ସୁଖୀ ବୈବାହିକ ଜୀବନ ବିତାଇବାକୁ ଚାହୁଁଛନ୍ତି ତେବେ ମହାଦେବଙ୍କ ଠାରୁ ଶିଖନ୍ତୁ ଏହି ସବୁ କଥା, ସ୍ଵାମୀ – ସ୍ତ୍ରୀ ମଧ୍ୟରେ ରହିବ ଅତୁଟ ପ୍ରେମ ସମ୍ବନ୍ଧ

ସମସ୍ତଙ୍କର ଏହି କାମନା ଥାଏ କି ଜୀବନରେ ତାଙ୍କୁ ଏକ ଏମିତି ସାଥି ମିଳୁ ଯାହା ସହିତ ସେ ନିଜର ଜୀବନ ସୁଖରେ ବିତାଇ ପାରିବେ । ସେଥିପାଇଁ ଝିଅମାନେ ଭଲ ସ୍ଵାମୀ ପାଇବା ପାଇଁ ଭଗବାନ ଶିବଙ୍କର ପୂଜା କରିଥାନ୍ତି ଓ ମହିଳାମାନେ ନିଜ ସ୍ଵାମୀଙ୍କ ଅଧିକ ଆୟୁ ପାଇଁ ବ୍ରତ ରଖିଥାନ୍ତି । ଶିବରାତ୍ରିର ପର୍ବ ଏଥିପାଇଁ କରିଥାନ୍ତି କି ଭଗବାନ ଶିବଙ୍କୁ ପ୍ରସନ୍ନ କରି ତାଙ୍କ ଭଳି ଏକ ଜୀବନସାଥୀ ପାଇ ପାରିବେ । ଯଦି ଆପଣ ବି ଏକ ସୁଖୀ ବୈବାହିକ ଜୀବନ ପାଇବାକୁ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କ ଠାରୁ ଆପଣଙ୍କୁ ଏହି ୫ଟି କଥା ଶିଖିବା ଉଚିତ ।

ସମାନତା

Image courtesy: Google

ଯେଉଁ ବୈବାହିକ ଜୀବନରେ ଜଣେ ନିଜକୁ ଶ୍ରେଷ୍ଠ ଓ ଅନ୍ୟ ଜଣଙ୍କ ଦବାଇ ରଖିବାର ବିଚାର ରଖିଥାଏ ତାହାର ବୈବାହିକ ଜୀବନ କେବେ ବି ଭଲ ରୁହେ ନାହିଁ । ମହାଦେବଙ୍କ ଠାରୁ ଶିଖନ୍ତୁ କି ସେ କେବେ ବି ମାତା ପାର୍ବତୀଙ୍କ ଠାରୁ ନିଜକୁ ଉଚ୍ଚ ମାନି ନାହାନ୍ତି । ମହାଦେବ ଏକମାତ୍ର ଦେବତା ଅଟନ୍ତି ଯାହାଙ୍କୁ ଅର୍ଦ୍ଧନାରୀଶ୍ୱର ବି କୁହାଯାଏ । ଏହାର ଅର୍ଥ ସେ ଅଧା ପୁରୁଷ ଓ ଅଧା ସ୍ତ୍ରୀ ଅଟନ୍ତି । ସେ ନିଜ ପତ୍ନୀ ପାର୍ବତୀଙ୍କୁ ନିଜର ଅଧା ଅଙ୍ଗ ମାନନ୍ତି ।

ପ୍ରେମ

Image courtesy: GoogleImage courtesy: Google

ବର୍ତ୍ତମାନର ଝିଅ ଓ ତାଙ୍କର ପିତା ମାତା ବାହାଘର ସମୟରେ ପୁଅର ଘର, ଟଙ୍କା, ଗାଡି ଦେଖି ବିବାହ ଠିକ କରନ୍ତି । ଏମିତିରେ ଝିଅମାନଙ୍କୁ ମାତା ପାର୍ବତୀଙ୍କ ଠାରୁ କିଛି ଶିଖିବା ଉଚିତ । ପାର୍ବତୀ ବେକରେ ସାପ, ଭସ୍ମାଧାରୀ ଶିବକୁ ନିଜର ସ୍ଵାମୀ ବାଛି ଥିଲେ, ଯିଏକି ଜଙ୍ଗଲ ଓ ପର୍ବତରେ ନିବାସ କରନ୍ତି । ଯଦି ସେ ବିଷ୍ଣୁ ଭଗବାନଙ୍କୁ ବିବାହ କରିଥାନ୍ତେ ତେବେ ତାଙ୍କୁ ରାଜପାଠ, ମହଲ ସବୁ କିଛି ମିଳିଥାନ୍ତା । କିନ୍ତୁ ସେ ମହାଦେବଙ୍କୁ ପ୍ରେମ କରୁଥିଲେ ସେଥିପାଇଁ ସେ ମହାଦେବଙ୍କୁ ହିଁ ବାଛିଲେ ।

ବିଶ୍ଵାସ ଓ ତ୍ୟାଗ

Image courtesy: Google

ସମସ୍ତେ ଚାହାନ୍ତି କି ତାଙ୍କର ଜୀବନସାଥୀ ତାଙ୍କୁ ଇଜ୍ଜତ ଓ ସମ୍ମାନର ସହିତ ପ୍ରେମ କରନ୍ତୁ । ମହାଦେବ ନିଜର ପତ୍ନୀଙ୍କୁ ଏତେ ପ୍ରେମ କରୁଥିଲେ କି ଯେତେବେଳେ ସେ ସତୀ ରୂପରେ ଭସ୍ମ ହୋଇଗଲେ ତେବେ ତାଙ୍କର ଶରୀରକୁ ନେଇ ସେ ପାଗଳପ୍ରାୟ ବୁଲୁଥିଲେ ।

ପରିବାର ସନ୍ତୁଳନ

Image courtesy: Google

ପରିବାର ମଧ୍ୟରେ ସଂଯମତା ରଖିବା ଉଚିତ । ଯେମିତି କି ଶିବଙ୍କ ବେକରେ ସାପ ଅଛି ଓ ତାଙ୍କ ପୁତ୍ର ଗଣେଶଙ୍କର ବାହନ ମୂଷା ଅଟେ । ମୂଷା ଓ ସାପ ପରସ୍ପରର ଶତୃ ଅଟନ୍ତି କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ କେବେ ବି ଝଗଡା ହୁଏ ନାହିଁ । ଠିକ ସେହିଭଳି ଭଗବାନ ଶିବଙ୍କର ବାହନ ବଳଦ ଓ ପାର୍ବତୀଙ୍କର ବାହନ ସିଂହ ଅଟେ । ଯେତେବେଳେ ଏମାନେ ଶତୃ ହୋଇ ମଧ୍ୟ ଗୋଟିଏ ପରିବାରର ଅଂଶ ହୋଇ ପାରିଲେ ତେବେ ପରିବାରର ଲୋକମାନେ ତ ଆପଣଙ୍କର ଶତୃ ବି ନୁହନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।