ଏଲପୀଜୀ ଗ୍ୟାସ ଲଗାଇବା ସମୟରେ ଟିକେବି ଭୁଲ ହୋଇପାରେ ବଡ ସମସ୍ୟା, ଏଲପୀଜୀର କନେକ୍ଶନ ଅଛି ତ ଜାଣି ନିଅନ୍ତୁ ଏହି ଖାସ କଥା

ନ୍ୟୁଜ ପେପର ଏବଂ ନ୍ୟୁଜ ଚ୍ୟାନେଲରେ ଏହିଭଳି କେତେକ ଘଟଣା ବିଷୟରେ କୁହା ଯାଉଥିବ, ଯେଉଁଥିରେ ଘରେ ପ୍ରୟୋଗ କରା ଯାଉଥିବା ଏଲପୀଜୀ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହାର ସମାଧାନ ବାହାର କରି ପାରି ନାହିଁ । ପୁଣି ଥରେ ଗ୍ୟାସ ସିଲିଣ୍ଡର କାରଣରୁ ତିନି ଜଣ ବ୍ୟକ୍ତି ନିଜର ଜୀବନ ହରାଇଛନ୍ତି । କହି ଦେଉଛୁ ଯେ ନିଆଁ ଏତେ ଭୟଙ୍କର ଥିଲା କି ତାଙ୍କୁ ଘରୁ ବାହାରିବା ପାଇଁ ମଧ୍ୟ ସମୟ ମିଳିଲା ନାହିଁ । ଚାଲନ୍ତୁ ଆପଣଙ୍କୁ କହୁଛୁ ପୁରା ଘଟଣା ।

ଗ୍ୱାଲିୟରର ଗୋଟିଏ ଘରେ ଏଲପୀଜୀ ସିଲିଣ୍ଡରରେ ଗ୍ୟାସ ଲିକ ହେବା କାରଣରୁ ନିଆଁ ଲାଗିଗଲା । ନିଆଁ ଏତେ ଭୀଷଣ ଥିଲା କି ତିନି ଜଣ ଲୋକ ସେହି ନିଆଁରେ ହିଁ ସଙ୍ଗେ ସଙ୍ଗେ ଜଳି ଗଲେ । ଏହି ଘଟଣା ଘରର ପ୍ରଥମ ମହଲାରେ ହୋଇଥିଲା, ଘରର ଅନ୍ୟ ସଦସ୍ୟମାନେ ତଳ ଘରେ ଥିଲେ । ନିଆଁ ଏତେ ଭୀଷଣ ଥିଲା କି ଘରର ସଦସ୍ୟମାନେ ବି ସେହି ଘର ଭିତରକୁ ବି ପ୍ରବେଶ କରି ପାରିଲେ ନାହିଁ ।

ଗ୍ୟାସ ସିଲିଣ୍ଡର ଦ୍ଵାରା ହୋଇଥିବା ଏହି ଘଟଣା କୌଣସି ନୂଆ କଥା ନୁହେଁ, ଏହା ପୂର୍ବରୁ ବି ଏହିଭଳି ମାମଲା ସାମନାକୁ ଆସିଛି । କିନ୍ତୁ ଏହି ଘଟଣାର ଶିକାର ହେବା ପୂର୍ବରୁ ଆପଣ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଚାଲନ୍ତୁ ଆପଣଙ୍କୁ କହି ଦେଉଛୁ ଯେ ସିଲଣ୍ଡର ବ୍ୟବହାର କରିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ରଖିବା ଦରକାର ।

ବୀଆଈସୀ ଆପୃଭ୍ଡ ଏଲପୀଜୀ ଆପ୍ଲାୟେନସେସ କିଣନ୍ତୁ

କହି ଦେଉଛୁ ଯେ ଗ୍ୟାସ ସିଲିଣ୍ଡରେ ପ୍ରୟୋଗ କରାଯାଉଥିବା ଆପ୍ଲାୟେନସେସକୁ କିଣିବା ସମୟରେ ଅସାବଧାନୀ କରୁନ୍ତୁ ନାହିଁ । ସବୁବେଳେ ବୀଆଈସୀ ଆପୃଭ୍ଡ ଆପ୍ଲାୟେନସେସକୁ ହିଁ ବ୍ୟବହାର କରିବା ଦରକାର । ବୀଆଈଏସ ଆପୃଭ୍ଡ ଆପ୍ଲାୟେନସେସ ପୁରାପୁରୀ ଯାଞ୍ଚ କରାଯାଏ । ଯେଉଁ କାରଣରୁ ଏହାର ଉପଯୋଗ ସୁରକ୍ଷିତ ଅଟେ ।

ସିଲିଣ୍ଡର ନେବା ସମୟରେ କଣ ଦେଖିବେ

ସିଲିଣ୍ଡର କିଣିବା ସମୟରେ ଦେଖି ନିଅନ୍ତୁ କି ତାହାର କ୍ୟାପ ଭଲ ଭାବରେ ବନ୍ଦ ହୋଇଥିବ ।

ସର୍ବିସିଙ୍ଗ

ସମୟ ସମୟରେ ଗ୍ୟାସ ଆପ୍ଲାୟେନସେସକୁ ସର୍ବିସିଙ୍ଗ କରାଇ ନିଅନ୍ତୁ । କାରଣ ଆପଣ ନିଜେ ଜାଣି ପାରିବେ ନାହିଁ କି କେଉଁ ଜିନିଷଟି ଖରାପ ଅଛି । ଏବଂ କାହାକୁ କେବେ ବଦଳାଇବାର ଅଛି । ଏମିତିରେ ଆପଣ ଯଦି ଏହାକୁ ଠିକ ଟାଇମରେ ଯାଞ୍ଚ କରିବେ ତେବେ ଆପଣଙ୍କୁ ସବୁ ଜଣା ପଡିଯିବ ।

ଗ୍ୟାସ ଶେଷ ହେବା ପରେ କଣ କରିବେ

ଖାଲି ଗ୍ୟାସକୁ ସବୁବେଳ ଏମିତି ଜାଗାରେ ରଖିବେ ଯେଉଁଠି ପବନର ବେଣ୍ଟିଲେସନ ଭଲ ଥିବ ଏବଂ ସେହି ଜାଗାଟି ଥଣ୍ଡା ଥିବ ।

ବ୍ୟବହାର କରିବା ସମୟରେ

·    ଗ୍ୟାସର ବ୍ୟବହାର କରିବା ପରେ ରେଗ୍ୟୁଲେଟରକୁ ବନ୍ଧ କରି ଦିଅନ୍ତୁ ।

·    ଗ୍ୟାସକୁ ସବୁବେଳେ ସିଲଣ୍ଡର ଲେବୁଲରୁ ଉପରକୁ ରଖନ୍ତୁ ।

ଗ୍ୟାସ ଲିକ ହେଲେ କଣ କରିବେ

ଯଦି ଗ୍ୟାସ ଲିକ ହେଉଛି ତେବେ ପ୍ରଥମେ ଘରର ସବୁ କବାଟ ଏବଂ ଝରକା ଖୋଲି ଦିଅନ୍ତୁ । ଏହା ପରେ ରେଗ୍ୟୁଲେଟରକୁ ବନ୍ଦ କରି ଦିଅନ୍ତୁ । ଏବଂ ଘରର  ଇଲେକ୍ଟ୍ରିର ମୁଖ୍ୟ ସ୍ୱିଚକୁ ବନ୍ଦ କରି ଦିଅନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।