ଯେତେବେଳେ ଆପଣ ପୂଜା ପାଠ କରିବା ପାଇଁ ବସି ଯାଆନ୍ତି ତେବେ ସେହି ସମୟରେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ । ତେବେ ସେହି ସମୟରେ ଭଗବାନ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଭଗବାନ ସର୍ବବ୍ୟାପୀ ଅଟନ୍ତି । ସବୁ ସଜୀବ ଓ ନିର୍ଜୀବ ଜିନିଷରେ ଭଗବାନ ବାସ କରନ୍ତି । ଯେତେବେଳେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ ତେବେ ଭଗବାନ ଆପଣଙ୍କୁ କିଛି ସଂକେତ ଦିଅନ୍ତି । ଏହି ସଂକେତ ବହୁତ ହିଁ ସାଧାରଣ ହୋଇଥାଏ ।
ଯାହାକୁ ଆମେ ନଜର ଅନ୍ଦାଜ କରିଦେଉ । ଯେତେବେଳେ ଆମେ ପୂଜା ଓ ଧ୍ୟାନ କରିଥାଉ ତେବେ ଆପଣଙ୍କ ଆଖପାଖର ବାତାବରଣ ଊର୍ଜାରେ ପରିପୂର୍ଣ ହୋଇଯାଏ । ଏହି କାରଣରୁ ଆme ଶାନ୍ତି ଓ ଖୁସି ଅନୁଭବ କରିଥାଉ । ଦୁଃଖର ସମୟ ବି ସୁଖରେ ପରିପୂର୍ଣ ହୋଇଯାଏ ।

କାରଣ ଏହି ସକାରତ୍ମକ ଶକ୍ତିର ପ୍ରଭାବ ହିଁ କିଛି ଏହିଭଳି ହୋଇଥାଏ । କେତେ ଥର ବିଦ୍ୟାର୍ଥୀମାନେ ପଢିବା ସମୟରେ ମା ସରସ୍ଵତୀଙ୍କ ଧ୍ୟାନ କରନ୍ତି । ସେହି ସମୟରେ ତାଙ୍କର ଆଖିରେ ଲୁହ ଚାଲି ଆସେ । ଅଥବା ଅଚାନକ ନିଦ ଆସିଥାଏ । ଏହାର ଅର୍ଥ ମାତା ସରସ୍ଵତୀଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ଅଛି । ଯେତେବେଳେ ଆମେ ଭଗବାନଙ୍କ ସହ ଜଡିତ କୌଣସି କଥା ଶୁଣୁଛୁ ତେବେ ଆମ ଶରୀରର ରୁମ ଛିଡା ହୋଇଯାଏ ।

ଆଖିରୁ ଲୁହ ଚାଲି ଆସେ ତେବେ ଭଗବାନଙ୍କ ଉପରେ ଆମର ବିଶ୍ଵାସ ଆହୁରି ବଢିଯାଏ । ଯଦି ଆପଣଙ୍କୁ ଏହିଭଳି ସଂକେତ ମିଳୁଛି ତେବେ ଆପଣ ବହୁତ ହିଁ ଭାଗ୍ୟବାନ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂକେତ ବିଷୟରେ କହିବୁ । ଯଦି ଆପଣ ଭଗବାନଙ୍କ ଧ୍ୟାନ କରିବା ସମୟରେ ଏହିଭଳି କିଛି ସଂକେତ ମିଳୁଛି ତେବେ ବୁଝି ଯାଆନ୍ତୁ କି ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି ।
ଆଖିରେ ଲୁହ ଆସିବା

ଯଦି ଭଗବାନଙ୍କ ଧ୍ୟାନ କରୁଛନ୍ତି ଓ ଅଚାନକ ଆପଣଙ୍କ ଆଖିରୁ ଲୁହ ଚାଲି ଆସୁଛି ତେବେ ଏହା ଭଗବାନଙ୍କ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ଆତ୍ମା ଭଗବାନଙ୍କ ସହ ମିଶି ଯାଇଛି । ଏହି ସମୟରେ ଭଗବାନଙ୍କୁ ଆପଣ ନିଜର ମନୋକାମନା ନିଶ୍ଚିତ କୁହନ୍ତୁ । ଏହି ସମୟରେ ଭଗବାନଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ପ୍ରାୟତଃ ଲୋକମାନେ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଭଗବାନର ଧ୍ୟାନ ସମୟରେ ଆପଣଙ୍କ ଆଖିରୁ ଲୁହ ଆସିବାର ଅର୍ଥ ଆପଣଙ୍କ ଅନ୍ତର ମନ ସ୍ଵଚ୍ଛ ହେଉଛି ।
ଦୀପର ଜ୍ଵଳା ଉତ୍ତେଜିତ ହେବା

ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସମ୍ମୁଖରେ ଥିବା ଦୀପର ତେଜ ଅଚାନକ ବଢିଯିବ । ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ଅଛନ୍ତି ।
ଧୂପକାଠିର ଧୂଆଁ
ଯଦି ଆପଣ ପୂଜା କରିବା ସମୟରେ ଲଗାଇ ଥିବା ଧୂପକାଠିର ଧୂଆଁ ଭଗବାନ ଆଡକୁ ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ପୂଜାକୁ ଭଗବାନ ସ୍ଵୀକାର କରି ନେଇଛନ୍ତି ।
ଫୁଲ ପଡିବା
ପୂଜା କରିବା ସମୟରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋରୁ ଫୁଲ ପଡୁଛି ତେବେ ଏହା ବହୁତ ଶୁଭ ହୋଇଥାଏ ।