ଗୀତ ଗାଉ ଗାଉ ଦିନେ ବେହୋସ ହୋଇ ଯାଇଥିଲେ Lata Mangeshkar, ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ଯେଉଁ ଲତା ମଙ୍ଗେସକରଙ୍କ ଗୀତ ଶୁଣିଲେ ଶ୍ରୋତା ମତୁଆଲା ହୋଇ ଯାଆନ୍ତି, ତାଙ୍କ ଜୀବନରେ ବି ଏମିତି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶହ ଶହ ଫିଲ୍ମରେ ହଜାର ହଜାର ଗୀତ ଗାଇଥିଲେ ଲତା ଦିଦି । ଆଉ ଥରେ ଗୀତ ଗାଉ ଗାଉ ବେହୋସ୍ ହୋଇ ଯାଇଥିଲେ । ସେଦିନ ଏମିତି କଣ ଘଟିଥିଲା ଯେ ଗୀତ ଗାଇବା ପରେ ବେହୋସ ହୋଇ ଯାଇଥିଲେ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଥରେ ମ୍ୟୁଜିକ କମ୍ପୋଜର ନୌସୁଦ ମୁମ୍ବାଇରେ ଗୀତ ରେକଡିଂ କରୁଥାନ୍ତି ।

ଲତା ମଙ୍ଗେସକର ଗୀତ ଗାଉଥାନ୍ତି । ଖରା ମାସ ହୋଇଥିବାରୁ ସେଦିନ ମୁମ୍ବାଇରେ ବହୁତ ଗରମ ହେଉଥାଏ । ଆଜିଦିନ ଭାଲି ରେକଡିଂ ଷ୍ଟୁଡିଓରେ ସେତେବେଳେ ଏସି ନଥିଲା । ରେକଡିଂରେ ବାଧା ଉପୁଜିବ ବୋଲି ଫ୍ୟାନକୁ ମଧ୍ୟ ବନ୍ଦ କରି ଦିଆ ଯାଇଥିଲା । ଏତେ ଗରମ ଭିତରେ ବି ସେଦିନ ରେକଡିଂ ବନ୍ଦ କରି ନଥିଲେ ଦିଦି । ଗୀତ ପୁରା ରେକଡିଂ ସରିଲା ବେଳକୁ ଅଚାନକ ବେହୋସ ହୋଇ ଯାଇଥିଲେ ଲତା ମଙ୍ଗେସକର । କିନ୍ତୁ ଗୀତ ରେକଡିଂ ବନ୍ଦ ହୋଇ ନଥିଲା ।

ଏହି ଘଟଣା ବିଷୟରେ ଥରେ ନିଜେ ଗୋଟିଏ ସାକ୍ଷାତକାରରେ ବର୍ଣ୍ଣନା କରିଥିଲେ ଲତା ଦିଦି । ସେଦିନର ଏହି ଘଟଣା ଗୋଟିଏ କଥା ବୟାନ କରୁଥିଲା କି ନିଜ କାମ ପ୍ରତି କେତେ ଉତ୍ସର୍ଗୀକୃତ ଥିଲେ ଲତା ମଙ୍ଗେସକର । ସେ ମାତ୍ର ୧୩ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପା ଦିନନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇ ଯାଇଥିଲା । ଏହାପରେ ପୁରା ପରିବାରର ବୋଝ ତାଙ୍କ ଉପରେ ପଡିଥିଲା ।

ପରିବାରର ଦାୟିତ୍ଵ ଏବଂ ନିଜ କ୍ଯାରିୟର ଭିତରେ ନିଜକୁ ବି ଭଲରେ ସମୟ ଦେଇ ପରି ନଥିଲେ ଲତା ଦିଦି । ତାଙ୍କ ବ୍ୟବହାରରେ ଏତେ ଶାଳୀନତା ଥିଲା ଯେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ଜୀବନରେ ଏତେ ସଫଳତା ହାସଲ କରିଥିବା ଲତାଙ୍କ ମନରେ କେବେବି ଅହଂଭାବ ନଥିଲା । ସେ ସବୁବେଳେ କହୁଥିଲେ କି, ତାଙ୍କୁ ଏବେବି ଗୁରୁଙ୍କ ଆବଶ୍ୟକତା ରହିଛି ସେ କଣ କାହାକୁ ଶିଖାଇବେ ।

ତାଙ୍କର କାର୍ଯ୍ୟ ପ୍ରତି ନିଷ୍ଠା, ପ୍ରେମ ଓ ନମ୍ରଭାବ ଯୋଗୁଁ ସେ ଚିର ଆମର ହୋଇ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।