ଗ୍ଳାସ ହାଉସରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଡକାୟତ ! ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ, ଦେଖନ୍ତୁ Live ଭିଡିଓ

ବର୍ତ୍ତମାନ ଟେକ୍ନୋଲୋଜି ବହୁତ ଉନ୍ନତି କରିବା ସହ ଦେଶ ଦୁନିଆ ଡିଜିଟାଲ ହେବାରେ ଲାଗିଲାଣି । ମୋବାଇଲ ଫୋନ ଭଳି ସିସିଟିଭି କ୍ୟାମେରା ମଧ୍ୟ ଟେକ୍ନୋଲୋଜିର ଏକ ବଡ ବରଦାନ କହିଲେ ଅତ୍ଯୁକ୍ତି ହେବ ନାହିଁ । କେହି ନଦେଖିବା ବେଳେ ସିସିଟିଭି କ୍ୟାମେରା ହିଁ ସବୁ ଦେଖିପାରେ ଆଉ ରେକର୍ଡ କରିପାରେ । ବିଶେଷ କରି ଅପରାଧ ମୂଳକ କାର୍ଯ୍ୟକଳାପ ଉପରେ ନଜର ରଖିବା ଦିଗରେ ସିସିଟିଭି କ୍ୟାମେରା ଖୁବ ଉପଯୋଗୀ ହେଉଛି । ଗଞ୍ଜାମ ଜିଲ୍ଲାର ଏହିପରି ଏକ ଚୋରୀ ମାମଲା ଏବେ ସମାନକୁ ଆସିଛି ।

ଯାହା ସିସିଟିଭିରେ କଏଦ ହୋଇ ଯାଇଛି । ଯାହାକୁ ଭିତ୍ତି କରି ଏବେ ପୋଲିସ ତଦନ୍ତ ଆକ୍ରୟ ଆରମ୍ଭ କରି ଦେଇଛି । ଘଟଣାଟି ହେଉଛି ବୈଦ୍ୟନାଥପୁର ଆଙ୍କୁଲି ଏନଏଚ ସ୍ଥିତ ଗ୍ଳାସ ହାଉସର । ଏହି ଗ୍ଳାସ ହାଉସରେ ଲୁଟ ହୋଇଥିବା ଘଟଣା ସାମନାକୁ ଆସିଛି । ସେଠାରେ ଡକାୟତି କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ ମାନେ । ଏନେଇ ଗ୍ଳାସ ହାଉସର ମାଲିକ ଶିବରାମ ମୁଦୁଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ଟାଉନ ଏସଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି । ସେଠାରେ ଗ୍ଳାସ ହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ସିକ୍ଯୁରିଟି ଗାର୍ଡଙ୍କୁ ପୋଲିସ ପଚରା ଉଚରା କରିବା ସହ ଦୁଇ କର୍ମଚାରୀଙ୍କୁ ପୋଲିସ ଥାନାକୁ ନେଇ ପଚରା ଉଚରା କରୁଛି ।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପଚରା ଉଚରା ଜାରି ରଖିଥିବା ବେଳେ ଚୋରୀ ଘଟଣାର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି । ଗ୍ଳାସ ହାଉସରେ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା କହିଛନ୍ତି ଏହାର ମାଲିକ ଶିବରାମ ମୁଦୁଲି ।

ବିଳମ୍ବିତ ରାତିରେ କଛି ଦୁର୍ବୁର୍ତ୍ତ ସେଠାରେ ପଶି ସମସ୍ତ ଟଙ୍କା ଲୁଟ କରି ନେଇଛନ୍ତି । ଏହା ଜାଣିବା ପରେ ଶିବରାମ ତୁରନ୍ତ ଥାନାରେ ଅଭିଯୋଗ ପତ୍ର ଲେଖାଇଥିଲେ । ତାଙ୍କ ଅଭିଯୋଗ ଏବଂ ସିସିଟିଭି ଫୁଟେଜର ପ୍ରମାଣକୁ ଆଧାର କରି ପୋଲିସ ତଦନ୍ତ କାର୍ଯ୍ୟ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।