ବର୍ତ୍ତମାନ କିପରି ଅଛନ୍ତି ଅଭିନେତା Mihir Das ! ଦେଖନ୍ତୁ Mihir Das ଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ କ’ଣ କହିଲେ ଡାକ୍ତର, ଦେଖନ୍ତୁ video

ଗତ ତିନି ସପ୍ତାହ ତଳେ ଓଲିଉଡର ଲୋକପ୍ରିୟ ତଥା ବର୍ଷିୟାନ ଅଭିନେତା ମିହିର ଦାସ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଆଇସିୟୁ ରେ ତାଙ୍କର ଚିକିତ୍ସା କରା ଯାଉଥିଲା । ତିନି ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିନେତା ମିହିର ଦାସ । ମିହିର ଦାସଙ୍କ ପରିବାର ଲୋକ ଏବଂ ଅଗଣିତ ପ୍ରଶଂସକ ଓ ଶୁଭଚିନ୍ତକ ମାନଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁଁ ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି ।

ତେବେ ଆସନ୍ତା ୯୬ ଘଣ୍ଟା ମିହିର ଦାସଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଡାକ୍ତର କହିଛନ୍ତି । ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ଲାଗିପାରେ । ଡାକ୍ତରୀ ଟିମ୍ ମିହିର ଦାସଙ୍କୁ ସୁସ୍ଥ କରିବା ପାଇଁ ପୁରାପୁରି ଲାଗି ପଡିଛନ୍ତି । ଅନେକ ବର୍ଷ ଧରି ମିହିର ଦାସ ଡାଇବେଟିସ ରୋଗରେ ପୀଡିତ ଥିଲେ । ଯାହାକି ପରେ ତାଙ୍କ କିଡନୀ ଉପରେ ପ୍ରଭାବ ପକାଇଥିଲା । ଗତ ତିନି ବର୍ଷ ହେବ ମିହିର ଦାସଙ୍କ କିଡନୀ ସମସ୍ଯା ଦେଖା ଦେଇଥିଲା ।

ଆଉ ଏଥିପାଇଁ ସେ ନିୟମିତ ଡାଇଲିସିସ କରିବା ସହ ଔଷଧ ମଧ୍ୟ ସେବନ କରୁଥିଲେ । କିନ୍ତୁ ଗତ ତିନି ସପ୍ତାହ ତଳେ ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇ ଯାଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲ ଅଶ୍ବିନୀରେ ଭର୍ତ୍ତି କରା ଯାଇଥିଲା । ଡାକ୍ତରୀ ଟିମ୍ ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର କରିବାରେ ଲାଗି ପଡିଥିଲେ । ଆଉ ସେମାନଙ୍କ ପରିଶ୍ରମ ମଧ୍ୟ କାର୍ଯ୍ୟ କରିଥିଲା । ଯାହାଫଳରେ ମିହିର ଦାସଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି । ତଥାପି ତାଙ୍କୁ ହସ୍ପିଟାଲରେ ରଖାଯାଇଛି ।

ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ମିହିର ଦାସଙ୍କୁ ଆଉ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି ଡାକ୍ତର । ତଥାପି ଆଗାମୀ ୯୬ ଘଣ୍ଟା ମିହିର ଦାସଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଡାକ୍ତର କହୁଥିବା ଶୁଣିବାକୁ ମିଳିଛି । ମିହିର ଦାସ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ପ୍ରାର୍ଥନା ଏବଂ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।