ଋଷ ବୋମା ପକାଇଲା କିନ୍ତୁ ୟୁକ୍ରେନ ପାଣି ପକାଇ ଲିଭେଇ ଦେଲା । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁକ୍ରେନ ଋଷିଆ ଯୁଦ୍ଧ ଥମିବାର ନାଁ ନେଉନି । ୟୁକ୍ରେନ ଉପରେ ଲଗାତର ଆକ୍ରମଣ କରି ଚାଲିଛି ଋଷିଆ । ସକାଳୁ ରାତି ଯାଏଁ ୟୁକ୍ରେନ ଉପରେ ବୋମା ବର୍ଷଣ ହେଉଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଅନେକ ବେସାମରିକ ଘାଟି ସହ ଅନେକ ଅଞ୍ଚଳକୁ ଟାର୍ଗେଟ କରାଯାଉଛି । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏହି ଚିତ୍ର ।

ୟୁକ୍ରେନ ଓ ଋଷ ମଧ୍ୟରେ ପ୍ରାୟ ୧୭ ଦିନ ହେଲା ଜାରି ରହିଛି ଯୁଦ୍ଧ । ଋଷର ଏକା ଜିଦ୍ କି ସେ ୟୁକ୍ରେନକୁ ଦଖଲ କରିବ । ସେପଟେ ୟୁକ୍ରେନ ମଧ୍ୟ କିଛି କମ୍ ନୁହେଁ । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ରାଜଧାନୀ କିଭ ଛାଡିବାକୁ ନାରାଜ । ଉଭୟ ଦେଶ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ ।
ଋଷ ଆକାଶ ମାର୍ଗରୁ ୟୁକ୍ରେନ ଆଡକୁ ମିଶାଇଲ ମାଡ କରି ଚାଲିଛି । ଏଥିସହ ବଡ ବଡ ବୋମା ମଧ୍ୟ ଫିଙ୍ଗୁଛି । ତେବେ ଏହାରି ମଧ୍ୟରେ ଋଷର କିଛି ବୋମା କାମ ଦେଉ ନଥିବା ବେଳେ ଆଉ କିଛି ବୋମାକୁ ପାଣି ପକେଇ ନିଭାଇ ଦେଉଛନ୍ତି ୟୁକ୍ରେନବାସୀ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ୟୁକ୍ରେନର ଜଣେ ବ୍ୟକ୍ତି ପାଣି ବୋତଲ ସାହାଯ୍ୟରେ ବେଶ ସାବଧାନର ସହ ଋଷ ପକାଇଥିବା ଏହି ବୋମାକୁ ନିଷ୍କ୍ରିୟ କରି ଦେଉଛନ୍ତି । ୧୩ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।
ଭିଡିଓଟି ନେକ୍ସଟା ନାମ ଏକ ଟ୍ଯୁଟର ହ୍ୟାଣ୍ଡେଲ ଜରିଆରେ ଶେୟାର କରାଯାଇଛି । ଭିଡିଓର କ୍ୟାପସନରେ ଲେଖାଯାଇଛି, ଏହା ବୋମା ନିଷ୍କ୍ରିୟ କରିବାର ପ୍ରକ୍ରିୟା । ଦି ଟେଲିଗ୍ରାଫ ରିପୋର୍ଟ ଅନୁସାରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ବିଭିନ୍ନ ୟୁଜର୍ସ ମାନେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।
ପୂର୍ବରୁ ଏଭଳି ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା । ସେଥିରେ ଋଷ ପକାଇଥିବା ଓଜନଦାର ବୋମା ଗୁଡିକ କାମ ଦେଉ ନଥିବା ଦେଖିବାକୁ ମିଳିଲା । ସେହି ବୋମାକୁ ଲୋକେ ବୋହି ନେଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।