Basant Panchami 2022: ବସନ୍ତ ପଞ୍ଚମୀରେ ଭୁଲରେ ବି କରନ୍ତୁ ନାହିଁ ଏହି 5 କାମ, ନଚେତ ହୋଇପାରେ ଘୋର ଅନର୍ଥ, ଦେଖନ୍ତୁ ଶୁଭ ସମୟ ଓ ଶୁଭ ଯୋଗ

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ବୋଲି ମାନାଯାଏ । ମାନ୍ୟତା ଅନୁସାରେ ଏହିଦିନ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ମା ସରସ୍ଵତୀଙ୍କ ଉତ୍ପତ୍ତି ହୋଇଥିଲା । ସେଥିପାଇଁ ଏହିଦିନ ସରସ୍ଵତୀ ଜନ୍ମୋତ୍ସବ ଓ ତାଙ୍କ ପୂଜା କରାଯାଏ । ଚଳିତ ବର୍ଷ ଫେବୃୟାରୀ ୫ ତାରିଖ ଦିନ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା ପଡୁଛି । ଏହିଦିନ କେଦାର ଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ଭଳି ମହାସଂଯୋଗ ବନୁଅଛି । ଆଜି ଆମେ ଆପଣଙ୍କୁ ଏହିଦିନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାକୁ ଯାଉଛୁ ।

ଏଥର ବସନ୍ତ ପଞ୍ଚମୀ ୫ ଫେବୃୟାରୀ ଶନିବାର ଦିନ ପାଳିତ ହେବ । ପଞ୍ଚମୀ ତିଥି ୫ ଫେବୃୟାରୀ ପ୍ରାତଃକାଳ ୩:୪୭ ମିନିଟରୁ ଆରମ୍ଭ ହୋଇ ୬ ଫେବୃୟାରୀ ୩:୪୬ ମିନିଟରେ ସମାପ୍ତ ହେବ । ବସନ୍ତ ପଞ୍ଚମୀ ପୂଜାର ଶୁଭ ମୂହୁର୍ତ୍ତ ହେଉଛି ସକାଳ ୭:୦୭ ମିନିଟ ଠାରୁ ଆରମ୍ଭ କରି ୧୨:୩୫ ମିନିଟ ପର୍ଯ୍ୟନ୍ତ । ଏହିଦିନ ସକାଳେ ସ୍ନାନ କରିବାପରେ ପୂଜାସ୍ଥଳ ସଫାସୁତୁରା କରି ସେଠାରେ ହଳଦିଆ ରଙ୍ଗର ଏକ ବସ୍ତ୍ର ବିଛାନ୍ତୁ ଓ ସେହି ସ୍ଥାନରେ ମା ସରସ୍ଵତୀଙ୍କ ପ୍ରତିମା ସ୍ଥାପନ କରନ୍ତୁ ।

ଏହିଦିନ ହଳଦିଆ ରଙ୍ଗର ବିଶେଷ ମହତ୍ଵ ରହିଥିବାରୁ ପ୍ରତିମାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଓ ଫୁଲ ଅର୍ପଣ କରନ୍ତୁ । ଏହାପରେ ରୋଲି, ଚନ୍ଦନ, ହଳଦୀ, ହଳଦିଆ ରଙ୍ଗର ମିଠା, ହଳଦିଆ ବୁନ୍ଦି ବା ଲଡୁ ଏବଂ ହଳଦିଆ ଅକ୍ଷତ ପ୍ରତିମାଙ୍କୁ ଅର୍ପଣ କରନ୍ତୁ । ପୂଜାସ୍ଥାନରେ ବାଦ୍ୟଯନ୍ତ୍ର ଓ ପାଠବହି ରଖି ସେଗୁଡିକ ମଧ୍ୟ ପୂଜା କରନ୍ତୁ ଓ ମା ସରସ୍ଵତୀଙ୍କ ବନ୍ଦନା ମଧ୍ୟ ପାଠ କରନ୍ତୁ ।

ଏହିଦିନ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜା କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ବର୍ଷ ବସନ୍ତ ପଞ୍ଚମୀ ଉତ୍ତରା ଭାଦ୍ରପଦ ନକ୍ଷତ୍ର, ବୁଦ୍ଧାଦିତ୍ୟ, ସିଦ୍ଧ ଯୋଗ ଓ କେଦାର ଯୋଗର ସଂଯୋଗରେ ପାଳିତ ହେବ । ଜ୍ଯୋତିଷ ଅନୁସାରେ ଏହି ଶୁଭ ଯୋଗ ତଥା ଶୁଭଦିନରେ ସମସ୍ତେ କିଛି ବିଶେଷ ନିୟମର ପାଳନ କରି ମାଙ୍କ ଆରାଧନା କରିବା ଉଚିତ । ଯାହାଫଳରେ ଆପଣଙ୍କୁ ମା ସରସ୍ଵତୀଙ୍କ ଆଶୀର୍ବାଦରୁ ବିଦ୍ୟା, ଧନ ଓ ସମୃଦ୍ଧି ପ୍ରାପ୍ତ ହେବ ।

ବସନ୍ତ ପଞ୍ଚମୀ ଦିନ ସ୍ନାନ ନକରି ଭୋଜନ କରନ୍ତୁ ନାହିଁ । ଏହିଦିନ ହଳଦିଆ ରଙ୍ଗର ବିଶେଷ ମହତ୍ଵ ରହିଛି । ସେଥିପାଇଁ ବସନ୍ତ ପଞ୍ଚମୀ ଦିନ ଅନ୍ୟ ରଙ୍ଗ ପରିବର୍ତ୍ତେ ମା’ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଓ ସାମଗ୍ରୀ ଅର୍ପଣ କରନ୍ତୁ ଓ ନିଜେ ମଧ୍ୟ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଏହିଦିନ ଗଛଲତା, ଫସଲ ଆଦି କଟାକଟି କରିବାକୁ ବଞ୍ଚିତ ରହିବା ଉଚିତ । କାରଣ ଏହିଦିନ ଠାରୁ ବସନ୍ତ ଋତୁର ଆରମ୍ଭ ହୋଇଥାଏ । ଏହିଦିନ ଭୁଲରେ ମଧ୍ୟ କ୍ରୋଧ କରନ୍ତୁ ନାହିଁ କି କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । ଏହିଦିନ ତାମସିକ ଜିନିଷର ଭୋଜନ କରନ୍ତୁ ନାହିଁ ଏବଂ ବ୍ରହ୍ମଚାରିତାର ପାଳନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।