୍ୟୁମାନ ସାଗର ଓଲିଉଡରେ ଅନେକ ଗୀତ ଗାଈ ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କୁ ନେଇ ଏଭଳି ବିବାଦ ମୁଣ୍ଡ ଟେକିବା ପରେ ଚାରିଆଡୁ ଉଦବେଗ ପ୍ରକାଶ ପାଇଛି । ଅନେକ ହ୍ୟୁମାନଙ୍କୁ ସମାଲୋଚନା କରୁଥିବା ବେଳେ ଅନେକ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । କଂଗ୍ରେସ ନେତା ଅମୀୟ ପାଣ୍ଡବ ହ୍ୟୁମାନ ସାଗରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି କି, ହ୍ୟୁମାନଙ୍କ ଲୋକପ୍ରିୟତାରେ ଇର୍ଷାନ୍ଵିତ ହୋଇ କେତେକ ନ୍ୟସ୍ତ ସ୍ଵାର୍ଥୀ ବ୍ୟକ୍ତି ତାଙ୍କ ବିରୋଧରେ ଏଭଳି ଷଡଯନ୍ତ୍ର କରୁଛନ୍ତି । ଜାପାନୀ ଏନେଇ ନିଜ ମନ୍ତବ୍ୟ ଦେଇ କହିଛନ୍ତି କି, ସେ ଦୀର୍ଘ ପାଞ୍ଚ ହେଲାଣି ଜଗନ୍ନାଥଙ୍କ ଏକ ଭଜନ ଗାଇବାକୁ ହ୍ୟୁମାନ ସାଗରଙ୍କୁ ଅନୁରୋଧ କରି ଆସୁଛନ୍ତି ।

କିନ୍ତୁ ହ୍ୟୁମାନ ସବୁବେଳେ ତାଙ୍କୁ ନିରାଶ କରି ଆସିଛନ୍ତି । ରଥଯାତ୍ରା ସମୟ ପାଖେଇ ଆସୁଛି ତେଣୁ ହ୍ୟୁମାନଙ୍କ କଣ୍ଠରେ ଏକ ଜଗନ୍ନାଥ ଭଜନ ଶୁଣିବା ପାଇଁ ଅନେକ ଲୋକ ତାଙ୍କୁ ଅନୁରୋଧ କରୁଛନ୍ତି । ସେଥିପାଇଁ ସେ ପୁନର୍ବାର ହ୍ୟୁମାନଙ୍କୁ ଭଜନ ଟିଏ ଗାଇବା ପାଇଁ କହିଥିଲେ । କିନ୍ତୁ ହ୍ୟୁମାନଙ୍କ କିଛି ସହଯୋଗୀ ତାଙ୍କୁ କଟକ ଆସିଲେ ବାଡେଇବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ତେଣୁ ଜଗନ୍ନାଥଙ୍କ ପାଇଁ ଛୋଟିଆ ଲଢେଇ ଟିଏ କରିବାକୁ ସେ ଦୁଇ ପାଦ ଆଗେଇ ଆସିଛନ୍ତି ବୋଲି କହିଛନ୍ତି ।

ତେବେ ହ୍ୟୁମାନ କେଉଁ ଗୀତ ଗାଇବେ କିମ୍ବା ନ ଗାଇବେ ଏହା ତାଙ୍କ ବ୍ୟକ୍ତିଗତ ଅଧିକାର ଓ ତାଙ୍କୁ ଏଥିପାଇଁ କେହିବି ବାଧ୍ୟ କରିପାରିବେ ନାହିଁ ବୋଲି ତାଙ୍କର ଅନେକ ସମର୍ଥକ କହୁଛନ୍ତି। ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।