ରାସ୍ତା ଉପରେ ବିଛାଇ ହୋଇ ପଡିଥିଲା ଆମ ଦେଶର ବୀର ସହିଦଙ୍କର ଶରୀରର…ପୁଣି କେମିତି ହେଲା ଚିହ୍ନଟ – ପଢି ଆଖିରୁ ଲୁହ ଆସିଯିବ

ଜମ୍ମୂ-କଶ୍ମୀରର ପୁଲୱାମାରେ ସହିଦ ୪୦ ଜଣ ସୀଆରପୀଏଫ ଯବାନଙ୍କର ପାର୍ଥିବ ଶରୀରରକୁ ତାଙ୍କ ଗ୍ରାମର ଘରକୁ ପଠାଇ ଦିଆ ଯାଇଛି । ଯେଉଁଠି ତାଙ୍କର ଜନ୍ମ ହୋଇଛି । କାଲି ଯେତେବେଳେ ତିରଙ୍ଗା ସହିତ ସେହି ଯବାନମାନଙ୍କର ଶବ ଆସି ଘରେ ପହଞ୍ଚିଲା ତେବେ ଏହି ଶବର ଆବସ୍ଥାକୁ ଦେଖି ଲୋକମାନଙ୍କ ମନରେ ରାଗ ଚାଲି ଆସୁଥିଲା । ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କର ଶରୀରର ଏଭଳି ଅବସ୍ଥା ହୋଇ ଯାଇଛି ଯାହାକୁ କହିବା ବହୁତ କଷ୍ଟ ଅଟେ । ତଥାପି ପରିବାର ଲୋକେ ନିଜ ମନ ଉପରେ ପଥର ରଖି ଏହି ବୀର ଯବାନଙ୍କର ଅନ୍ତିମ ସଂସ୍କାର କରିଥିଲେ ।

ଶବ ଗୁଡିକକୁ ଦେଖି ଏମାନଙ୍କର ଚିହ୍ନଟ କରିବା ସୀଆରପୀଏଫ ଯବାନଙ୍କ ପାଇଁ ବହୁତ କଷ୍ଟ ହୋଇଥିଲା । ପାଖାପାଖି ୨୦୦ କିଲୋ ବିସ୍ଫୋଟକର ବ୍ୟବହାର କରି କାରାଯାଇଥିବା ଏହି ଆତ୍ମଘାତି ଆକ୍ରମଣ ପରେ ଶବ ଗୁଡିକର ଅବସ୍ଥା ବହୁତ ଖରାପ ହୋଇ ଯାଇଛି । କେଉଁଠି ହାତ ପଡିରହିଛି ତ କେଉଁଠି ଶରୀରର ଅନ୍ୟ ଭାଗ ପଡି ରହିଛି । ଆକ୍ରମଣ ପରେ ଏହି ଅଞ୍ଚଲଟି ପୁରା ଯୁଧ୍ୟ ଭୂମି ଭଳି ଦେଖା ଯାଉଥିଲା ।

ଶରୀରର ଏହି ଅବଶେଷ ଏବଂ ଜିନିଷ ଗୁଡିକକୁ ଏକାଠି କରିବା ପରେ ତାଙ୍କର ଚିହ୍ନଟ କରିବା ଆରମ୍ଭ କରାଯାଇଛି । ସମାଚାର ଏଜେଂସୀ ପୀଟୀଆଈ ଅନୁସାରେ ଏହି କାମରେ ଯବନାମାନଙ୍କର ଆଧାର କାର୍ଡ, ଆଈଡୀ କାର୍ଡ ଏବଂ କିଛି ଅନ୍ୟ ଜିନିଷରୁ ବହୁତ ସାହାର୍ଯ୍ୟ ମିଳିଲା ।

କିଛି ଯବାନଙ୍କର ଚିହ୍ନଟ ତାଙ୍କର ବେକରେ ଥିବା ଆଈଡୀ କାର୍ଡ ଦ୍ଵାରା ହୋଇଗଲା । କିନ୍ତୁ ଯେଉଁ ଯବାନମାନଙ୍କର ମୁଣ୍ଡ ଆଖପାଖରେ ଆଘାତ ଆସିଛି ତାଙ୍କର ଚିହ୍ନଟ ଆଇଡିଆ କାର୍ଡ ଦ୍ଵାରା ହୋଇଯିଛି । କିଛି ଯବାନ ନିଜର ପ୍ୟାନ କାର୍ଡ ନେଇ ଚାଲୁ ଥିଲେ ଯାହାଦ୍ୱାରା ସେମାନଙ୍କୁ ସେହି ଆଧାରରେ ଚିହ୍ନଟ କରା ଯାଇଛି । କେତେକ ଯବାନ ଛୁଟି ନେବାର ଆବେଦନ ଲେଖି ଆଣିଥିଲେ ।

ଏହି ଆବେଦନକୁ ନିଜ ବ୍ୟାଗରେ କିମ୍ବା ପକେଟରେ ରଖିଥିଲେ ଯାହାଦ୍ୱାରା ସେହି ଆଧାରରେ ସେମାନଙ୍କର ଚିହ୍ନଟ କରା ଯାଇଥିଲା ।

କେତେକ ଯବାନମାନଙ୍କର ହାତରେ ଲାଗିଥିବା ଘଣ୍ଟାକୁ ତାଙ୍କର ସାଥି ମାନେ ଦେଖି ଚିହ୍ନି ପାରିଲେ । ବହୁତ ଚେଷ୍ଟା ପରେ ବି କିଛି ଶବଙ୍କର ଚିହ୍ନଟ କରିବା ବହୁତ କଷ୍ଟ ହୋଇଛି । ଏମାନଙ୍କର ପରିଚୟ ପାଇଁ ଫଟୋର ବ୍ୟବହାର କରାଯାଇଥିଲା ।

ପୁଲୱାମା ଆତଙ୍କି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏବଂ କହିଲେ କି ଆମର ସୁରକ୍ଷାକର୍ମୀମାନଙ୍କୁ ପୁରା ସ୍ଵତନ୍ତ୍ରତା ଦିଆ ଯାଇଛି । ଏହା ପରେ ପୁଣି କହିଲେ କି ପାକିସ୍ଥାନ ଯେଉଁଭଳି ଭାବରେ ଏହି କାମ କରୁଛି, ସେଥିରେ ଭାରତରେ ଅସ୍ଥିରତା ଜନ୍ମ କରିବାରେ ସଫଳ ହୋଇଯିବ, ତେବେ ସେ ବଡ ଭୁଲ କରୁଛି ।

ସେ ଦେଶକୁ ବିଶ୍ଵାସ ଦେଇଛନ୍ତି କି ଯବାନମାନଙ୍କର ରକ୍ତର ଗୋଟିଏ ବୁନ୍ଦା ବି ବ୍ୟର୍ଥ ଯିବନାହିଁ । ଦେଶ ଯବାନମାନଙ୍କର ବଳିଦାନର ନିଶ୍ଚିତ ପ୍ରତିଶୋଧ ନେବ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।