ଠିଆ ହୋଇ ପାଣି ପିଇବା ଦ୍ଵାରା ଆମର କଣ କ୍ଷତି ହୁଏ ଜାଣିଲେ, ଚମକି ପଡିବେ ଆପଣ

ଆଜି ଆମେ ଯେଉଁ ବିଷୟରେ କଥା ହେବା ତାହାକୁ ଜାଣିବା ସମସ୍ତଙ୍କ ପାଇଁ ଜରୁରୀ ଅଟେ । ତାହା ହେଲା କି ପାଣି ଆମେ ଠିଆ ହୋଇ କାହିଁକି ପିଇବା ଉଚିତ ନୁହେଁ । ଆମ ସମସ୍ତଙ୍କୁ ପାଣି ପିଇବାର ଲାଭ ବିଷୟରେ ତ ଜଣା ଅଛି । ଆମକୁ ଜଣା ଅଛି କି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ କିନ୍ତୁ ଠିଆ ହୋଇ ପାଣି ପିଇବା ଦ୍ଵାରା କଣ କ୍ଷତି ହୋଇଥାଏ ଆମ ମଧ୍ୟରୁ ବହୁତ କମ ଲୋକ ହିଁ ଜାଣିଥିବେ । ତେବେ ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା ।

ଅଧିକାଂଶ ଲୋକ ଠିଆ ହୋଇ ପାଣି ପିଇଥାନ୍ତି କିନ୍ତୁ ଠିଆ ହୋଇ ପାଣି ପିଇବା ଦ୍ଵାରା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ ସେତେବେଳେ ଏହା ସହଜରେ ଅଧିକ ମାତ୍ରାରେ ପେଟକୁ ଯାଇଥାଏ । ଏହା ଅଧିକ ମାତ୍ରାରେ ଆମ ଇଣ୍ଟେଷ୍ଟାଇନକୁ ଯାଇ ଜମା ହୋଇ ରହେ । ଏହା ଦ୍ଵାରା ଅଙ୍ଗମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହି ପରି ହୋଇଥାଏ ତେବେ ଏହା ଆମର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ ।

ଠିଆ ହୋଇ ପାଣି ପିଇବା ଆମ ଶରୀରରେ ଥିବା ଅନ୍ୟ ତରଳ ପଦାର୍ଥର ସନ୍ତୁଳନ କୁ ନଷ୍ଟ କରିଥାଏ ଓ ଆମ ଶରୀରର ଗଣ୍ଠି ମଧ୍ୟରେ ଥିବା ତରଳ ପଦାର୍ଥକୁ କମାଇ ଦେଇଥାଏ । ଏହା ଦ୍ଵାରା ଆଣ୍ଠୁ ଗଣ୍ଠି ଦରଜ ଭଳି ରୋଗ ସୃଷ୍ଟି ହୋଇଥାଏ ।

ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ ଏହା ଆମ କିଡନୀ କୁ ଅଧିକ ସଫା କରି ନପାରି କିଡନୀ ଦେଇ ଆଗକୁ ଚାଲିଯାଏ । ଏହି କାରଣରୁ ରକ୍ତ ଅପରିଷ୍କାର ହୋଇଯାଇଥାଏ । ଯାହା ଦ୍ଵାରା କିଡନୀ ଓ ହାର୍ଟ ରୋଗ ଉତ୍ପନ୍ନ ହୋଇଥାଏ ।

ଠିଆ ହୋଇ ପାଣି ପିଇବା ଛାତି ଜଳାପୋଡା ହେବା ଓ ଅଲ୍ସର ଭଳି ରୋଗ ବି ସୃଷ୍ଟି କରିପାରେ । ତେଣୁ ଆପଣ କେବେ ବି ଠିଆ ହୋଇ ପାଣି ପିଇବା ଉଚିତ ନୁହେଁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।