ଆଜିକାଲି ସମସ୍ତେ ଡିଜିଟାଲ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଡିଜିଟାଲ ନେଣଦେଣ କରିବା ବେଳେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । କାରଣ କିଛି ଭୁଲ୍ ପାଇଁ ଆପଣଙ୍କୁ ହୀନସ୍ତା ହେବାକୁ ପଡିପାରେ । ଏମିତି କି ଟଙ୍କା ହରାଇ ଆପଣ କାଙ୍ଗାଳ ମଧ୍ୟ ହୋଇ ପାରନ୍ତି । ତେବେ ଏକଥା ଶୁଣି ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ବରଂ ସତର୍କ ରହିବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଡିଜିଟାଲ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କେଉଁ ସବୁ ଭୁଲ୍ ।

ଦେଶରେ ଅନଲାଇନ ନେଣଦେଣ ବଢିବା ସାଙ୍ଗକୁ ସାଇବର ଅ-ପ-ରା-ଧ ମଧ୍ୟ ବଢିଚାଲିଛି । ଗଳି ମୁଣ୍ଡର ତେଜରାତି ଦୋକାନ ହେଉ କି ରାସ୍ତାକଡର ଠେଲା କିମ୍ବା ବଡ ବଡ ମଲ୍, ସବୁଠି ଅନଲାଇନ ଦେଣର ସୁବିଧା ରହିଛି । କେବଳ କୋଡ ସ୍କାନ କରି ଦେୟ ପଇଠ କରି ସେଠାରୁ ବାହାରି ଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଦେୟ ପଇଠ କରିବା ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି ।
ଆପଣ ଯଦି ଡିଜିଟାଲ ପେମେଣ୍ଟ ଆପ୍ ଗୁଗୁଲ ପେ, ଫୋନପେ କିମ୍ବା ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ ଆକାଉଣ୍ଟ ଖାଲି ହୋଇ କାଙ୍ଗାଳ ହେବାକୁ ଅଧିକ ସମୟ ଲାଗିବନି । ଏଥିପାଇଁ ଆପଣଙ୍କ ଆକାଉଣ୍ଟ ଏବଂ ଆଡ୍ରେସକୁ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ଆପଣ କାହା ସହହ ମଧ୍ୟ ନିଜ ଇଉପିଆଇ ଅଡ୍ରେସ ଶେୟାର କରନ୍ତୁ ନାହିଁ । ଏହା ଆପଣଙ୍କ ଫୋନ ନମ୍ବର ହୋଇପାରେ, QR କୋଡ ଅଥବା ଭର୍ଚୁଆଲ ପେମେଣ୍ଟ ଆଡ୍ରେସ ମଧ୍ୟରୁ କେଉଁଟି ବି ହୋଇପାରେ ।

ସେଥିପାଇଁ ଆପଣ କୌଣସି ପଇଠ ବା ବ୍ଯାଙ୍କ ଆପ୍ଲିକେସନ ମାଧ୍ୟମରେ ଆପଣଙ୍କ ଇଉପିଆଇ ଆକାଉଣ୍ଟ ଯାଏଁ ପହଞ୍ଚିବା ପାଇଁ କାହାକୁ ହେଲେ ଅନୁମତି ଦିଅନ୍ତୁ ନାହିଁ । ଦ୍ଵିତୀୟ କଥା ହେଲା ସବୁ ଇଉପିଆଇ ପଇଠ ତଥା ନେଣଦେଣ ଆପ୍ ଲାଗି ମଜବୁତ ସ୍କ୍ରିନ ଲକ୍ ସେଟ୍ କରନ୍ତୁ । ମଜବୁତ ପିନ୍ ସେଟ୍ କରି ଏହି ପିନ୍ କୁ କାହା ସହ ମଧ୍ୟ ଶେୟାର କରନ୍ତୁ ନାହିଁ । ଆପଣଙ୍କ ପିନ୍ ଲିକ୍ ହୋଇଥିବାର ସନ୍ଦେହ ହୋଇଥିଲେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ ।
ସେହିପରି ଭେରିଫାଏଡ ହୋଇ ନଥିବା ଲିଙ୍କରେ ମଧ୍ୟ କେବେ ହେଲେ କ୍ଲିକ କରନ୍ତୁ ନାହିଁ କି ଫେକ୍ କଲ୍ ଆଟେଣ୍ଡ କରନ୍ତୁ ନାହିଁ । ୟୁଜର୍ସଙ୍କୁ ଫସାଇବା ପାଇଁ ହ୍ୟାକର ମାନେ ନାନାପ୍ରକାର ଫନ୍ଦି କରନ୍ତି । ଏଥିପାଇଁ ସେମାନେ ପ୍ରାୟତଃ ଲିଙ୍କ ଶେୟାର କରନ୍ତୁ ନଚେତ ଫେକ୍ କଲ୍ କରନ୍ତି । ଏମିତିକି ଭେରିଫିକେସନ ଲାଗୁ ୟୁଜର୍ସଙ୍କୁ ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ କୁହନ୍ତି ।

ଏପରି ଲିଙ୍କରେ କ୍ଲିକ କରନ୍ତୁ ନାହିଁ କି ନିଜ ପିନ୍ କିମ୍ବା କୌଣସି ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ । କ୍ୟାଶବ୍ୟାକର ଲୋଭରେ ଆପଣ ଏକାଧିକ ପେମେଣ୍ଟ ଆପ୍ ବ୍ୟବହାର କରନ୍ତୁ ନାହିଁ । ସେହିପରି ନିୟମିତ ବ୍ଯବଧାନରେ ଆପଣ ନିଜ ଆପ୍କୁ ଅପଡେଟ କରାଇ ନିଅନ୍ତୁ । ଆପ୍ ର ଲାଟେଷ୍ଟ ଭର୍ସନ ଅପଡେଟ ରହିବା ଯୋଗୁଁ ଆପଣଙ୍କ ଆକୁନ୍ତ ମଧ୍ୟ ସୁରକ୍ଷିତ ରହିଥାଏ । ଡିଜିଟାଲ ପେମେଣ୍ଟରେ ଦୁନିଆର ଅନ୍ୟ ପ୍ରଗତଶୀଳ ଦେଶ ସହ ପ୍ରାୟ ସମାନ ହୋଇଗଲାଣି ଭାରତ ।
ତେବେ ଏପରି ଦେୟ ବ୍ୟବସ୍ଥା ଯେତେ ସୁବିଧାଜନକ ମନେ ହେଉଛି କେତେକ କ୍ଷେତ୍ରରେ ଏହା ବିପଦଜନକ ମଧ୍ୟ ମନେ କରାଗଲାଣି । ତେଣୁ ଆପଣ ଏଥିପ୍ରତି ଜାଗ୍ରତ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ୍ଷ ଆହା ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।