ମୁହଁରେ ବ୍ରଣ କାହିଁକି ହୁଏ ? କେମିତି ରୋକିବେ ବ୍ରଣ ସମସ୍ଯା ? କେମିତି କରିବେ ଉପଚାର ? ଦେଖନ୍ତୁ ସଂପୂର୍ଣ୍ଣ ଉପାୟ

ବ୍ରଣ ଏକ ସାଧାରଣ ଚର୍ମ ରୋଗ ଯାହା ପ୍ରାୟ ପ୍ରତ୍ଯେକ ସ୍ତ୍ରୀ ଓ ପୁରୁଷଙ୍କ ଠାରେ ଦେଖାଯାଏ । ବିଶେଷ କରି ଯୁବପିଢି ବ୍ରଣ ସମସ୍ଯାକୁ ନେଇ ଚିନ୍ତିତ ରୁହନ୍ତି । ଆଉ ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ ଅନେକ ପ୍ରକାର କ୍ରିମ ଓ ଅଏଣ୍ଟମେଣ୍ଟ ଲଗାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବ୍ରଣ ହେବାର କାରଣ ଓ ଏହାକୁ କିପରି ଆପଣ ରୋକିପାରିବେ ସେହି ବିଷୟରେ କହିବୁ ।ତେବେ ବ୍ରଣ ହେବାର ମୁଖ୍ୟ କାରଣ ହେଉଛି ହରମୋନ ।

ଯେତେବେଳେ ପୁରୁଷଙ୍କ ଦାଢି ଉଠିବା ଆରମ୍ଭ ହୋଇଥାଏ ଓ ମହିଳାଙ୍କ ଋତୁସ୍ରାବ ଆରମ୍ଭ ହୋଇଥାଏ ସେତେବେଳେ ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ହର୍ମୋନାଲ ସନ୍ତୁଳନ ବିଗିଡି ଯାଇଥାଏ । ସେହି ସମୟରେ ଶରୀରରୁ ଆଣ୍ଡ୍ରୋଜେନ ନାମକ ହରମୋନ କ୍ଷରିତ ହୋଇଥାଏ । ଫଳରେ ତ୍ଵଚା ଅଧିକ ତେଲିଆ ହେବା ସହ ମୁହଁର ଚର୍ମ ଭିତରେ ଥିବା ଛିଦ୍ର ବନ୍ଦ ହୋଇଯାଏ ।

ଯାହାଫଳରେ ତ୍ଵଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ । ଏହାସହ ଅନେକ ଲୋକ ନିଜ ବ୍ରଣରେ ହାତମାରି ତାକୁ ଛିଣ୍ଡାଇ ଦିଅନ୍ତି ସେଥିପାଇଁ ମଧ୍ୟ ବ୍ରଣ ଅଧିକ ବଢିଥାଏ । ଏହାସହ ଚିନି, ଫାଷ୍ଟ ଫୁଡ ଜାତୀୟ ଖାଦ୍ୟ ଅଧିକ ଖାଇଲେ ମୁହଁରେ ବ୍ରଣ ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନର ଜୀବନଶୈଳୀ ଓ ମାନସିକ ଚାପ ମଧ୍ୟ ମୁହଁରେ ବ୍ରଣ ହେବାର ପ୍ରମୁଖ କାରଣ ଅଟେ । ଯଦି ବ୍ରଣ ହୋଇଛି ତେବେ ସେଥିରେ ହାତ ମାରନ୍ତୁ ନାହିଁ ।

କାରଣ ବ୍ରଣରେ ହାତ ମାରିଲେ ସେହି ସ୍ଥାନ ଦାଗ ହୋଇପରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ । ତେଣୁ ବ୍ରଣରେ କଦାପି ହାତ ମାରନ୍ତୁ ନାହିଁ । ମୁହଁରେ ଅଯଥାରେ କୌଣସି କ୍ରିମ ଏବଂ ମେକଅଫ ଲଗାନ୍ତୁ ନାହିଁ । ମୁହଁରେ ଅଧିକ ମେକଅଫ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଆଉ ମୁହଁରେ ବ୍ରଣ ବାହାରେ । ଯଦି ଆପଣ ମୁହଁରେ ମେକଅଫ ଲଗାଉଛନ୍ତି ତେବେ ମେକଅଫକୁ ଭଲ ଭାବେ ଛଡାନ୍ତୁ ।

ମେକଅଫ ଛଡାଇବା ସମୟରେ ମେକଅଫ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରନ୍ତୁ । ମୁହଁରେ ଅଯଥାରେ କୌଣସି କ୍ରିମ ଲଗାନ୍ତୁ ନାହିଁ ଓ ଫାଷ୍ଟ ଫୁଡ, ଜଙ୍କ ଫୁଡ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ । ପ୍ରତିଦିନ ସାତରୁ ଆଠ ଘଣ୍ଟା ଶୁଅନ୍ତୁ ଓ ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ । ସଠିକ ସମୟରେ ନଶୋଇବା ମଧ୍ୟ ମୁହଁରେ ବ୍ରଣ ହେବାର ଏକ ପ୍ରମୁଖ କାରଣ । ମୁହଁରେ ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ, ଏହାଦ୍ବାରା ତ୍ଵଚା ଭଲ ରହିଥାଏ । ଯଦି ତା’ପରେ ବି ମୁହଁରେ ଅତ୍ୟଧିକ ବ୍ରଣ ବାହାରୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆମ ସମସ୍ତଙ୍କ ତ୍ଵଚାର ପ୍ରକାର ଭିନ୍ନ ହୋଇଥାଏ । ଯଦି କୌଣସି ଘରୋଇ ଉପଚାର ଜଣଙ୍କ ତ୍ଵଚାରେ ସୁହାଇ ଥାଏ ତେବେ ଅନ୍ୟ ଜଣଙ୍କ ତ୍ଵଚାରେ ଏହା ସୁହାଇ ନଥାଏ । ତେଣୁ ନିଜ ଇଚ୍ଛାରେ କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ତ୍ଵଚାକୁ ଆହୁରି ନଷ୍ଟ କରି ଦେଇପାରେ । ବ୍ରଣ ଯିବା ପାଇଁ ମୁହଁକୁ ସବୁବେଳେ ସଫା ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।