ବାହାଘର ପାଇଁ ଆସିଲା ନୂଆ Guideline, ଜାଣନ୍ତୁ ନୂଆ ଗାଇଡଲାଇନରେ ରହିଛି କେଉଁ ସବୁ କଟକଣା ?

କହିବାକୁ ଗଲେ ବର୍ତ୍ତମାନ ପୁରା ବିଶ୍ଵରେ ଓମିକ୍ରନ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ଭାରତରେ ବି ଏହାର କେତେକ ମାମଲା ଦେଖିବାକୁ ମିଳିଛି । ଏହିଭଳି ସ୍ଥିତିରେ ଓଡିଶା ରାଜ୍ୟ ସରକାର ଆସୁଥିବା ବଡଦିନ ପର୍ବ ଓ ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । କହିବାକୁ ଗଲେ ଏହି ଗାଇଡଲାଇନ ୨୫ ଡିସେମ୍ବରରୁ ଠାରୁ ନେଇ ଜାନୁଆରୀ ୨ ପର୍ଯ୍ୟନ୍ତ ଲାଗୁ ରହିବ । କିନ୍ତୁ ଏହି ଗାଇଡଲାଇନରେ ବାହାଘରକୁ ନେଇ ସବୁଠୁ ବଡ ନିଷ୍ପତି ନିଆଯାଇଛି ।

କେବଳ ବାହାଘର ନୁହେଁ ଏହା ଛଡା ଅନ୍ୟ ସବୁ ଉତ୍ସବ ଉପରେ ସରକାର କଟକଣା ଲଗାଇ ଦେଇଛନ୍ତି । ଯଦି ବାହାଘର ହୋଇଥିଲେ ବି ରିସେପସନ ପାର୍ଟି ଉପରେ କଟକଣା ଲଗାଇ ଦିଆ ଯାଇଛି । ଏହି ଗାଇଡଲାଇନ କିଛି ଲୋକମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ । କହିଦେଉଛୁ କି ଯଦି ବାହାଘର ପାଇଁ ଅନୁମତି ମିଳିଛି ତେବେ ଭୋଜିଭାତ ଉପରେ ରୋକ ଲଗାଇ ଦିଆ ଯାଇଛି ।

ଏତିକି ନୁହେଁ ସମସ୍ତ ସାମୁହିକ ଭୋଜି ଆୟୋଜନ ଉପରେ ବି ସରକାର କଟକଣା ଲାଗୁ କରି ଦେଇଛନ୍ତି । କୌଣସି ସ୍ଥାନରେ ଓ ବିଶେଷ କରି ବାହାଘରରେ ଭିଡ ନ କରିବାକୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ କୋଭିଡ ଗାଇଡଲାଇନ ଅନୁଯାୟୀ ଅନ୍ତରାଷ୍ଟ୍ରୀୟ କ୍ରିୟା କରାଯାଇ ପାରିବ ବୋଲି ସରକାରଙ୍କ ତରଫରୁ ଅନୁମତି ମିଳିଛି ।

ବଡଦିନ ଓ ନୂଆ ବର୍ଷ ଯେଉଁ ସବୁ ଗାଇଡଲାଇନ ଆସିଛି ସେଥିରେ ବଡଦିନ ଉପଲକ୍ଷେ ଆପଣ କେବଳ ଚର୍ଚ୍ଚରେ ବଡଦିନ ପାଳନ କରି ପାରିବେ । ବଡଦିନ ପାଳନ ସମୟରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ । ନୂଆ ବର୍ଷରେ କୌଣସି ବି ପ୍ରକାରର ଉତ୍ସବ ପାଳନ କରାଯିବା ଉପରେ କଟକଣା ଲାଗୁ କରାଯାଇଛି । ଜିରୋ ନାଇଟ ସେଲିବ୍ରେସନ ବି ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ବି ନୂଆବର୍ଷ ଉପଲକ୍ଷେ ହେଉଥିବା ସବୁ ପ୍ରକାରର ସେଲିବ୍ରେସନ ବନ୍ଦ ରହିବ ।

ପାର୍କ, କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆ ବର୍ଷ ପାଳନ ଉପରେ ବି କଟକଣା ଲାଗୁ କରାଯାଇଛି । କୌଣସି ସ୍ଥାନରେ ଆପଣ କୌଣସି ବି ପ୍ରକାରର ଭୋଜି କରି ପାରିବେ ନାହିଁ । ଏହି ଗାଇଡଲାଇନରେ ଆପଣ କେବଳ ବାହାଘର କରି ପାରିବେ, କିନ୍ତୁ ଭୋଜିଭାତ କରି ପାରିବେ ନାହିଁ । ଭିଡ ଓ ସମାବେଶ ଉପରେ ବି କଟକଣା ଲାଗୁ ରହିବ । ସାମାଜିକ ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ନାଚଗୀତ, ଅର୍କେଷ୍ଟ୍ରା ଉପରେ ବି ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି ।