Breaking News: ସରକାରଙ୍କ ବଡ ଘୋଷଣା, ଏଣିକି ଆଉ ମନଇଚ୍ଛା ଚଲେଇ ପାରିବେନି ଗାଡି, ଆସିଲା ନୂଆ ନିୟମ

ଏଣିକି ଆଉ ମନଇଛା ଚଲେଇ ପାରିବେନି ଗାଡି । ସଡକ ଯାତ୍ରା ସମୟରେ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ସମୟ ସମୟରେ ଜାତୀୟ ଏବଂ ରାଜ୍ୟ ପରିବହନ ବିଭାଗ ଯାନବାହାନ ଚଳାଚଳର ଅନେକ ପ୍ରକାରର ନିୟମମାନ ଜାରି କରନ୍ତି । ସେହି ସବୁ ନିୟମ ମାନିବା ଫଳରେ ପ୍ରତ୍ଯେକ ଯାତ୍ରୀ ଏବଂ ଗାଡିଚାଳକ ସୁରକ୍ଷିତ ରୁହନ୍ତି । ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁଁ ପ୍ରତିଦିନ ଅନେକ ସଡକ ଦୁ-ର୍ଘ-ଟ-ଣା ମାନ ଦେଖିବାକୁ ମିଳେ ।

ଆମ ଦେଶରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହଜାର ହଜାର ଲୋକ ମୃ-ତ୍ୟୁ-ବ-ର-ଣ କରନ୍ତି ଓ ଅନେକ ଆ-ହ-ତ ମଧ୍ୟ ହୁଅନ୍ତି । ସଡକରେ ଗାଡି ଚଳାଇବା ବେଳେ ସମସ୍ତେ କିଛି ନିୟମ ଯଦି ମାନ୍ୟ କରିବା ତେବେ ଏହି ଦୁ-ର୍ଘ-ଟ-ଣା ସବୁକୁ ଅନେକ ମାତ୍ରାରେ ରୋକାଯାଇ ପାରିବ । ଫଳରେ ଅନେକ ଅମୂଲ୍ୟ ଜୀବନ ବଞ୍ଚିଯିବ । ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ମ୍ଯୁନିସିପାଲିଟି ଓ ଏନସିସି ଅଞ୍ଚଳରେ ଯାନବାହାନ କେତେ ବେଗରେ ଚଲେଇବେ ସେନେଇ ରାଜ୍ୟ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି ।

ଚାରି ଲେନ୍ ଜାତୀୟ ରାଜପଥରେ ବାଇକର ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ଏବଂ ମ୍ଯୁନିସିପାଲିଟି ଓ ଏନସିସି ରେ ବାଇକର ବେଗ ଘଣ୍ଟା ପ୍ରତି ୪୦ କିମି ରହିବ । ସେହିପରି ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡିର ନେଗ ସର୍ବାଧିକ ଘଣ୍ଟା ପ୍ରତି ୫୦ କିମି ରହିବ ।

ଉଭୟ ଯାତ୍ରୀବାହୀ ଓ ମାଲବାହୀ ତିନି ଚକିଆ ଯାନର ଚାରି ଲେନ୍ ରାସ୍ତାରେ ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିମି ଓ ଯତୋୟ ରାଜପଥ ଏବଂ ରାଜ୍ୟ ରାଜପଥ ରେ ବେଗ ଘଣ୍ଟା ପ୍ରତି ୩୦ କିମି ଓ ସେହିପରି ମ୍ଯୁନିସିପାଲିଟି ଓ ଏନସିସି ଅଞ୍ଚଳରେ ମଧ୍ୟ ବେଗ ଘଣ୍ଟା ପ୍ରତି ୩୦ କିମି ରହିବ । ଯଦି ଏହି ସବୁ ନିୟମ ଉଲ୍ଲଂଘନ କରାଯାଏ ତେବେ ଗାଡି ଚାଳକଙ୍କ ଉପରେ କଡା କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯିବ । ନିଜର ଓ ରାସ୍ତାରେ ଯାଉଥିବା ପ୍ରତ୍ଯେକ ଲୋକଙ୍କ ସୁରକ୍ଷା ପାଇଁ ଏହି ସବୁ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ ।

କାରଣ ଦେଶରେ ଦେଶରେ ଦିନକୁ ଦିନ ପ୍ରତ୍ଯେକ ଘରେ ଏକାଧିକ ଯାନବାହାନ ସଂଖ୍ୟା ବଢିବାରେ ଲାଗିଛି । ଯାହାଫଳରେ ରାସ୍ତାରେ ଅତ୍ୟଧିକ ଟ୍ରାଫିକ ମଧ୍ୟ ଦେଖିବାକୁ ମିଳୁଛି । ଏପରି ବେଳେ ଦ୍ରୁତଗତିରେ ଗାଡି ଚଳାଇବା ନିହାତି ଭାବେ ବି-ପ-ଦ-ଜ-ନ-କ ଅଟେ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଆପଣ ଏହିସବୁ ନିୟମ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।