ସାମ୍ନାସାମ୍ନି ହେଲେ ତପସ୍ଵିନୀ ଓ ସୁମିତ, ଦେଖନ୍ତୁ ଶ୍ଵଶୁରଘରକୁ ଫେରିବା ପାଇଁ ଅଡି ବସିଥିବା ଡିମ୍ପଲ ସୁମିତଙ୍କ ସହ କ’ଣ ସବୁ କଥା ହେଲେ, ଦେଖନ୍ତୁ Video

ଆଜିକୁ ନଅ ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗରରେ ସ୍ଵାମୀ ସୁମିତ କୁମାର ସାହୁଙ୍କ ଘର ସାମନାରେ ବସି ରହିଛନ୍ତି ତପସ୍ଵିନୀ ଦାସ ଓରଫ ଡିମ୍ପଲ । କୋର୍ଟରେ ଦୁଇ ଦୁଇଥର ଶୁଣାଣି ହେବା ପରେ ମଧ୍ୟ ନିରାଶ ହୋଇ ଫେରିଛନ୍ତି ଡିମ୍ପଲ । ଏପର୍ଯ୍ୟନ୍ତ ତାଙ୍କୁ ଶ୍ଵଶୁର ଘର ଲୋକେ ଘର ଭିତରକୁ ନେଲେ ନାହିଁ କି କୋର୍ଟ ମଧ୍ୟ ତାଙ୍କ ଇଚ୍ଛା ମୁତାବକ ରାୟ ଶୁଣାଇଲେ ନାହିଁ । ସଖୀ ସେଣ୍ଟରରେ ରହିବା ପାଇଁ କୋର୍ଟ ଡିମ୍ପଲଙ୍କୁ ଆଦେଶ ଦେଇଥିଲେ ମଧ୍ୟ ତାହା ପାଳନ କରି ନାହାନ୍ତି ଡିମ୍ପଲ ।

ବରଂ ସେହିପରି ଜିଦ୍ ଧରି ବସି ରହିଛନ୍ତି ସ୍ଵାମୀଙ୍କ ଘର ସାମନାରେ । ତେବେ ସୁମିତ ଏତେ ଦିନ ଧରି ଚୁପ୍ ରହିଥିବା ବେଳେ ବର୍ତ୍ତମାନ ଆସିଛନ୍ତି ଡିମ୍ପଲଙ୍କ ସାମନାକୁ । ଡିମ୍ପଲ ସୁମିତଙ୍କୁ ଘରକୁ ନେବା ପାଇଁ କହୁଥିବା ବେଳେ, ଏହା ସମ୍ଭବ ନୁହେଁ ସେ ଡିମ୍ପଲଙ୍କୁ ଡିଭୋର୍ସ ଦେବାକୁ ଚାହାନ୍ତି ବୋଲି କହିଛନ୍ତି ସୁମିତ । ଏହାପରେ ଡିମ୍ପଲ ଟିଏନକୁ ପଚାରିଥିଲେ କେଉଁ ଭୁଲ ପାଇଁ ମୋତେ ଶାସ୍ତି ଦେଉଛ ସୁମିତ ? କ’ଣ ପାଇଁ ମୋତେ ସ୍ତ୍ରୀର ସମ୍ମାନ ଦେଉନାହଁ ?

କିନ୍ତୁ ସୁମିତ ଏହା କହି ପାରିବେନି କହିବା ସହ ତାଙ୍କୁ ଦୟାକରି ତାଙ୍କ ଘର ସାମନାରୁ ଉଠିବା ପାଇଁ କହିଥିଲେ । ଡିମ୍ପଲଙ୍କୁ ଏହି ଡ୍ରାମା ବନ୍ଦ କରିବାକୁ ଏବଂ ଏସବୁ ତାଙ୍କୁ ବିଲକୁଲ ଭଲ ଲାଗୁନି ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ସେଠାରୁ ସେ ଉଠିବେ ନାହିଁ ବୋଲି କହିଛନ୍ତି ଡିମ୍ପଲ । ତେବେ ସୁମିତ କେବଳ ଡିମ୍ପଲଙ୍କୁ ଛାଡପତ୍ର ଦେବାକୁ ଚାହାନ୍ତି ଓ ତାଙ୍କ ଭିତରେ ଯାହା ହେଲା ସେସବୁ କଥା ସେ ସମସ୍ତଙ୍କ ଆଗରେ କହି ପାରିବେନି ବୋଲି କହିଛନ୍ତି ।

ଡିମ୍ପଲଙ୍କ ପରି ସୁମିତ ମଧ୍ୟ ନିଜ ଜିଦ୍ ରେ ଅଟଳ ଅଛନ୍ତି । ସୁମିତ କେବଳ କୋର୍ଟ ହିସାବରେ ଯିବାକୁ ଚାହାନ୍ତି ଓ କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ମାନିବାକୁ ଚାହାନ୍ତି । ଏହିପରି ଆଗକୁ ମଧ୍ୟ ସୁମିତ ଓ ଡିମ୍ପଲଙ୍କ କଥାବାର୍ତ୍ତା ହୋଇଥିଲେ । ସୁମିତ ମୋତେ ହଇରାଣ କରିବା ବନ୍ଦ କର । ଡିମ୍ପଲ ହଇରାଣ ! ମୁଁ ତୁମକୁ ହଇରାଣ କରୁଛି ?

ଆଉ ମୋ ସହ ତୁମେ ଯାହା କଲ କଣ ଠିକ କଲ ? ସେ ପ୍ରେମ, ସେ ପ୍ରତିଶ୍ରୁତିର କଣ ଏବେ ଆଉ କିଛି ମୂଲ୍ୟ ନାହିଁ ? ସୁମିତ ମୋତେ ମୋ ବାପା, ମା ଆଉ ପରିବାର ସହ ରହିବାର ଅଛି ଡିମ୍ପଲ, ତୁମ ସହ ନୁହେଁ । ଡିମ୍ପଲ ପରିବାର ସହ ରହିବାର ଇଚ୍ଛା କଣ ମୋର ନାହିଁ ସୁମିତ ? ତୁମ ପରିବାର ସହ ରହିବା ପାଇଁ ହିଁ ମୁଁ ମୋ ଘର ପରିବାର ଛାଡି ଆସିଲି ।

ଏହପରେ ସୁମିତ ଓ ତାଙ୍କ ପରିବାର ଡିମ୍ପଲଙ୍କ କାର୍ଯ୍ୟକଳାପ ଯୋଗୁଁ ଲଜ୍ଜିତ ହେଉଛନ୍ତି ବୋଲି ସୁମିତ କହିବା ସହ ଡିମ୍ପଲଙ୍କୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ । କିନ୍ତୁ ଡିମ୍ପଲ ମଧ୍ୟ ସୁମିତଙ୍କ ମନ ପରିବର୍ତ୍ତନ ହେବା ଯାଏଁ ସେଠାରେ ବସି ରହିବେ ବୋଲି ଜିଦ୍ ଧରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।