ବିଶ୍ଵର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ବର୍ତ୍ତମାନ ଋଷଠୁ ଅଧିକ ଭାରତର ଋଷ ଆଭିମୁଖ୍ଯକୁ ନେଇ ଚିନ୍ତିତ ଅଛି । ଭାରତ ଆରମ୍ଭରୁ ଲଗାତାର ଋଷ ବିରୋଧରେ ଭୋଟିଂ କରିବାରୁ ନିଜକୁ ଦୂରେଇ ରଖି ଆସିଛି । ଋଷ ପ୍ରତି ଭାରତର ଆଭିମୁଖ୍ଯକୁ ନେଇ ଦୁନିଆର ଅନେକ ଦେଶ ଭାରତକୁ ପ୍ରଶଂସା କରି ସାରିଛନ୍ତି । ଏପରିକି ପ୍ରମୁଖ ନାଟୋ ଦେଶମାନେ ମଧ୍ୟ ଭାରତର ନିରପେକ୍ଷତାକୁ ସମର୍ଥନ କରିଛନ୍ତି । କିନ୍ତୁ ଏସବୁ ଆମେରିକାକୁ ହଜମ ହେଉନାହିଁ ।
ଋଷର ନିକଟତର ହେବାକୁ ନେଇ ଆମେରିକା ଅନେକ ଥର ଭାରତକୁ ଚେତାବନୀ ଦେଇ ସାରିଛି । କିନ୍ତୁ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିପାରି ନାହିଁ । ପୂର୍ବରୁ ଆମେରିକା ଏସ୪୦୦ଏ ଡ଼ିଫେନ୍ସ ସିଷ୍ଟମକୁ ନେଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ଦେଇଥିଲା । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଭାରତ ଡିଲ୍ କରିବାରୁ ନିବୃତ୍ତ ହୋଇ ନଥିଲା । ଆଉ ବର୍ତ୍ତମାନ ଭାରତ ଆମେରିକାର କୌଣସି ଧମକକୁ ଖାତିର ନକରି ଅମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଋଷ ଠାରୁ ଅଶୌଧିତ ତେଲ କିଣିବା ପାଇଁ ନିଷ୍ପତ୍ତି ନେଇ ସାରିଛି ।
ଆଉ ଏସବୁ ଦେଖି ଆମେରିକାର ଚିନ୍ତା ବଢିଯାଇଛି । ତେଣୁ ତା’ର କିଛିବି ଧମକ ଭାରତକୁ କାଟୁ କରୁ ନଥିବା ଦେଖି ବର୍ତ୍ତମାନ ଭାରତ ଆଗରେ ଏକ ବଡ ଅଫର୍ ରଖିଛି । ଆମେରିକା ଜାଣିଛି ବର୍ତ୍ତମାନ ଋଷ ଭାରତ ଉପରେ ନିର୍ଭରଶୀଳ ଅଟେ । କିନ୍ତୁ ସାମରିକ ହତିଆର ପାଇଁ ମଧ୍ୟ ଭାରତ ସର୍ବଦା ଋଷ ଉପରେ ନିର୍ଭର କରି ଆସିଛି । ସେଥିପାଇଁ ବର୍ତ୍ତମାନ ଆମେରିକା ରୁଷି ହାତିଆରକୁ ନେଇ ଆଲୋଚନା କରିବା ବେଳେ କହିଛି କି ସେ ଭାରତକୁ ସୁରକ୍ଷା କ୍ଷେତ୍ରରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଟେ ।
ହତିଆର ପାଇଁ ଋଷ ଉପରେ ନିର୍ଭର କରିବା ଠିକ କି ନୁହେଁ ଏନେଇ ଭାରତ ଚିନ୍ତା କରିବା ଆବଶ୍ୟକ ବୋଲି ଆମେରିକା କହିଛି । ଏହାସହ ଆମେରିକା କହିଛି କି ଋଷର ବର୍ତ୍ତମାନ ୬୦ ପ୍ରତିଶତ ମିଶାଇଲ କାର୍ଯ୍ୟ କରିବା ସ୍ଥିତିରେ ନାହିଁ । ଯୁଦ୍ଧ ମଇଦାନରେ ଋଷର ହତିଆର କେତେ ଖରାପ ପ୍ରଦର୍ଶନ କରୁଛନ୍ତି ଭାରତ ତାହା ଦେଖି ବୋଲି ଆମେରିକା କହିଛି । ଆମେରିକା ଆହୁରି ମଧ୍ୟ କହିଛି କି ଆମେ ଯଦି ଋଷ ସହ ଲଢିବା ପାଇଁ ୟୁକ୍ରେନକୁ ହତିଆର ଦେଇପାରୁଛୁ ତେବେ ଭାରତକୁ କଣ ଦେଇପାରିବୁ ନାହିଁ ।
ପୁଟିନଙ୍କ ଭଳି ବ୍ୟକ୍ତିଙ୍କ ଉପରେ ଭାରତ ନିର୍ଭର କରିବା କଣ ଠିକ କି ବୋଲି ଆମେରିକା କହିଛି । ତେବେ ଆମେରିକାର ଏହିଭଳି ବୟାନକୁ ନେଇ ଏବେ ଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଭାରତ ଆମେରିକା ଠାରୁ ମଧ୍ୟ ହତିଆର କିଣିଛି ଓ ତା’ସହ ମଧ୍ୟ ସୈନ୍ୟ ସମ୍ବନ୍ଧ ବେଶ ଭଲ ରହିଛି ।
ଭାରତ ଆରମ୍ଭରୁ କହି ଆସିଛି କି କୌଣସି ଗୋଟିଏ ଦେଶ ପାଇଁ ସେ ଅନ୍ୟ ଦେଶଙ୍କ ସହ ଶତ୍ରୁତା କରିପାରିବ ନାହିଁ କି କୌଣସି ଗୋଟିଏ ଦେଶ ଉପରେ ନିର୍ଭର ରହିବ ନାହିଁ । ସେଥିପାଇଁ ଭାରତ ଋଷ ଓ ଆମେରିକା ବ୍ଯତୀତ ଇସ୍ରାଏଲ ଠାରୁ ମଧ୍ୟ ହତିଆର କିଣୁଛି । ଏହାସହ ଭାରତ ବର୍ତ୍ତମାନ ନିଜେ ହତିଆର ତିଆରି କରିବା ଆରମ୍ଭ କରିଦେଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେରିକା ଉପରେ ଏତେ ଶୀଘ୍ର ଭରସା କରିବା ଉଚିତ ନୁହେଁ ।
ଆମକୁ ଭୁଲିବା ଉଚିତ ନୁହେଁ କି ଯେତେବେଳେ ଏଲଏସି ରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା ସେତେବେଳେ ଋଷ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।