ସାରା ବିଶ୍ଵକୁ ନିଜ କବଳରେ ଆଣିବ ଓମିକ୍ରନ । ବିଶେଷଜ୍ଞଙ୍କ କହିବା ମୁତାବକ ବହୁତ ଶୀଘ୍ର ସାରା ଦେଶକୁ ବ୍ୟାପିଯିବ କରୋନାର ଏହି ନୂଆ ଭ୍ୟାରିଆଣ୍ଟ । ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଯୋଗୁଁ ଆସନ୍ତା ଜାନୁୟାରୀ ମାସରେ ୟୁକେ ରେ ଏକ ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ଦଳ ଆକଳନ କରିଛନ୍ତି । ଏହି ଭ୍ୟାରିଆଣ୍ଟଟି ଅତ୍ୟଧିକ ମାତ୍ରାରେ ସଂକ୍ରାମକ ହୋଇଥିବାରୁ ଏହାକୁ ନେଇ ପୂର୍ବରୁ ସତର୍କ କରାଇ ଦେଇଛି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ।

ଏବେ ସୁଦ୍ଧା ୫୯ଟି ଦେଶକୁ ବ୍ୟାପି ସାରିଥବା ଓମିକ୍ରନ ଯୋଗୁଁ ପୁଣି ସଟଡାଉନ ଓ ଲକଡାଉନ ଭଳି ସ୍ଥିତି ଫେରିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହାକୁ ଚିହ୍ନଟ କରିବା ପାଇଁ ଏକ ସ୍ପେଶାଲ କିଟ୍ ପ୍ରସ୍ତୁତ କରିଛି ଆଇସିଏମଆର । ଖୁବ୍ ଶୀଘ୍ର ତଥା ଆସନ୍ତା ସପ୍ତାହ ମଧ୍ୟରେ ଏହି କିଟ୍ ବଜାରରେ ଉପଲବ୍ଧ ହୋଇପାରେ । ଏହା ସାହାଯ୍ୟରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଓମିକ୍ରନ ଷ୍ଟ୍ରେନ ଠାବ କରା ଯାଇ ପାରିବ । ଏବେ ପର୍ଯ୍ୟନ୍ତ ଭାରତର ୮ ଗୋଟି ରାଜ୍ୟରେ କରୋନାର ଏହି ସୁପର ମ୍ୟୁଟାଣ୍ଟ ଓମିକ୍ରନ ପହଞ୍ଚି ସାରିଛି ।
ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, କେରଳ, ଗୁଜୁରାଟ ଓ କର୍ଣ୍ଣାଟକ ପରେ ଚଣ୍ଡିଗଡ ଏବଂ ଆନ୍ଧ୍ରରେ ମଧ୍ୟ ଚିହ୍ନଟ ହୋଇଛି ଏହି ଦକ୍ଷିଣ ଆଫ୍ରିକା ମ୍ୟୁଟାଣ୍ଟ । ଏବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ଗତକାଲି ଚଣ୍ଡିଗଡ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ଓ ନାଗପୁରରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ସମସ୍ତ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ କଣ୍ଟାକ୍ଟ ମଧ୍ୟ ଟ୍ରେସି॰ କରାଯାଉଛି ।
ଅନ୍ୟପଟେ ଓମିକ୍ରନ ସମ୍ବନ୍ଧରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ନୂଆ ତଥ୍ୟ ବିଶ୍ଵ ପାଇଁ ଚିନ୍ତାର କାରଣ ପାଲଟିଛି । ଓମିକ୍ରନ ଶରୀରରେ ଟୀକାର ପ୍ରଭାବ ନଷ୍ଟ କରି ଦେଉଛି ଏବଂ ଏହି ସଂକ୍ରମଣ ଖୁବ୍ ଦ୍ରୁତଗତିରେ ବ୍ୟାପୁଛି ବୋଲି WHO କହିଛି । ଡେଲଟା ଭ୍ୟାରିଆଣ୍ଟ ଠାରୁ ମଧ୍ୟ ଏହି ଓମିକ୍ରନ ଭ୍ୟାରିଆଣ୍ଟ ଅଧିକ ବ୍ୟାପୁଛି । କିନ୍ତୁ ଏହା ଡେଲଟା ପରି ମାରାତ୍ମକ ଲକ୍ଷଣ ଦେଖାଉ ନାହିଁ ବୋଲି ମଧ୍ୟ WHO ପକ୍ଷରୁ ସ୍ପଷ୍ଟ ହୋଇଛି ।

ଓମିକ୍ରନ ସଂକ୍ରମଣକୁ ଆଖିରେ ରଖି ବିଭିନ୍ନ ଦେଶର ସରକାର କୋଭିଡ ନିୟମ ସବୁ କଡା କରିବାରେ ଲାଗିଛନ୍ତି । ଏପରି ପକ୍ଷେ ଦେଶରେ ପୁଣି ଥରେ ଲକଡାଉନ ତଥା ସଟଡାଉନ ଫେରିପାରେ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।