ବର ଯୌତୁକରେ ମିଳୁଥିବା ଜିନିଷକୁ ନେବା ପାଇଁ କରିଦେଲା ମନା, ବାସ ଉଧାରରେ ମାଗିଲା ଏହି 1 ଜିନିଷ ଓ ନେଇଗଲା କନିଆଁ, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଆଜିକାଲି ଯୁଗରେ ବି ଆପଣଙ୍କୁ କେତେକ ସ୍ଥାନରେ ଯୌତୁକ ନିର୍ଯାତନା ଭଳି ମାମଲା ଦେଖିବାକୁ କିମ୍ବା ଶୁଣିବାକୁ ମିଳିଯିବ । କିନ୍ତୁ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଯୌତୁକ ନବା ପାଇଁ ମନା କରି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘଟଣା ବିଷୟରେ କହୁଛୁ । ଯାହା ବିଷୟରେ ଜାଣିବା ପରେ ଆପଣ ବରର ପ୍ରଶଂସା କରିବେ । ଏହି ମାମଲା ହରିୟାଣାର ରୋହତକରୁ ସାମ୍ନାକୁ ଆସିଛି । ଆପଣମାନେ ପ୍ରାୟତଃ ହରିୟାଣାରୁ ଶୁଣିଥିବେ କି ଯୌତୁକ ନ ମିଳିବା କାରଣରୁ ବାହାଘର ଭାଙ୍ଗିଯାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ସେଥିରେ ବର ଶଶୁରଘର ତରଫରୁ ଦିଆଯାଉ ଥିବା ଯୌତୁକ ନବା ପାଇଁ କେବଳ ମନା କରିଲା ନାହିଁ, ଏହା ଛଡା ସେ ସେହି ଯୌତୁକକୁ ହାତ ବି ଲଗାଇଲା ନାହିଁ । ଏତିକି ନୁହେଁ ଯେତେବେଳେ ବାହାଘର ପରେ ବର ଅନ୍ୟ ଜଣଙ୍କ ଠାରୁ ଗୋଟିଏ ଗାଡି ଧାର ଆଣି ସେଥିରେ ନିଜ ସ୍ତ୍ରୀକୁ ନେଇ ଘରକୁ ଚାଲିଗଲା ।

ବର୍ତ୍ତମାନ ଏହି ବାହାଘରର ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯିଏ ବି ଏହି ଭିଡିଓକୁ ଦେଖୁଛି ସେ ବରର ପ୍ରଶଂସା କରୁଛି । ସୂଚନା ଅନୁସାରେ ବର ସଞ୍ଜିତ ନେହରା ଯୌତୁକ ପାଇଁ ଯେଉଁମାନେ ଝିଅମାନଙ୍କୁ ହଇରାଣ କରନ୍ତି ତାଙ୍କୁ ଏକ ପ୍ରକାରର ଆଇନା ଦେଖାଇଛନ୍ତି । ସେ ନିଜ ବନ୍ଧୁ ଠାରୁ ବାଇକ ଧାର ଆଣି ସେଥିରେ ବସି ନିଜର ସ୍ତ୍ରୀକୁ ବିବାହ କରିବା ପରେ ନିଜ ଘରକୁ ନେଇ ଗଲେ ।

ଆପଣଙ୍କୁ କହିଦେଉଛୁ କି ସଞ୍ଜିତ ନେହରା ହରିୟାଣା ରୋଡବେଜରେ କ୍ଲର୍କ ପଦରେ ଅଛନ୍ତି । ତାଙ୍କର ଏହା କହିବା ଅଟେ କି ଯୌତୁକ ନ ନେଇ ସେ କୌଣସି ବି ମହାନ କାମ କରି ନାହାନ୍ତି, ଏହିଭଳି ସମସ୍ତଙ୍କୁ କରିବା ଉଚିତ । କହିଦେଉଛୁ କି ବର୍ତ୍ତମାନ ଦିନରେ ହରିୟାଣାରେ ଏମିତି ବହୁତ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଗାଡି ଓ ବହୁତ ଟଙ୍କା ମାଗିବା କାରଣରୁ ବାହାଘର ଭାଙ୍ଗି ଯାଉଛି ।

କିନ୍ତୁ ସଞ୍ଜିତ ନେହରା ଯୌତୁକ ନ ନେଇ ଯେଉଁ କାମ କରିଛନ୍ତି ତାହା ଦ୍ଵାରା  ସେ ସମାଜରେ ସମସ୍ତଙ୍କୁ ଏକ ଭଲ ଉଦାହରଣ ଦେଇଛନ୍ତି । କେବଳ ସଞ୍ଜିତ ନେହରା ନୁହନନ୍ତି ତାଙ୍କର ବଡ ଭାଇ ବି ବିନା ଯୌତୁକରେ ବିବାହ କରିଥିଲେ । ସଞ୍ଜିତ ନେହରା କହିଲେ କି ସେ ଯୁବକମାନଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛନ୍ତି କି ତାଙ୍କୁ ସ୍ତ୍ରୀ ରୂପରେ ୭ ପିଢୀର ମାନ ସମ୍ମାନ ରଖିବା ବାଲା ଜୀବନ ଶିଙ୍ଗୀନୀ ମିଳିଥାଏ । ମୁଁ ସବୁ ଯୁବକମାନଙ୍କୁ କହୁଛି କି ସେ ଯୌତୁକକୁ ମନା କରି ସରଳତାର ସହ ବିବାହ କରନ୍ତୁ ।