ଗ୍ରୀଲ ଭାଙ୍ଗି Tapaswini ସିନା ଦାଣ୍ଡରୁ ବାରଣ୍ଡାକୁ ପହଞ୍ଚିଗଲେ ହେଲେ ରାତାରାତି ବଦଳିଗଲା କାହାଣୀର ମୋଡ, ଜାଣନ୍ତୁ କ’ଣ ପାଇଁ ପଲଟିଗଲା ବାଜି

ହୁଏତ ଗୋଟିଏ ରାତିରେ ବଦଳିଗଲା ପୁରା କାହାଣୀର ମୋଡ । ତପସ୍ଵିନୀ ସିନା ଅଗଣାରୁ ବାରଣ୍ଡା ଯାଏଁ ପହଞ୍ଚିଗଲେ, ହେଲେ ଦାଣ୍ଡରୁ ବାରଣ୍ଡା ଯାଏଁ ଯିବା ଭିତରେ ଯେଉଁ ସବୁ ଘଟଣା ଘଟିଲା, ସେଥିରେ କାହାଣୀ ସହ ସମ୍ପୃକ୍ତ ଥିବା ଚେହେରା ଗୁଡିକର ଚରିତ୍ର ବଦଳିଗଲା । ଯିଏ ଭିଲିଆନ ଲାଗୁଥିଲେ ସେ ଭିକ୍ଟିମ ହୋଇଗଲେ ଆଉ ଯିଏ ହିରୋ ଲାଗୁଥିଲେ ସେ ଭିଲିଆନ ସାଜିଲେ । କାରଣ ଆଇନ କାନୁନର ଧଜିଆ ଉଡାଇ ଘରର ଫାଟକ ଭାଙ୍ଗି ଘରେ ପଶିବା ହୁଏତ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିବା ପାଇଁ ସମସ୍ତଙ୍କୁ ବାଧ୍ୟ କରିଦେଲା ।

ଆଉ ତା’ ପରଦିନ ଯେତେବେଳେ ସୁମିତଙ୍କ ଜେଜେମା ଆସି କହିଲେ କି, ସେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବନ୍ଦୀ ଭଳି ରଖାଯାଇଛି । ସେତେବେଳେ ଯେଉଁ ପରିବାର ଉପରେ ଆଙ୍ଗୁଳି ଉଠୁଥିଲା ସେହି ପରିବାର ପ୍ରତି ମଧ୍ୟ ଏକ ପ୍ରକାର ସହାନୁଭୂତି ଦେଖିବାକୁ ମିଳିଥିଲା । ଆଉ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସୁଯୋଗ ମିଳିଲା । ତପସ୍ଵିନୀଙ୍କ ପ୍ରତିବାଦ ଓ ଶହ ଶହ ଲୋକଙ୍କ ସମର୍ଥନ ପରେ ମଧ୍ୟ ପୋଲିସ ଦାଣ୍ଡ ଦୁଆରେ ଚେୟାର ପକାଇ ବସିବା ଛଡା ତା’ ପାଖରେ ମଧ୍ୟ ଆଉ କିଛି ବିକଳ୍ପ ନଥିଲା ।

କିନ୍ତୁ ସାଧାରଣ ଲୋକେ ଯେତେବେଳେ ଆଇନକୁ ହାତକୁ ନେଇ ଗ୍ରୀଲ ଭାଙ୍ଗି ଘରେ ପଶିଲେ ପୋଲିସକୁ ମଧ୍ୟ ୧୪୪ ଧାରା ଲଗାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏକ ପ୍ରକାର ସହଜ ହୋଇଥିଲା । ଏବେ ବି ଅନେକ ଲୋକ ତପସ୍ଵିନୀଙ୍କ ସମର୍ଥନ କରୁଥିବା ବେଳେ ସୁମିତଙ୍କ ପ୍ରତି ମଧ୍ୟ ଅନେକ ଲୋକଙ୍କ ସହାନୁଭୂତି ଧୀରେ ଧୀରେ ବଢିବାରେ ଲାଗିଛି । ଜନ ସାଧାରଣ ସୁମିତଙ୍କ ଘରର ଫାଟକ ଭାଙ୍ଗି ତପସ୍ଵିନୀଙ୍କୁ ଘରେ ପ୍ରବେଶ କରାଇଥିଲେ ।

ଆଉ ତପସ୍ଵିନୀ ମଧ୍ୟ ଦୁଆରୁ ବାରଣ୍ଡାକୁ ଯାଇ ଖୁବ୍ ଖୁସି ହେଉଥିଲେ । କିନ୍ତୁ ଏନେଇ ସୁମିତ ଭିଡିଓ ମାଧ୍ୟମରେ ନିଜ ଦୁଃଖ ଓ ଭୟକୁ ପ୍ରକାଶ କରିଥିଲେ । ସୁମିତଙ୍କ ବାପା ମଧ୍ୟ ଡରିଯାଇ ଥାନାକୁ ଫୋନ କରି ଜଣାଇଥିଲେ । ପରିସ୍ଥିତି ଭୟଙ୍କର ଲାଗିବାରୁ ସୁମିତଙ୍କ ବୁଢୀ ଜେଜେମା ମଧ୍ୟ ବାହାରକୁ ବାହାରି ଆସିଥିଲେ । ଆଉ ଏହାପରେ ଏକଦମ ବଦଳି ଯାଇଥିଲା କାହାଣୀ । ଏବେ ମିଡିଆ ଭାଇ ମାନଙ୍କୁ ମଧ୍ୟ ସେ ସ୍ଥାନକୁ ଯିବା ପାଇଁ ବାରଣ କରୁଛି ପୋଲିସ ।

ଯାହାଫଳରେ ତପସ୍ଵିନୀଙ୍କ ଲଢେଇ ଧୀରେ ଧୀରେ ଫିକା ପଡୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।