ସ୍କାଇ ଡାଇଭିଙ୍ଗ ବେଳେ 13000 ଫୁଟ ଉଚ୍ଚତାରୁ 200କିମି ବେଗରେ ଖସି ପଡିଲେ ମହିଳା, ଆଉ ତା’ପରେ ଯାହା ଚମତ୍କାର ହେଲା ଦେଖି ସମସ୍ତେ ଆଶ୍ଚର୍ଯ୍ୟ…

“ରଖେ ହରି ତ ମାରେ କିଏ” ପୁଣି ଥରେ ଏହି ଲୋକକଥାର ଏକ ଜ୍ଵଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ୨୦୦ କିମି ବେଗରେ ଆକାଶରୁ ଖସି ଏବଂ ମାଟିରେ ପିଟି ହୋଇ ମଧ୍ୟ ମୃତ୍ୟୁକୁ ମାତ୍ ଦେଲେ । ମଝି ଆକାଶରେ ଅନେକ ଲୋକ ମୃତ୍ୟୁକୁ ଦେଖିଥିବେ ଏବଂ ଅନେକ ଲୋକ ତାକୁ ମାତ୍ ଦେଇ ବର୍ତ୍ତି ଯାଇଥିବେ । ହେଲେ ଭୂମିରୁ ୧୩ ହଜାର ଫୁଟ ଉଚ୍ଚତାରୁ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଖସିପଡି ମଧ୍ୟ ମୃତ୍ୟୁକୁ ମାତ୍ ଦେଇ ଜଣେ ମହିଳା ବଞ୍ଚି ଯାଇଛନ୍ତି । ଆଉ ଏହି ଖବର ବର୍ତ୍ତମାନ ଜାତୀୟ ଏବଂ ଆନ୍ତର୍ଜାତୀୟ ଖବରର ହେଡଲାଇନ ପାଲଟିଛି ।

ଏହି ମହିଳା ଜଣଙ୍କ ଯେତେବେଳେ ୧୩ ହଜାର ଫୁଟ ଉଚ୍ଚତାରୁ ଖସି ପଡି ମାଟିରେ କଚାଡି ହୋଇ ପଡିଲେ ଆଉ ଆଖି ଖୋଲିବା ପରେ ସେ ବଞ୍ଚିଥିବା ଦେଖି ନିଜକୁ ବିଶ୍ବାସ କରି ପାରିଲେନି । ଚମତ୍କାର ହେଉ ଅବା ଭଗବାନଙ୍କ ଇଚ୍ଛା ସେ ମୃତ୍ୟୁକୁ ମାତ୍ ଦେଇ ଫେରି ଆସିଛନ୍ତି । ସିଏ ହେଉଛନ୍ତି ଆମେରିକା ଭର୍ଜିନିଆର ୩୫ ବର୍ଷୀୟ ବାସିନ୍ଦା ଜୋର୍ଡାନ ହଟମାକର । ଜୋର୍ଡାନ ପେଷାରେ ଜଣେ ମହିଳା ସ୍କାଇ ଡାଇଭର ଅଟନ୍ତି ।

ମଝି ଆକାଶରେ ସ୍କାଇ ଡାଇଭିଙ୍ଗ କରୁଥିବା ବେଳେ ଏମିତି କିଛି ଘଟିଛି ଯାହାକି ଚମତ୍କାର କହିଲେ ଅତ୍ଯୁକ୍ତି ହେବ ନାହିଁ । ଜୋର୍ଡାନଙ୍କ କହିବା ମୁତାବକ ସ୍କାଇ ଡାଇଭିଙ୍ଗ କରୁ କରୁ ଆକାଶରୁ ତଳକୁ ଖସୁଥିବା ବେଳେ ପାରାଚ୍ୟୁଟଟି ତାଙ୍କ ଗୋଡରେ ଫସି ଯାଇଥିଲା । ଫଳରେ ସେ ଘଣ୍ଟା ପ୍ରତି ୨୦୦ କିମି ବେଗରେ ୧୩ ହଜାର ଫୁଟ ଉଚ୍ଚତାରୁ ଖସି ତଳେ ପିଟି ହୋଇ ଯାଇଥିଲେ । ମାତ୍ର ୩୦ ସେକେଣ୍ଡ ଭିତରେ ତାଙ୍କ ସହ ମୃତ୍ୟୁ ଲୁଚକାଳି ଖେଳ ଖେଳିଗଲା ।

ସେ ଆଉ ଭାବି ନଥିଲେ କି ସେ ବଞ୍ଚିଯିବେ ବୋଲି । କିନ୍ତୁ ତାଙ୍କ ଚେତା ଫେରିବା ବେଳେ ସେ ଯନ୍ତ୍ରଣା ଅନୁଭବ କରିଥିଲେ, କାରଣ ତାଙ୍କ ଶରୀରର ଅନେକ ଅଙ୍ଗ ଭାଙ୍ଗି ଯାଇଥିଲା । ଏବେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାର ଧୀରେ ଧୀରେ ସୁସ୍ଥ ହେଉଥିବା କଥା ସେ କହିଛନ୍ତି । ଜୋର୍ଡାନ ଏତେ ଉଚ୍ଚତାରୁ ପଡି ମଧ୍ୟ ବଞ୍ଚିଗଲେ ସତ କିନ୍ତୁ ଏବେ ମଧ୍ୟ ତାଙ୍କ ମେରୁଦଣ୍ଡ ଏବଂ ବାମ ଗୋଡ ସଂପୂର୍ଣ୍ଣ ଠିକ ହୋଇ ନାହିଁ । ତିନି ମାସ ଧରି ହସ୍ପିଟାଲ ବେଡରେ ଥାଇ ମୃତ୍ୟୁ ସହ ଲଢେଇ କରୁଛନ୍ତି ଜୋର୍ଡାନ ।

ସତେ ଯେମିତି ଭଗବାନ ତାଙ୍କୁ ନୂଆ ଜୀବନ ଦେଇଥିବା ସେ ଅନୁଭବ କରନ୍ତି ବୋଲି ଜୋର୍ଡାନ କୁହନ୍ତି । ଆଉ ସବୁଠାରୁ ବଡ କଥା ହେଲା ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ ତାଙ୍କ ମନୋବଳ ଭାଙ୍ଗି ନାହିଁ । ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ପୁଣି ଥରେ ସ୍କାଇ ଡାଇଭିଙ୍ଗ କରିବେ ବୋଲି ହସ ହସ ମୁହଁରେ କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।