ଏହି ମହଙ୍ଗା ସ୍ଵେଟରର ଦାମ୍ 30 ଲକ୍ଷ ଟଙ୍କା ! ଜାଣନ୍ତୁ ସ୍ଵେଟରଟି କ’ଣ ପାଇଁ ଏତେ ମହଙ୍ଗା ଓ ଏହାକୁ କିଏ ତିଆରି କରିଛନ୍ତି ?

ଶୀତଋତୁ ଚାଲିଛି ଆଉ ଏହି ଋତୁର ମଜା ନେବା ପାଇଁ ସବୁ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କ ଗହଳି ଜମୁଛି । ଏହିଦିନରେ ଶୀତ ବସ୍ତ୍ରର ଆବଶ୍ୟକତା ସମସ୍ତଙ୍କୁ ହୋଇଥାଏ । ଲୋକେ ଅନେକ ଭେରାଇଟିର ସ୍ଵେଟର ଏବଂ ଜ୍ୟାକେଟ ଆଦି ପିନ୍ଧିବାର ଦେଖିବାକୁ ମିଳେ । ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ବ୍ୟବସାୟୀ ମାନେ ମଧ୍ୟ ଶୀତବସ୍ତ୍ରର ଦାମ୍ ଗୁଡିକ ସେହି ଅନୁସାରେ ରଖିଥାନ୍ତି । ସ୍ଵେଟର ଗୁଡିକ ସାଧାରଣତଃ ୫ହଜାର ଟଙ୍କାରୁ ଆରମ୍ଭ ହୋଇ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ ।

ତେବେ ବଜାରରେ ଏଭଳି ଏକ ସ୍ଵେଟର ମିଳୁଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ସମସ୍ତେ ଦାମୀ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ଅଧିକାଂଶ ଲୋକ ନିଜ ପସନ୍ଦର ପୋଷାକ କିଣିବା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି । ଶୀତଦିନରେ ଲୋକମାନେ ମହଙ୍ଗା ଜ୍ୟାକେଟ ଏବଂ ସ୍ଵେଟର କିଣି ପିନ୍ଧନ୍ତି । ତେବେ ବର୍ତ୍ତମାନ ଏକ ସ୍ଵେଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଏହି ସ୍ଵେଟରର ଦାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ସ୍ଵେଟରର ଦାମ୍ ରଖାଯାଇଛି ୩୦ ଲକ୍ଷ ଟଙ୍କା ।

୩୦ ଲକ୍ଷ ଟଙ୍କାର ଏହି ସ୍ଵେଟରରେ କ’ଣ ରହିଛି ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ତେବେ ୩୦ ଲକ୍ଷ ଟଙ୍କାର ଏହି ସ୍ଵେଟରରେ ହୀରା ଲାଗିଥିବା ଜଣାପଡିଛି । କୁହାଯାଉଛି କି ଏହି ଖାସ୍ ସ୍ଵେଟର ତିଆରି କରିବା ପାଇଁ ତିନି ହଜାର ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ଵେଟର ତିଆରି କରିଥିବା ଏଡେନ ଲିବାନ ଏହାକୁ ତିଆରି ପାଇଁ ନିଜ ଜୀବନର ସବୁ ପୁଞ୍ଜି ଏଥିରେ ଲଗାଇ ଦେଇଛନ୍ତି ।

ଏହାକୁ ତିଆରି କରିବା ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଏଡେନ । ସ୍ଵେଟରରେ ଥିବା ହରିଣକୁ ହୀରା ଖୋଦିତ ରୂପା ତାରକା ସହିତ ସଜା ଯାଇଛି । ଏହି କାରଣରୁ ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ଵେଟରରୁ ପ୍ରାପ୍ତ ଅର୍ଥ ଜାତୀୟ ସ୍ବାସ୍ଥ୍ୟସେବା ସଂଗଠନକୁ ଦାନ କରାଯିବ । ଏହି ସ୍ଵେଟରକୁ ୨୪ କ୍ୟାରେଟ ସୁନାର ସୂତାରେ ବୁଣାଯାଇଛି । ଯଦି ଏହି ସ୍ଵେଟର ବିକ୍ରି ହୁଏ ତେବେ ଏହା ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ସ୍ଵେଟର ହେବ ।

ବର୍ତ୍ତମାନ ଏହା ବିକ୍ରି ଅପେକ୍ଷାରେ ରହିଛି । ଏହା ପୂର୍ବରୁ ସବୁଠାରୁ ମହଙ୍ଗା ସ୍ଵେଟର ଟିପ୍ସି ଏଲେଫ୍ସ ଦ୍ଵାରା ପ୍ରସ୍ତୁତ କରା ଯାଇଥିଲା, ଯାହାକୁ ୨୫ ଲକ୍ଷ ଟଙ୍କାରେ ବିକ୍ରି କରା ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।