Astrology:- ଏପ୍ରିଲ 30 ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଏହି 4 ରାଶି ହେବାକୁ ଯାଉଛନ୍ତି ମହା କୋଟିପତି, ଆପଣଙ୍କ ରାଶି ଅଛି କି ?

ଚଳିତ ବର୍ଷ ଦୁଇଟି ସୂର୍ଯ୍ୟପରାଗ ରହିଛି । ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସ ୩୦ ତାରିଖରେ ହେବାକୁ ଯାଉଛି । ଏହା ସଂପୂର୍ଣ୍ଣ ଆଂଶିକ ସୂର୍ଯ୍ୟପରାଗ । ଏହା ମଧ୍ୟରାତ୍ରି ୧୨ଟା ୧୫ ମିନିଟରୁ ଆରମ୍ଭ ହୋଇ ମେ ୧ ତାରିଖ ସକାଳ ୪ଟା ୭ମିନିଟ ପର୍ଯ୍ୟନ୍ତ ରହିବ । ଗ୍ରହ ଆମ ଜେବନରେ ଗଭୀର ପ୍ରଭାବ ପକାଇଥାନ୍ତି ଓ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର ଅନେକ ମହତ୍ଵ ରହିଛି । ତେବେ ଏହି ସୂର୍ଯ୍ୟପରାଗର କିଛି ଚାରୋଟି ରାଶି ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ବୃଷ ରାଶି । ଏହି ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ବେଶ ଭଲ ରହିବ । ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ ଓ ଅନେକ ଦିନରୁ ପଡି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଗ୍ରହଣ ବେଳେ ଆପଣଙ୍କ ଦ୍ଵାରା କରା ଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହେବ । ଏହି ସମୟରେ ଯାତ୍ରା କରିଥିଲେ ମଧ୍ୟ ସୁଫଳ ମିଳିବ । ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟପରାଗ ବେଶ ଲାଭଦାୟକ ରହିବ । ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ନିଶ୍ଚୟ ଲାଭ ପାଇବେ ।

କର୍କଟ ରାଶି । ଏହି ସୂର୍ଯ୍ୟପରାଗ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢୀଭୂତ କରିବ । ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । କର୍ମକ୍ଷେତ୍ର ଏବଂ ସମାଜରେ ଆପଣଙ୍କ ଖ୍ଯାତି ବୃଦ୍ଧି ପାଇବ । ନିଜର ଯୋଗ୍ୟତା ଉପରେ ବିଶ୍ବାସ କରି ଏହି ସୂର୍ଯ୍ୟପରାଗ ସମୟରେ ଆପଣ ଯେକୌଣସି ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ । ଏହି ସମୟରେ ଆପଣଙ୍କୁ କିଛି ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ । ବେପାରରେ ମଧ୍ୟ ପ୍ରଚୁର ଲାଭ ପାଇବାର ଯୋଗ ବନୁଅଛି ।

ତୁଳା ରାଶି । ଆପଣଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟପରାଗ ବେଶ ଶୁଭ ଫଳଦାୟକ ରହିଛି । କର୍ମକ୍ଷେତ୍ରରେ ଲାଭବାନ ହେବାର ଅତ୍ୟନ୍ତ ସମ୍ଭାବନା ରହିଛି । ଚାକିରିରେ ଆପଣଙ୍କ ପଦୋନ୍ନତି ହୋଇପାରେ ଓ ମିଳିତ ଭାବେ ବ୍ୟବସାୟ କରୁଥିଲେ ସେଥିରୁ ମୋଟା ଅଙ୍କର କାଭ ମଧ୍ୟ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଆପଣଙ୍କ ସମସ୍ତ ମନୋବାଞ୍ଛା ମଧ୍ୟ ପୂର୍ଣ୍ଣ ହେବ ।

ଧନୁ ରାଶି । ଆପଣଙ୍କ ଆର୍ଥିକ ଅବସ୍ଥାରେ ବେଶ ଉନ୍ନତି ହେବ । ସରକାରୀ ଚାକିରୀ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟପରାଗ ବେଶ ଭଲ ରହିବ । ବିଦେଶରେ ମଧ୍ୟ ଚାକିରି ସୁଯୋଗ ମିଳିପାରେ । ସୂର୍ଯ୍ୟପରାଗ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ । ବ୍ୟବସାୟୀ ମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ କରନ୍ତୁ । ଦେଖିବେ ନିଶ୍ଚୟ ଶୁଭଫଳ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।