ଆଗକୁ ପୁଣି ବଢିବ ଖରାଛୁଟି ? ଦେଖନ୍ତୁ ଏନେଇ କଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ Sameer Dash, ଦେଖନ୍ତୁ …

ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢୁଥିବା ଦେଖି ସ୍କୁଲ ଖୋଲିବା ବାବଦରେ ପୁଣି ଥରେ ନିଷ୍ପତ୍ତି ନିଆଯିବ । ତାପମାତ୍ରା ଅଧିକ ବଢିଥିବାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କ୍ଳାସ କରିବା ପାଇଁ ପ୍ରଥମେ ଘୋଷଣା କରିଥିଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ । କିନ୍ତୁ ପରେ ପିଲାଙ୍କୁ ୫ ଦିନିଆ ଛୁଟି ଘୋଷଣା କରା ଯାଇଥିଲା । ୫ ଦିନ ଅବଧି ପୁରି ଆସୁଥିବା ବେଳେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢିବାରେ ଲାଗିଛି । ଯାହାଫଳରେ ସକାଳ ୯ଟାରେ ମଧ୍ୟ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି ।

ଖରା ଛୁଟି ନେଇ ପୂର୍ବରୁ ହିଁ ଛାତ୍ର ଛାତ୍ରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଛୁଟି ଯୋଗୁଁ ସେମାନେ ସାମାନ୍ଯ ଆଶ୍ଵସ୍ତି ହୋଇଥିଲେ । ତେବେ ଖରା ତାତିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପୁଣି ଥରେ ଏନେଇ ନିଷ୍ପତ୍ତି ନେଇପାରେ । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ପିଲାଙ୍କ ପାଠପଢା ଅଧିକ ମାତ୍ରାରେ ବ୍ଯାହତ ହୋଇ ଆସିଛି । ଯାହାଫଳରେ ଅନେକ ବିଷୟରେ ପିଲା ପଛରେ ରହି ଯାଇଛନ୍ତି ।

ଯାହାକୁ ପୁରା କରିବା ପାଇଁ ଏଥର ଗ୍ରୀଷ୍ମ ଛୁଟି ଅବଧିକୁ କମ୍ କରିବା ପାଇଁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । କିନ୍ତୁ ଗ୍ରୀଷ୍ମ ପ୍ରବାହ ଆଗରେ ହାର୍ ମାନିବାକୁ ପଡିଛି । ରାଜ୍ୟରେ ତାତି ବଢୁଥିବା ଯୋଗୁଁ ଆଗାମୀ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତ ଏପ୍ରିଲ ୨୬ ରୁ ୩୦ ତାରିଖ ଯାଏଁ ଏହି ଛୁଟି ଅବଧି ଘୋଷଣା କରାଯାଇଛି ।

କିନ୍ତୁ ୩୦ ପରେ ମଧ୍ୟ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ସୃଷ୍ଟି ହେଉଛି । ହିଟ୍ ୱେଭ ସ୍ଥିତି ଦେଖି ଏପ୍ରିଲ ୩୦ ପରେ ତଥା ମେ ୧ ରୁ ପୁଣି ଥରେ ଶ୍ରେଣୀ ଗୃହ ଖୋଲିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜେ ସୂଚନା ଦେଇଛନ୍ତି ।

ଯଦି ରାଜ୍ୟରେ ହିଟ୍ ୱେଭ ଏହିପରି ଜାରି ରୁହେ ତେବେ ନିଶ୍ଚିତ ଭାବେ ପିଲାଙ୍କ ପାଇଁ ସ୍କୁଲ ବନ୍ଦ କରାଯିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।