‘ମତେ ଧାରଣାରୁ ଉଠେଇ ପାରିଲେନି ବୋଲି ଏଠି ଆସି…’ ପ୍ରମିଳାଙ୍କୁ ପୋଲିସ କାହିଁକି କରୁଛି ହଇରାଣ ? ଏନେଇ ଚିତ୍କାର କରି କ’ଣ କହିଲେ ପ୍ରମିଳା ତ୍ରିପାଠୀ, ଦେଖନ୍ତୁ video

ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରାଯାଉ ନାହିଁ ତ ? ତପସ୍ଵିନୀଙ୍କ ପାଇଁ ଧାରଣାରେ ବସି ରହିବା ଯୋଗୁଁ ପ୍ରମିଳା ତ୍ରିପାଠୀଙ୍କ ପାଇଁ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ତ ? ବ୍ରହ୍ମପୁରରେ ଏବେ ବସ୍ତି ଉଚ୍ଛେଦ ହୋଇଛି, ଯେଉଁଠି ପ୍ରମିଳାଙ୍କର ତିନି ଶହ ଡେସିମିଲ୍ ଜାଗା ଥିଲା । ଏବେ କାହିଁକି ଏହି ବସ୍ତି ଉଚ୍ଛେଦ କରାଗଲା ? ଏନେଇ ତଣ୍ଟି ଫଟେଇ ଚିତ୍କାର କରି ପ୍ରଶ୍ନ କରିଛନ୍ତି ପ୍ରମିଳା ତ୍ରିପାଠୀ । ତପସ୍ଵିନୀଙ୍କ ପାଇଁ ଧାରଣାରେ ବସିଥିଲେ ବୋଲି ତାଙ୍କୁ ଏଠାରୁ ଉଠେଇ ନେବାକୁ ଆସିଛନ୍ତି ବୋଲି ସେ କହିଛନ୍ତି ।

ଗରିବ ଲୋକ, ନାବାଳିକା, ବୃଦ୍ଧବୃଦ୍ଧା ଓ ସିଲେଇ କେନ୍ଦ୍ର ଆଦି ପାଇଁ ସେ ଅନେକ ହିତକର କାମ କରିଛନ୍ତି । ବ୍ରହ୍ମପୁର ଗଉଡ ବସ୍ତିରେ ଉଚ୍ଛେଦ ହୋଇଥିଲା । ଏଥିରେ ବସ୍ତି ବାସିନ୍ଦାଙ୍କ ସହ ବିଏମସି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଅପରାହ୍ନ ସମୟରେ ଗଉଡ ବନ୍ଧ ସାହିର ବସ୍ତି ଉଚ୍ଛେଦ ସମୟରେ ବିଏମସି କର୍ମଚାରୀ ବି ପହଞ୍ଚିଥିଲେ । ଆଉ ଏହାପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ସହ ଆରମ୍ଭ ହୋଇ ଯାଇଥିଲା ଧସ୍ତାଧସ୍ତି ।

ପ୍ରମିଳାଙ୍କୁ ଧାରଣା ସ୍ଥାନରୁ ଉଠେଇବାକୁ ସାହସ ନ ହେବାରୁ ତାଙ୍କ ପ୍ରତି ଏପରି ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି । ଏହାସହ ତାଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ପଦକ୍ଷେପ ନିଆଯାଉଛି । ପ୍ରମିଳାଙ୍କ ଘରକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ସେହି ଘରର ଜାଗାର କାଗଜପତ୍ର ବି ତାଙ୍କ ପାଖରେ ରହିଛି ।

ତାଙ୍କୁ ସମୟ ଦେଲେ ସେହି କାଗଜପତ୍ରକୁ ସେ ଉପସ୍ଥାପନ କରିବେ ବୋଲି ମଧ୍ୟ ସେ କହିଛନ୍ତି । ଆଉ ଏହା ମଧ୍ୟରେ ସେଠାରେ କିଛି ଧସ୍ତାଧସ୍ତି ପୂର୍ଣ୍ଣ ପରିସ୍ଥିତି ଦେଖା ଦେଇଥିଲା । ତାଙ୍କ ଘର ଭଙ୍ଗାଯିବା ବେଳେ ସେ ଘର ଆଗରେ ଠିଆ ହୋଇ ରହିଥିଲେ ଓ ଏହିଭଳି କିଛି କହିଥିଲେ । ତେବେ ପ୍ରଶ୍ନ ଉଠୁଛି ତପସ୍ଵିନୀଙ୍କ ପାଇଁ ଧାରଣାରେ ବସି ରହିବାରୁ ପ୍ରମିଳାଙ୍କ ପ୍ରତି ଏପରି କରାଯାଉନି ତ ?

ଏହା ପୂର୍ବରୁ ତପସ୍ଵିନୀଙ୍କ ସହ ଧାରଣାରେ ବସିଥିବା ବେଳେ ମଧ୍ୟ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା ପୋଲିସ । ସେ ଘଟଣାର ଏହାସହ କିଛି ସମ୍ବନ୍ଧ ଅଛି କି ? ଏନେଇ ଅନେକ କିଛି ତଥ୍ୟ ଏବେ ସାମନାକୁ ଆସିବା ବାକି ରହିଛି । ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ଧାରଣାରେ ବସିବା କଣ ପ୍ରମିଳାଙ୍କୁ ଭାରି ପଡୁଛି ? ଏହା କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।