ମୋଦୀ ସରକାରଙ୍କ ଦମଦାର ଯୋଜନା, ସ୍ଵାମୀ–ସ୍ତ୍ରୀ ଦୁଇ ଜଣ ଘରେ ବସି ପାଇ ପାରିବେ 10 ହଜାର ଟଙ୍କା, ଜାଣନ୍ତୁ କେମିତି ?

ବୁଢା ବୟସରେ ସମସ୍ତଙ୍କୁ ଟଙ୍କା ଓ ସାହାରା ଦରକାର ହୋଇଥାଏ । ଏମିତିରେ ଯଦି ସବୁ ମାସରେ ପେନସନ କିମ୍ବା ଟଙ୍କା ମିଳିଯାଏ ତେବେ ବହୁତ ଭଲ ହୋଇଥାଏ । ପ୍ରାଇବେଟ ଜବରେ ପେନସନ ନାହିଁ ଓ ବର୍ତ୍ତମାନ ସରକାର କାମରେ ବି ପେନସନ ପାଖାପାଖି ଉଠି ଗଲାଣି । କିନ୍ତୁ ଆଜି ଆପଣଙ୍କୁ ମୋଦୀ ସରକାରଙ୍କ ଏମିତି ସ୍କିମ ବିଷୟରେ କହିବୁ ଯାହାର ଲାଭ ଉଠାଇ ସ୍ଵାମୀ ସ୍ତ୍ରୀ ପ୍ରତି ମାସକୁ ୧୦ ହଜାର ଟଙ୍କା ପ୍ରତି ମାସ ପାଇ ପାରିବେ ।

ସରକାରଙ୍କ ଅଟଳ ପେନସନ ଯୋଜନା ଅନ୍ତର୍ଗତ ଆପଣ ଯୁବ ସମୟରେ ଅଳ୍ପ ଅଳ୍ପ ନିବେଶ କରିବେ ତେବେ ବୁଢା ବୟସରେ ଅଧିକ ଲାଭ ଉଠାଇ ପାରିବେ । ଏହି ଯୋଜନାରେ ନିବେଶ କରିବା ଉପରେ ଆପଣଙ୍କୁ ବୁଢା ବୟସରେ ଅଧିକ ପେନସନ ନିଶ୍ଚିତ ରୂପରେ ମିଳିବ ।

ଏହି ଯୋଜନାର ଲାଭ ଉଭୟ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ନେଇ ପାରିବେ । ଯଦି ଦମ୍ପତ୍ତି ଏହି ଯୋଜନାରେ ଅଲଗା ଲଗା ନିବେଶ କରିବେ ତେବେ ତାଙ୍କୁ ବୁଢା ବୟସରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାସକୁ ମିଳିପାରେ । ବର୍ତ୍ତମାନ ଅଟଳ ପେନସନ ଯୋଜାନ ଅନ୍ତର୍ଗତ ୬୦ ବର୍ଷ ପରେ ୧୦୦୦ ରୁ ୫୦୦୦ ଟଙ୍କା ପେନସନ ନିଶ୍ଚିତ ରୂପରେ ଦିଆ ଯାଉଛି । ଏହି ଯୋଜନାର ଲାଭ ପାଇବା ପାଇଁ ଆପଣଙ୍କର ବୟସ ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ହେବା ଉଚିତ ।

ଏହି ଯୋଜନାରେ ଆପଣ ସବୁ ମାସରେ ଗୋଟିଏ ନିର୍ଧାରିତ ଧନରାଶି ନିବେଶ କରିବେ ଓ ଏହି ଧନରାଶି ଆଧାରରେ ଆପଣଙ୍କୁ ରିଟାୟରମେଣ୍ଟ ପରେ ୧ ହଜାର ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସକୁ ପେନସନ ମିଳିବ । ଏହି ପେନସନ ଆପଣଙ୍କୁ ୬୦ ବର୍ଷ ପରେ ମିଳିବା ଆରମ୍ଭ ହେବ । ଯଦି ଆପଣଙ୍କୁ ୫୦୦୦ ଟଙ୍କା ମାସକୁ ଅର୍ଥାତ ୬୦,୦୦୦ ଟଙ୍କା ବର୍ଷକୁ ପେନସନ ଚାହୁଞ୍ଚନ୍ତି ତେବେ ଆପଣଙ୍କୁ ସବୁ ମାସରେ କେବଳ ୧୨୩୯ ଟଙ୍କା ନିବେଶ କରିବାକୁ ହେବ ।

ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ଯୋଡି ହେଉଛନ୍ତି ତେବେ ୫୦୦୦ ଟଙ୍କା ମାସକୁ ପେନସନ ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟକ ମାସ ୨୧୦ ଟଙ୍କା ଦେବାକୁ ପଡିବ । ତିନି ମାସକୁ ଥରେ ଦେବେ ଯଦି ଏହି ଟଙ୍କା ୬୨୬ ଟଙ୍କା ଓ ୬ ମାସକୁ ୧୨୩୯ ଟଙ୍କା ଦେବାକୁ ପଡିବ । ଅନ୍ୟ ପଟେ ୧୦୦୦ ଟଙ୍କା ପ୍ରତି ମାସକୁ ପେନସନ ପାଇବା ପାଇଁ ଆପଣଙ୍କୁ ୪୨ ଟଙ୍କା ମାସକୁ ନିବେଶ କରିବାକୁ ହେବ । ଆପଣ ଏହି ଯୋଜନାରେ ଯେତେ କମ ବୟସରେ ଯୋଡି ହେବେ ଆପଣଙ୍କୁ ସେତିକି ଲାଭ ମିଳିବ ।

ଏହି ଯୋଜନାରେ ନିବେଶ କରିବା ପାଇଁ ଆପଣଙ୍କୁ ମାସିକ, ତିନି ମାସ ଓ ଛଅ ମାସ ପେମେଣ୍ଟର ପ୍ଳାନ ବାଛିବାକୁ ପଡିବ । ଯଦି ଆପଣ ୬୦ ପୂର୍ବ କିମ୍ବା ପରେ ସଦସ୍ୟର ମୃତ୍ୟୁ ହୋଇ ଯାଉଛି ତେବେ ଏହି ପେନସନର ଟଙ୍କା ତାର ସ୍ତ୍ରୀକୁ ମିଳିବ । ଅନ୍ୟ ପଟେ ସଦସ୍ୟ ଓ ତାର ପତ୍ନୀର ମୃତ୍ୟୁ ପରେ ଏହି ପେନ୍ସର ଟଙ୍କା ତାର ନମିନକୁ ମିଳିବ ।