ଓଡିଶା ଦିନ ମଜୁରିଆଙ୍କ ଏହି ଦେଶୀ ଜୁଗାଡ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେନି, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ! ଦେଖନ୍ତୁ ଏହି Video

ମନରେ ଇଚ୍ଛା ଶକ୍ତି ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ । କାମ ଯେତେ କଷ୍ଟ ହେଲେ ମଧ୍ୟ ତାହା ପୂରଣ ହୋଇଯିବ । ଅସମ୍ଭବ କାର୍ଯ୍ୟ ବି ଦୃଢ ଇଚ୍ଛା ଶକ୍ତି ଓ ସାଧାରଣ ବୁଦ୍ଧି ବଳରେ ସମ୍ଭବ ହୋଇପାରିବ । ଆଉ ଏମିତି ଏକ ଭିଡିଓ ଦେଖିବା ପରେ ଆପଣ ଏହାକୁ ଉପରୋକ୍ତ ଉକ୍ତିର ଏକ ଶ୍ରେଷ୍ଠ ଉଦାହରଣ ବୋଲି କହି ପାରନ୍ତି । ଏହି ଦୃଶ୍ୟରେ ଆପଣ ଦେଖି ପାରୁଥିବେ କି କିପରି ଦୁଇଟି ଗଛ ଗଣ୍ଡି, ଦୁଇଟି ଟାୟାର ଓ ଗୋଟିଏ ଶିକା ସାହାଯ୍ୟରେ କେମିତି ଏକ ମହଲା କୋଠା ଉପରକୁ ବାଲି, ଇଟା, ଚିପ୍ସ ଉଠାଇ ଦେଉଛନ୍ତି ଏହି ବ୍ୟକ୍ତି ଜଣକ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଓ ଦେଖିବା ଲୋକେ ପ୍ରଶଂସା ନକରି ରହି ପାରୁ ନାହାନ୍ତି । ଅଳ୍ପ ପରିଶ୍ରମରେ ଅଧିକ କାମ ହେବା ସହ ଅତି ସହଜରେ ଘର ଉପରକୁ ସାମଗ୍ରୀ ଗୁଡିକ ଉଠି ଯାଉଛି । ଆପଣ ଏହି ଦୃଶ୍ୟକୁ ଟିକେ ଭଲରେ ଦେଖନ୍ତୁ । କେମିତି ଜୁଗାଡରେ ଘର ଉପରକୁ ବାଲି, ଚିପ୍ସ ଏବଂ ଇଟା ଆଦି ସୁରୁଖୁରୁରେ ଉଠୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶାର ବୌଦ୍ଧ ଜିଲ୍ଲାରେ ।

ବୌଦ୍ଧ ଜିଲ୍ଲା ଶୁଣ୍ଢୀପଦରର ପୂର୍ଣ୍ଣଚନ୍ଦ୍ର ସେଠୀ କିଛି ଏପରି ଆଖି ଦୃଷ୍ଟିଆ କାମ କରି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ପୂର୍ଣ୍ଣଚନ୍ଦ୍ର ନିଜସ୍ଵ ବୁଦ୍ଧିକୁ ପ୍ରୟୋଗ କରି ଦୁଇଟି କାଠ ଦୁଇଟି ଟାୟାର ଓ ଦଉଡିରେ ତିଆରି କରିଛନ୍ତି ଏହି ବ୍ୟବସ୍ଥା । ଯାହାକି ୨୦ ଫୁଟ ଉଚ୍ଚ ଛତ ଉପରକୁ ବାଲି, ଇଟା, ସିମେଣ୍ଟ ଏବଂ ପାଣି ଇତ୍ୟାଦି ଅତି ସହଜରେ ଚଢେଇବାରେ ସଫଳ ଏବଂ ସହଜ ହୋଇଛି ।

ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ଆଉ ତାଙ୍କର ଏହି ଉପସ୍ଥିତି ବୁଦ୍ଧିକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ସତରେ ଏହି ବ୍ୟକ୍ତିଙ୍କ ବୁଦ୍ଧିକୁ ମାନିବାକୁ ପଡିବ । ଏପରି ନ କରିଥିଲେ ଛାତ ଉପରକୁ ସିଡିରେ ଚଢି ମୁଣ୍ଡରେ ବାଲି, ଇଟା ସବୁ ବୋହିବାକୁ ପଡିଥାନ୍ତା ।

ଏହି ଦେଶୀ କୌଶଳରେ ସେଥିରୁ କିନ୍ତୁ ମୁକ୍ତି ମିଳିଛି ଆଉ ବେଶ ପଇସା ବି ବଞ୍ଚିଛି । ଆପଣଙ୍କୁ ଏହି ବ୍ୟକ୍ତିଙ୍କର ଏହିପରି ଦେଶୀ ଜୁଗାଡ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।