ଏଥର ଶସ୍ତାରେ କିଣିପାରିବେ Apple iPhone 13 ! ଭାରତରେ ଆଇଫୋନ କମ୍ପାନୀ ଜାରି ଦେଲା ଏହି ଶସ୍ତା ଅଫର୍

ସାରା ଦୁନିଆରେ ଆପଲ୍ ର ଆଇଫୋନର କ୍ରେଜ ରହିଛି । ଆଇଫୋନ ଗ୍ରାହକ ପ୍ରତିବର୍ଷ ଆଇଫୋନର ନୂଆ ମଡେଲର ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଆଇଫୋନର ମୂଲ୍ୟ ଏତେ ଅଧିକ ହୋଇଥାଏ ଯେ ସମସ୍ତେ ଏହାକୁ କିଣିପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଏମିତି ଏକ ଅଫର୍ ଚାଲିଛି ଯେଉଁଥିରେ ଆପଣ ବି ଆପଲ୍ ଆଇଫୋନ-13 ଶସ୍ତାରେ କିଣିପାରିବେ । ଆପଲ୍ ଆଇଫୋନ-13 କମ୍ପାନୀର ଲାଟେଷ୍ଟ ସ୍ମାର୍ଟଫୋନ ଅଟେ । ଏବେ ଏହି ଫୋନ କିଣିଲେ ରିହାତି ସହିତ କ୍ୟାଶବ୍ୟାକ ମଧ୍ୟ ମିଳୁଛି ।

ଏହାସହ ଆପଣ ଏକ୍ସଚେଞ୍ଜ ଅଫର୍ ର ଫାଇଦା ମଧ୍ୟ ଉଠାଇ ପାରିବେ । ଆପଲ୍ ର ପ୍ରିମିୟମ ରିସେଲର ଇଣ୍ଡିଆ ଆଇ ଷ୍ଟୋରରେ  ଆପଲ୍ ଆଇଫୋନ-13 ଉପରେ ଆକର୍ଷଣୀୟ ଅଫର୍ର ମିଳୁଛି । ଏହି ଫୋନର ୧୨୮ଜୀବି ଷ୍ଟୋରେଜ ଭ୍ୟାରିଆଣ୍ଟର ମଡେଲର ଦାମ୍ ୭୯୯୦୦/- ଟଙ୍କା ହୋଇଥିବା ବେଳେ ଆପଣ ହେୟାକୁ କେବଳ ୫୦୯୦୦/- ଟଙ୍କାରେ କିଣିପାରିବେ । ଏହି ଫୋନ ଉପରେ ପ୍ରାୟ ୫୦୦୦/- ଟଙ୍କାର ଇନଷ୍ଟାଣ୍ଟ ଷ୍ଟୋର ଡିସକାଉଣ୍ଟ ଓ ପ୍ରାୟ ୬୦୦୦/- ଟଙ୍କାର କ୍ୟାଶବ୍ୟାକ ଅଫର୍ ମଧ୍ୟ ମିଳୁଛି ।

ତେବେ ଏହି କ୍ୟାଶବ୍ୟାକ ଅଫର୍ କେବଳ ଆଇସିଆଇସିଆଇ ଓ କୋଟାକ ବ୍ଯାଙ୍କର ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଏସବିଆଇ କ୍ରେଡିଟ କାର୍ଡରେ ଉପଲବ୍ଧ ରହିଛି । ଏହାସହ ଆପଲ୍ ଆଇଫୋନ-13ରେ ଆପଣଙ୍କୁ ପ୍ରାୟ ୧୮୦୦୦/- ଟଙ୍କାର ଏକ୍ସଚେଞ୍ଜ ଅଫର୍ ମଧ୍ୟ ମିଳିବ ।

ଯଦି ଆପଣ ଆଇଫୋନ-ଏକ୍ସଆର ର ୬୪ଜୀବି ଭ୍ୟାରିଆଣ୍ଟକୁ ଆପଲ୍ ଆଇଫୋନ-13 ସହ ଏକ୍ସଚେଞ୍ଜ କରିବେ ତେବେ ଆପଣଙ୍କୁ ଏହାର ଭଲ ପ୍ରାଇସ ମଧ୍ୟ ମିଳିପାରିବ । କିନ୍ତୁ ଏହି ପ୍ରାଇସ ଆପଣଙ୍କ ଫୋନର କଣ୍ଡିସନ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଅଟେ । ଆପଲ୍ ଆଇଫୋନ-13ର ୧୨୮ଜିବି ଭ୍ୟାରିଆଣ୍ଟ ବ୍ଯତୀତ ଏହି ଅଫର୍ ୨୫୬ଜିବି ଓ ୫୧୨ଜିବି ଭ୍ୟାରିଆଣ୍ଟ ଉପରେ ମଧ୍ୟ ଉପଲବ୍ଧ ଅଟେ ।

ଆପଲ୍ ଆଇଫୋନ-13ର ୨୫୬ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୮୯୯୦୦/- ଟଙ୍କା ଏବଂ ୫୧୨ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧,୦୯,୯୦୦/- ଟଙ୍କା ଅଟେ । ନିକଟରେ ଏକ ମେଗା ଇଭେଣ୍ଟରେ କମ୍ପାନୀ ଆଇଫୋନ ସ୍ପେଶାଲ ଏଡିସନ-୩ ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଏହି ଫୋନ ୫ଜି ନେଟୱର୍କକୁ ସପୋର୍ଟ କରେ । ଯାହା ବର୍ତ୍ତମାନ ଭାରତରେ ଉପଲବ୍ଧ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।