ଭାରତୀୟ ଲୋକମାନେ ଟ୍ରେନ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି । କୁହାଯାଏ ଭାରତରେ ଯେତିକି ରେଳ ଲାଇନ ରହିଛି ତାହା ଯଦି ପୃଥିବୀ ଚାରିପଟେ ଗୁଡା ଯାଏ ତେବେ ତାହା ଦେଢ ଥର ଗୁଡାଇ ହେବ । ଆଜି ଆମେ ଆପଣଙ୍କୁ ଭାରତରେ ଏମିତି ଏକ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭୂତ ଥିବା କହୁଛନ୍ତି ସ୍ଥାନୀୟ ଲୋକେ । ଏହି ରେଳ ଷ୍ଟେସନକୁ କୁଆଡେ ହଣ୍ଟେଡ ବୋଲି ଘୋଷଣା କରାଯାଇଛି । କେବଳ ଏତିକି ନୁହେଁ ବରଂ ଏହି ଷ୍ଟେସନକୁ ଯିବାକୁ ରେଳ କର୍ମଚାରୀ ଓ ଯାତ୍ରୀମାନେ ପସନ୍ଦ କରନ୍ତି ନାହିଁ ।
ଏହାସହ ଏଠାରେ କୌଣସି ଟ୍ରେନ ମଧ୍ୟ ରୁହେ ନାହିଁ । ଆପଣ ମାନେ ନିଶ୍ଚିତ ଭାରତର ବିଭିନ୍ନ ଷ୍ଟେସନ ଦେଇ ଯାତ୍ରା କରିଥିବେ । ଆଉ ବେଗୁନକୋଡର ଷ୍ଟେସନର ନାଁ ନିଶ୍ଚୟ ଶୁଣିଥିବେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଥିବା ଏହି ଷ୍ଟେସନ ଭାରତର ୧୦ଟି ହଣ୍ଟେଡ ରେଳ ଷ୍ଟେସନ ତାଲିକାରେ ସାମିଲ ହୋଇଛି । କୁହାଯାଏ ୧୯୬୭ ମସିହାରେ ଷ୍ଟେସନ ମାଷ୍ଟର ଭୂତ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ଏହି ଷ୍ଟେସନକୁ ହଣ୍ଟେଡ ଷ୍ଟେସନ ନାମରେ ନାମିତ କରା ଯାଇଥିଲା ।
ଷ୍ଟେସନ ମାଷ୍ଟର ଜଣକ ଅନ୍ଧାର ରାତିରେ ଜଣେ ଧଳା ରଙ୍ଗର ଶାଢୀ ପିନ୍ଧିଥିବା ମହିଳାଙ୍କୁ ରେଳ ଧାରଣାରେ ଚାଲୁଥିବା ଦେଖିଥିବେ । ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ଏମିତି ଡରିବାକୁ ଲାଗିଲେ ଯେ ଘଟଣାର ୪୨ ବର୍ଷ ଯାଏଁ ଷ୍ଟେସନକୁ ବନ୍ଦ କରି ଦିଆ ଯାଇଥିଲା । ୪୨ ବର୍ଷ ପର୍ଯ୍ୟନ୍ତ ଏହି ଷ୍ଟେସନରେ ଗୋଟିଏ ହେଲେ ବି ଟ୍ରେନ ଅଟକି ନାହିଁ । ଏହାସହ ଏହି ଷ୍ଟେସନ ଦେଇ ଯିବାବେଳେ ଟ୍ରେନ ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଅତିକ୍ରମ କରେ ।
ସୂଚନା ଅନୁଯାୟୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଷ୍ଟେସନ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସନ୍ଧ୍ୟା ହେବା ମାତ୍ରେ ଡରରେ ଏହି ଷ୍ଟେସନରେ କେହି ମଧ୍ୟ ରୁହନ୍ତି ନାହିଁ । ଆଉ ଏହାର ସୁଯୋଗ ନେଇ ଚୋରମାନେ ମଧ୍ୟ ଲୁଟପାଟ ଆରମ୍ଭ କଲେ । ଯେଉଁମାନେ ଆଡଭେଞ୍ଚର ପାଇଁ ଆସୁଥିଲେ ସେମାନଙ୍କୁ ଭୟଭୀତ କରିବା ସହ ଟଙ୍କା ଓ ଲୁଗାପଟା ଛଡାଇ ନେଉଥିଲେ ଲୁଟେରା । ନିୟୁ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହି ଘଟଣା ଜଣାପଡିବା ପରେ ପୋଲିସ ଫୋର୍ସ ଏହାର ତଦନ୍ତ କରିବାକୁ ଯାଇଥିଲେ ।
ରାତି ପ୍ରାୟ ୨ଟା ପରେ ସେମାନେ ଅଜବ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ଶେଷରେ ଜାଣିବାକୁ ପାଇଥିଲେ ଯେ ସ୍ଥାନୀୟ ଲୋକମାନେ ବୁଦାମୂଳେ ବସି ଲୋକଙ୍କୁ ଏହିପରି ଡରାଉଥିଲେ । ଏହାପରେ ସେବେଠାରୁ ସେଠାରେ ପୋଲିସ ଫୋର୍ସ ମୁତୟନ ହେଲେ ଓ ଲୋକମାନେ ମଧ୍ୟ ଯାତ୍ରା ଆରମ୍ଭ କଲେ । କିନ୍ତୁ ଏବେ ବି ଏହାକୁ ହଣ୍ଟେଡ ଷ୍ଟେସନ ବୋଲି ଲୋକମାନେ ନାମକରଣ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।