ସହିଦଙ୍କ ପରିବାରମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗଇ ଆସିଲା ପୁରା ଦେଶ – ଭାରତର ବୀର ପୋର୍ଟଲରେ ୩୬ ଘଣ୍ଟାରେ ଜମା ହେଲା ଏତେ ଟଙ୍କା

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶରର ବିଭିନ୍ନ ସଂଗଠନ ଏବଂ ଲୋକମାନେ ସହିଦଙ୍କର ପରିଜନଙ୍କ ପାଇଁ ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଏଥିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ମହାରାଷ୍ଟ୍ର ସ୍ଥିତ ପ୍ରସିଦ୍ଧ ସାଇବାବା ମନ୍ଦିର ପ୍ରବନ୍ଧନ ଟ୍ରସ୍ଟ ସାମିଲ ଅଛନ୍ତି ।

ଅନ୍ୟ ପଟେ ଏହି ଅଭିୟାନ ସମୟରେ ସହିଦ ହୋଇଥିବା ସୀଆରପୀଏଫ ଯବାନମାନଙ୍କର ପରିବାର ଆର୍ଥିକ ସହାୟତା ପାଇଁ ଧନରାଶି ଏକତ୍ର କରିବା ପାଇଁ ତିଆରି କରାଯାଇଥିବା ଅନ୍ଲାଇନ ପୋର୍ଟଲ ‘ଭାରତ କେ ବୀର’କୁ ପୁଲୱାମା ଆତଙ୍କି ଆକ୍ରମଣ ପରେ ୭ କୋଟି ଟଙ୍କା ରାସୀ ମିଳିସାରିଛି । ଅଧିକାରୀମାନେ କହିଛନ୍ତି କି ଏହିଭଳି ରାସୀ ଏହା ପୂର୍ବରୁ କେବେବ ବି ଏତେ ଶୀଘ୍ର ଏହି ପୋର୍ଟଲରେ ଜମା ହୋଇନଥିଲା । ଗୁରୁବାର ଦିନ ଜମ୍ମୂ-କଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଆତଙ୍କି ଆକ୍ରମଣରେ ସୀଆରପୀଏଫଙ୍କର ୪୦ ଜଣ ଯବାନ ସହିଦ ହୋଇ ଯାଇଛନ୍ତି ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଅନ୍ଲାଇନ ପୋର୍ଟାଲର ପ୍ରବନ୍ଧନକୁ ଦେଖୁ ଥିବା ଅଧିକାରୀ ମାନେ ନାଗରିକ ମାନଙ୍କୁ ‘ଭାରତ କେ ବୀର’ ପୋର୍ଟାଲ କୁ ଛାଡି କୌଣସି ଅନ୍ୟ ମଞ୍ଚର ସହିଦ ଯବାନଙ୍କ ପାଇଁ ଧନରାଶି ନ ଦେବା ପାଇଁ ଅନୁରୋଧ କରାଯାଇଛି । ବୀଏସଏଫର ମହାନିରୀକ୍ଷକ (ଆଈଜୀ) ଅମିତ ଲୋଧା କହିଛନ୍ତି କି, ଗତ ୩୬ ଘଣ୍ଟା ମଧ୍ୟରେ ଅନ୍ଲାଇନ ପୋର୍ଟାଲରେ ଆମକୁ ସହୟତା ରାସୀ ମିଳୁଛି । ଏହା ୭ କୋଟି ଟଙ୍କାରୁ ଅଧିକ ଅଟେ ।

ସାହାର୍ଯ୍ୟ ପାଇଁ ଆସିଲେ ଅମିତାଭ ବଚ୍ଚନ :

ଅନ୍ୟ ପଟେ ମହାନାୟକ ଅମିତାଭ ବଚ୍ଚନ ପୁଲୱାମା ଆତଙ୍କି ଆକ୍ରମଣରେ ସହିଦ ହୋଇଥିବା ପ୍ରତ୍ୟକ ଯବାନଙ୍କର ପରିବାରକୁ ୫ ଲକ୍ଷ ଟଙ୍କା ସାହାର୍ଯ୍ୟ ଦେବା ପାଇଁ ଘୋଷଣା କରିଛନ୍ତି । ଅଭିନେତାଙ୍କର ଜଣେ ପ୍ରବକ୍ତା କହିଛନ୍ତି କି ବିଭନ୍ନ ସରକାରୀ ସୂତ୍ର ଠାରୁ ଏହା ଜାଣିବାକୁ ଚେଷ୍ଟା କରୁଛୁ କି କେଉଁଠି ଏବଂ କେମିତି ଏହି ରାଶିକୁ ବିତରଣ କରିଲେ ସେମାନଙ୍କ ପାଖରେ ଜଲ୍ଦି ଏହି ରାଶି ପହଞ୍ଚି ପାରିବ ।

ପ୍ରବକ୍ତାଙ୍କର ଗୋଟିଏ ବୟାନରେ କହିଲେ, ‘ହଁ, ବଚ୍ଚନ ପ୍ରତ୍ୟକ ସହିଦ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଦେଉଛନ୍ତି ଏବଂ ସେ ଏହା କରିବାର ସଠିକ ମାର୍ଗ ଦେଖୁଛନ୍ତି ।

ଅନ୍ୟ ପଟେ ମହାରଷ୍ଟ୍ରର ପ୍ରସିଦ୍ଧ ସାଇବାବା ମନ୍ଦିରର ପ୍ରବନ୍ଧନ ଟ୍ରସ୍ଟ ପୁଲୱାମା ଆତଙ୍କି ଆକ୍ରମଣରେ ସୀଆରପୀଏଫର ସହିଦ ଯବାନମାନଙ୍କର ପରିବାର ପାଇଁ ୨.୫୧ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ଟ୍ରସ୍ଟର ଅଧକ୍ଷ ସୁରେଶ ହବାରେ ସମ୍ବାଦାତା ମାନଙ୍କୁ କହିଲେ କି ଶ୍ରୀ ସାଇବାବା ସଂସ୍ଥାନ ଟ୍ରସ୍ଟ (ଏସଏସଏସଟୀ) ଜମ୍ମୂ କଶ୍ମୀରରେ ୧୪ ଫେବ୍ରୁୟାରୀରେ ହୋଇଥିବା ଆତଙ୍କି ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କର ନିକଟବର୍ତ୍ତୀ ପରିଜନଙ୍କୁ ୨.୫୧ କୋଟି ଟଙ୍କା ଦିଆଯିବ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।