Lata Mangeshkar ଙ୍କ ମୃତ୍ୟୁ ପୂର୍ବର ଶେଷ Video ଏବେ ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ, ଥରେ ଦେଖନ୍ତୁ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ

ନିଜ ସୁରିଲା ସ୍ଵରରେ ସମସ୍ତଙ୍କୁ ମଜେଇ ଦେଉଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ହୋଇଥିବା ଲତା ମଙ୍ଗେସକର ଫେବୃୟାରୀ ୬ ତାରିଖ ଦିନ ଆମ ସମସ୍ତଙ୍କୁ ଛାଡି ଏକ ଅଜଣା ରାଇଜକୁ ଚାଲି ଯାଇଛନ୍ତି । ଆଉ ସେ ଯିବା ପରେ ଏବେ ଶୋକାକୁଳ ହୋଇ ପଡିଛି ସାରା ଦେଶ । ଭାରତ ରତ୍ନ ଲତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦେଇଛନ୍ତି ଦେଶ ।

ଗତ ଜାନୁୟାରୀ ମାସରେ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲତା ଦିଦି । ତାଙ୍କ ଅବସ୍ଥା ସେତେବେଳେ ଗୁରୁତର ଥିଲେ ମଧ୍ୟ ପରେ ସୁଧାର ଆସିଥିଲା । ତେବେ ଲତାଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଗୁରୁତର ହୋଇଥିଲା ଓ ଏହାପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଗତକାଲି ଶେଷ ନିଃଶ୍ଵାସ ନେଇଥିଲେ ଲତା ମଙ୍ଗେସକର । ତେବେ ତାଙ୍କର ନିଧନ ହେବା ପରେ ସୋସିଆଲ ମିଡିଆରେ ତାଙ୍କରି ବିଷୟରେ ଚର୍ଚ୍ଚା ହେଉଛି ।

ତାଙ୍କର ଅନେକ ଫଟୋ, ଭିଡିଓ ଏବଂ ଗୀତ ମଧ୍ୟ ସବୁଆଡେ ଶେୟାର କରୁଛନ୍ତି ଲୋକେ । ଏବେ ଲତାଙ୍କର ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲତାଙ୍କୁ ଚାଲୁ ଥିବାର ଦେଖିବାକୁ ମିଳୁଛି । ଅର୍ଥାତ ଦେହ ଖରାପ ଥିବା ବେଳେ ଦୁଇ ଜଣ ମହିଳା ଦୁଇପଟୁ ହାତ ଧରି ତାଙ୍କୁ ଚଲାଉଥିବାର ଦେଖିବାକୁ ମିଳୁଛି । ଲତା ଏକ ଘର ଭିତରେ ଅଳ୍ପ ବାଟ ଚାଲିବା ସହ ଚାଲିବା ସମୟରେ ସେଇ ସମାନ ହସ ହସ ମୁହଁ ଦେଖିବାକୁ ମିଳୁଛି । ଏହି ଭିଡିଓଟି ମାତ୍ର କିଛି ଦିନ ପୂର୍ବର ତଥା ତାଙ୍କର ଶେଷ ଭିଡିଓ ।

ଲତାଙ୍କ ଦେହାନ୍ତ ପରେ ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ମଧ୍ୟ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ଦୁଇଦିନ ଜାତୀୟ ପତାକା ମଧ୍ୟ ଅର୍ଦ୍ଧନମିତ ରଖାଯିବ । ଜୀବନରେ ଅନେକ ସଫଳତା ଓ ପୁରସ୍କାର ହାସଲ କରିଥିବା ଅହଂ ଶୂନ୍ୟ ଲତା ଦିଦି ଜୀବନରେ ଅନେକ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦେଖିଛନ୍ତି । ଥରେ ଗୋଟିଏ ଇଣ୍ଟରଭ୍ୟୁରେ ତାଙ୍କୁ ପଚରା ଯାଇଥିଲା କି ଆଉ ଥରେ ଜନ୍ମ ନେଲେ ସେ କଣ ହୋଇ ଜନ୍ମ ନେବାକୁ ଚାହାନ୍ତି ।

ଏହାର ଉତ୍ତରରେ ଲତା ଦିଦି କହିଥିଲେ କି, ଜନ୍ମ ନମିଳିଲେ ଭଲ । ଆଉ ଯଦି ମିଳୁଛି ତେବେ ସେ କେବେ ଲତା ହୋଇ ଜନ୍ମ ନେବାକୁ ଚାହିଁବେନି । କାରଣ ଲତାର ଦୁଃଖ କେବଳ ଲତା ହିଁ ଜାଣେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।