ପ୍ରଥମଥର ପାଇଁ ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ Rachana Banarjeeଙ୍କ ରିୟଲ ଲାଇଫ ସ୍ଵାମୀ ଓ ପୁଅ

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ର ଚାହିଦା ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳୁଛି । ବଲିଉଡ, ଟଲିଉଡ, ହଲିଉଡ ଭଳି ଓଲିଉଡ ଜଗତର କ୍ରେଜ ଆମ ଦେଶ ବିଦେଶରେ ଅଧିକ ଦେଖା ଯାଉଛି । ଏହା ସହ ଓଡିଆ କଳାକାର ମାନଙ୍କୁ ମଧ୍ୟ ଲୋକେ ପସନ୍ଦ କରିବା ସହ ତାଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ ଜାଣିବା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଆମ ଓଡିଆ କଳାକାର ମାନେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନୀକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ପରିବାର ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ତଥା ବଙ୍ଗାଳୀ ନାୟିକା ରଚନା ବାନାର୍ଜୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଲିଉଡ ଜଗତର ୮୦ ରୁ ୯୦ ଦଶକର ଅଭିନେତ୍ରୀ ଭାବେ ଜଣାଶୁଣା ଅଟନ୍ତି । ସେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଅଭିନୟକୁ ଆଜି ବି ଦର୍ଶକ ମାନେ ପସନ୍ଦ କରିବା ସହ ଆତଙ୍କର ସବୁ ଫିଲ୍ମ କୁ ଆଗ୍ରହ ସହକାରେ ଦେଖିବାକୁ ଇଚ୍ଛା କରିଥାନ୍ତି । ତେବେ ଅଭିନେତ୍ରୀ ରଚନା ବିବାହ ପରେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି ।

ଅଭିନେତ୍ରୀ ରଚନା ଓଡିଆ ଫିଲ୍ମ କରିବା ସହ ବେଙ୍ଗଲି, ତେଲୁଗୁ, ଫିଲ୍ମ ରେ ଦମଦାର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜର ପ୍ରୋଫେସନାଲ ଲାଇଫକୁ ନେଇ ଯେତେ ଚର୍ଚ୍ଚାରେ ରହିଥାନ୍ତି ତା ଠାରୁ ଅଧିକ ସେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ସେତିକି ଟ୍ୟାଲେନ୍ଟେଡ ମଧ୍ୟ ଅଟନ୍ତି । ବହୁତ ସାରା ଭାଷା ରେ ଫିଲ୍ମ କରିବା ସହ ୧୯୯୦ ରେ ମିସ କୋଲକାତାର ତାଜ ପିନ୍ଧି ସାରିଛନ୍ତି ଅଭିନେତ୍ରୀ ରଚନା । ସେ ୨୦୦୪ ରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କୁ ବିବାହ କରିଥିଲେ ।

କିନ୍ତୁ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ୨୦୦୭ ରେ ପ୍ରବାଳ ବାସୁ ଙ୍କୁ ବିବାହ କରିଥିଲେ ଯିଏ କି ଟାଟା କମ୍ପାନୀରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ଏହା ସହ ତାଙ୍କର ଗୋଟିଏ ପୁଅ ଅଛନ୍ତି ଯାହାଙ୍କର ନାଁ ହେଉଛି ପ୍ରୋନିତ ବାସୁ । ଆପଣ ମାନେ ଏହି ଭିଡିଓରେ ରଚନାଙ୍କ ସ୍ଵାମୀ ଓ ପୁଅଙ୍କୁ ଦେଖି ପାରିବେ । ସେ ତାଙ୍କ ପରିବାର ସହ ବେଶ ହସ ଖୁସିରେ ଥିବାର ନଜର ଆସୁଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ ମଧ୍ୟ ଆଜି ବି ଓଡିଆ ଇଣ୍ଡଷ୍ଟ୍ରି ରେ ତାଙ୍କ ଅଭିନୟର ଯାଦୁ ସମସ୍ତଙ୍କ ହୃଦୟରେ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ଅଭିନୟ ଓ ପରିବାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।