ଭାରତ ପୁଣି ଥରେ ହାତେଇଛି ଚଳିତ ବର୍ଷର ମିସ୍ ୟୁନିଭର୍ସ ଟାଇଟଲ । ଚଣ୍ଡିଗଡର ଝିଅ ହରନାଜ କୌର ସାନ୍ଧୁ ‘ମିସ୍ ୟୁନିଭର୍ସ ୨୦୨୧’ ର ଟାଇଟଲ ଜିତିଛନ୍ତି ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀଙ୍କୁ ହରାଇ ହରନାଜ କୌର ସନ୍ଧୁ ଏହି ଟାଇଟଲ ହାତେଇଛନ୍ତି । ତେବେ ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଏହି ଟାଇଟଲ ମିଳିଛି । ଯାହା ପାଇଁ ଦେଶରେ ଖୁସିର ମାହୋଲ ଦେଖା ଦେଇଛି । ଏହା ପୂର୍ବରୁ ୨୦୦୦ ମସିହାରେ ଅଭିନେତ୍ରୀ ଲାରା ଦତ୍ତା ଶେଷ ଥର ପାଇଁ ମିସ୍ ୟୁନିଭର୍ସ ଜିତିଥିଲେ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟପ୍-୩ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା । ଯାହାକି ଏହି ପ୍ରତିଯୋଗୀତାର ବିଜେତା ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ମିସ୍ ୟୁନିଭର୍ସ ପ୍ରତିଯୋଗୀତାର ହୋଷ୍ଟ ଷ୍ଟିଭ ହାର୍ବି ପଚାରିଥିଲେ, “ଆଜିର ଦିନରେ ଯୁବତୀ ମାନଙ୍କୁ ଆପଣ କ’ଣ ପରାମର୍ଶ ଦେବାକୁ ଚାହିଁବେ ? ସେମାନେ କେମିତି ନିଜ ଜୀବନରେ ମାନସିକ ଚାପକୁ ସାମନା କରିବେ ?”
ଏହି ପ୍ରଶ୍ନର ଉତ୍ତର ଦେଇ ହରନାଜ କୌର କହିଥିଲେ, “ଆଜିର ସମୟରେ ଯୁବତୀମାନେ ସାମ୍ନା କରୁଥିବା ଚାପ ଭିତରୁ ଗୋଟିଏ ହେଲା ‘ନିଜ ଉପରେ ବିଶ୍ବାସ କରିବା’ । ଆପଣ ସ୍ଵତନ୍ତ୍ର ଅଟନ୍ତି- ଏହି କଥା ହିଁ ସମସ୍ତଙ୍କୁ ଅଧିକ ସୁନ୍ଦର କରିଥାଏ । ଅନ୍ୟକୁ ନିଜ ସହ ତୁଳନା କରିବା ବନ୍ଦ କରନ୍ତୁ ଓ ଦୁନିଆରେ ହେଉଥିବା ଜରୁରୀ ଜିନିଷ ଉପରେ କଥା ହୁଅନ୍ତୁ । କାହିଁକି ନା ଆପଣ ହେଉଛନ୍ତି ନିଜେ ନିଜର ଲିଡର । ଆପଣ ନିଜର ଆୱାଜ ଅଟନ୍ତି । ମୁଁ ନିଜେ ମୋ ଉପରେ ଭରସା କରିଥାଏ, ସେଥିପାଇଁ ଆଜି ଏଠାରେ ଛିଡା ହୋଇପାରିଛି ।”

ହରନାଜଙ୍କ ଏହି ଜବାବ ଜଜ୍ ମାନଙ୍କୁ ଅତ୍ୟନ୍ତ ଖୁସି କରି ଦେଇଥିଲା । ଏହାସହ ପ୍ରତିଯୋଗୀତାର ହୋଷ୍ଟ ଷ୍ଟିଭ ହାର୍ବି ମଧ୍ୟ ହରନାଜଙ୍କ ଉତ୍ତରରେ ସନ୍ତୋଷ ବ୍ୟକ୍ତ କରିଥିଲେ । ହାର୍ବି କହିଥିଲେ, ଏହା ବିଲକୁଲ ଠିକ କଥା । ତେବେ ଏହି ପ୍ରତିଯୋଗୀତାର ସିଲେକ୍ସନ କମିଟିରେ ୨୦୧୫ର ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଥିବା ଉର୍ବଶୀ ରୌତେଲା ମଧ୍ୟ ରହିଥିଲେ । ତାଙ୍କ ସହ ଅନ୍ୟ ଜଜ୍ ମାନେ ମଧ୍ୟ ଏହି ପ୍ରତିଯୋଗୀତାର ବିଜେତା ଚୟନ କରିଥିଲେ ।
ହରନାଜ କୌର ଭାରତର ଚଣ୍ଡିଗଡର ବାସିନ୍ଦା । ତାଙ୍କ ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା । ସୂଚନା ମୁତାବକ ହରନାଜ ୨୦୧୭ରେ ମିସ୍ ଚଣ୍ଡିଗଡ ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜି॰ ଷ୍ଟାର ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇ ଟପ୍ ୧୨ରେ ମଧ୍ୟ ସ୍ଥାନ ପାଇଥିଲେ । ତେବେ ହରନାଜଙ୍କ ସ୍ଥାନରେ ଆପଣ ଥିଲେ ଏହି ପ୍ରଶ୍ନର ଉତ୍ତର ଆପଣ କଣ ଦେଇଥାନ୍ତେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।