ସାମ୍ନାକୁ ଆସିଲା ମଡେଲ ସୋମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ । ଯାହା ସୋନାଲିଙ୍କ ଅଡୁଆକୁ ବଢେଇ ଦେଇଛି । ଅଡିଓରେ ରହିଛି ସୌମ୍ଯ ଓ ସୋନାଲିଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପ । ସୋମ୍ୟ ସେହି ଅଡିଓରେ କହୁଛନ୍ତି ଯେ ସେ ଗାଡି ଆଗକୁ ଆସିଯିବେ ଆଉ ଆତ୍ମହତ୍ୟା କରିବେ । କିନ୍ତୁ ସୋନାଲି ଏହାକୁ ଗମ୍ଭୀରତାର ସହ ନ ନେଇ ତାଙ୍କୁ ଟାହି ଟାପରା କରୁଛନ୍ତି । ଦୀର୍ଘ ଅଢେଇ ମାସ ପରେ ପୁଣି ଥରେ ଖୋଲୁଛି ମଡେଲ ତଥା ଯୁବ ବ୍ୟବସାୟୀ ସୋମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ସୁଇସାଇଡ ଫାଇଲ ।

ସୋମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ନାଁ ରେ ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ଘଟଣାକୁ ପ୍ରାୟ ଅଢେଇ ମାସ ବିତି ଯାଇଥିଲେ ବି ପୋଲିସ ସୌମ୍ଯଙ୍କ ଘରଲୋକଙ୍କ ମାମଲା ରୁଜୁ କରି ନଥିଲା । କିନ୍ତୁ ପୁଅକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଥିଲେ ସୌମ୍ଯଙ୍କ ପରିବାର ।
ପୋଲିସ ପାଖରୁ ବାରମ୍ବାର ନିରାଶ ହୋଇ ଫେରିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଉ ଶେଷରେ ତାଙ୍କର ଗୋଟିଏ ପ୍ରକାର ବିଜୟ ହୋଇଛି । ହାଇକୋର୍ଟ ସୌମ୍ଯଙ୍କ ମାମଲା ଗ୍ରହଣ କରିବା ସହ ଇନଫୋସିଟି ଥାନା ପୋଲିସକୁ ସୋନାଲି ଓ ତାଙ୍କ ମା’ଙ୍କ ନାଁରେ କେସ୍ ଫାଇଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ମାମଲାର ସମସ୍ତ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ ମଧ୍ୟ କହିଛନ୍ତି । ସୌମ୍ଯଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ସୋନାଲିଙ୍କ ବିରୋଧରେ ଆଇପିସି ଧାରା ୩୦୬ ଏବଂ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟ ନେଇ ଧାରା ରୁଜୁ କରିଛି ପୋଲିସ । ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରି ସାରିଛି ପୋଲିସ ।

ସୋମ୍ୟଙ୍କ ମା’ ତାଙ୍କ ପୁଅ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ସୋନାଲି ଏବଂ ତାଙ୍କ ମା’ ବୋଲି ପୁଣି ଥରେ କହିଛନ୍ତି । ସେମାନେ ତାଙ୍କ ପୁଅକୁ ମାନସିକ ଭାବେ ଅତ୍ୟାଚାର କରୁଥିଲେ ଏବଂ ସବୁବେଳେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଉ ଥିଲେ ବୋଲି ସେ କହିଛନ୍ତି । ଏହାସହ ସେମାନଙ୍କ ଆଗରେ ସୌମ୍ୟ ବାରମ୍ବାର ମରିବା କଥା କହୁଥିଲେ ବି ସେମାନେ ସୌମ୍ଯଙ୍କ ପରିବାରକୁ ତାହା ଜଣାଇ ନଥିଲେ ବୋଲି ସେ କହିଛନ୍ତି ।
ଗତ ଜାନୁୟାରୀ ୩୦ ତାରିଖ ରାତିରେ ସୌମ୍ୟ ଆତ୍ମହତ୍ୟା କରିଥିଲେ ଓ ନିଜ ସୁଇସାଇଡ ନୋଟରେ ପ୍ରେମିକା ସୋନାଲିଙ୍କୁ ଏଥିପାଇଁ ଦାୟୀ କରିଥିଲେ । ତେବେ ପୋଲିସ ତଦନ୍ତ ହେବା ପରେ ଏହି ମାମଲା କେଉଁ ମୋଡ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।