ଏହି ୨ଟି ରାଶି ପାଇଁ ଅକ୍ଟୋବର ମାସରେ ଖୋଲିଯିବ ଭାଗ୍ୟର ତାଲା, ହେବ ଧନର ବର୍ଷା।

ଅକ୍ଟୋବର ମାସର ରାଶିଫଳ- ଜାଣନ୍ତୁ କେଉଁ ମାନଙ୍କର ଭାଗ୍ୟରେ ହେବ ଉନ୍ନତି ଓ କେଉଁ ମାନଙ୍କର ସମୟ ରହିବ ନାହିଁ ଭଲ।

ମେଷ-

ଏହି ମାସରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ, ମାସ ଆରମ୍ଭ ବହୁତ ଭଲ କଟିବ, ଖର୍ଚ୍ଚ ବଢିପାରେ, ଆର୍ଥିକ ସ୍ଥିତି ସମନ୍ୟା ରହିବ। ପରିବାରରେ ସୁଖ ଶାନ୍ତି ବିରାଜ ମାନ କରିବ୍ବ, ବିଦେଶ ଯାତ୍ରାର ଯୋଗ ରହିଛି, ଶେଷ ସମୟ ଟିକେ କଷ୍ଟକର ରହିବ, ରାହୁ କିମ୍ବା ଶିବ ଙ୍କର ମନ୍ତ୍ର ଜପ କରନ୍ତୁ ମାସଟି ଭଲରେ କଟିବ।

ବୃଷ-

ମାସର ଆରମ୍ଭ କଠିନ ରହିବ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ପାରିବାରିକ ଜୀବନରେ ଆସନ୍ତି ଦେଖାଦେଇପାରେ, ଆର୍ଥିକ ସ୍ଥିତି ସୁଦୃଢ ରହିବ, ନୂତନ ସ୍ରୋତରୁ ଧନର ଆଗମନ ହେବ। ଚନ୍ଦିର ମୁଦି ପିନ୍ଧି ଶ୍ରୀ ସୂକ୍ତମ ପାଠ କରନ୍ତୁ ମାସଟି ଭଲରେ କରିବ।

ମିଥୁନ-

ଆପଣଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭ ଅଟେ, ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ହେତୁ କର୍ମ ବା ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ଶୁଭତ୍ଵ ପ୍ରାପ୍ତି ହେବ।

କର୍କଟ-

ମିଶ୍ରିତ ଫଳ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ ରହିବ, ପରିବାରରେ ସୁଖ ସହନ୍ତି ରହିବ, କିନ୍ତୁ ସତର୍କ ରୁହନ୍ତୁ କେହି ନିଜର ବିଶ୍ଵାସଘାତ କରିପାରେ, ଅଯଥା ଖର୍ଚ୍ଚରୁ ବଞ୍ଚାନ୍ତୁ।

ସିଂହ-

ମାସ ଆରମ୍ଭ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ, କିନ୍ତୁ ୧୫ତାରିଖ ପରେ ସମୟ ସଙ୍ଘର୍ଷପୂର୍ଣ୍ଣ ହୋଇପାରେ। ଗୃହ ଯାନବାହାନ ଅଦିକୁ ନେଇ ସମସ୍ୟା ଦେଖା ଦେବ। ଭଗବାନ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ।

କନ୍ୟା-

କନ୍ୟା ରାଶି ପାଇଁ ଏହି ମାସଟି ଶୁଭ ଫଳ ପ୍ରଦାନ କରିବ ନାହିଁ, ବହୁତ ବ୍ୟସ୍ତତା ଭିତରେ ଗତି କରିବାକୁ ପଡିବ। ସ୍ୱାସ୍ଥ୍ୟ କରପ ରହିବା ଦ୍ଵାରା ଚିଡଚିଡା ଭାବ ସୃଷ୍ଟି ହେବ। ମାସ ଶେଷରେ ସାମାନ୍ୟ ଭଲ ଫଳ ମିଳିବ। ଦୂର୍ଗା ସପ୍ତଶତିର ପାଠ କରନ୍ତୁ।

ତୁଳା-

ତୁଳା ରାଶି ପାଇଁ ମାସଟି ଅତ୍ୟନ୍ତ ଅଶୁଭ ରହିବ, ଶସ୍ତ ପ୍ରକାର ଆସନ୍ତି ଦେଖାଦେବ, ପରିବାରରେ ଓ କର୍ମ କ୍ଷେତ୍ରରେ ବାଦବିବାଦ ଲାଗିରହିବ। ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେବ। ଓଁ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ।

ବିଛା-

ମିଶ୍ରିତ ଫଳ ମିଳିବ, ଆରମ୍ଭରୁ ସମୟ ଟିକେ ଭଲ ରହିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚଧିକାରୀ ମାନଙ୍କ ସହ ମତଭେଦ ଦେଖା ଦେବ। ଘରେ ବାଦବିବାଦ ଲାଗିରହିବ। ଅଟାରେ ଗୁଡ ମିଶାଇ ରୋଟି କରି ହନୁମାନଙ୍କୁଭୋଗ ଲଗାନ୍ତୁ।

ଧନୁ-

ଏହି ମାସଟି ମିଶ୍ରିତ ଫଳ ପ୍ରଦାନ କରିବ, ପାରିବାରିକ କଳହ ଦେଖା ଦେବ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ୧୭ ତାରିଖ ପରେ ଭଲ ସମୟ ଆସିବ, ଧାର୍ମିକ କର୍ମରେ ରୁଚି ବଢିବ, ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ।

ମକର-

ଏହି ମାସଟି ଆପଣଙ୍କ ପାଈଁ ଅତ୍ୟନ୍ତ ଶୁଭ ଅଟେ। ଭାବିଥିବା କାମ ପୁରା ହେବ। କରିବାକୁ ଯାଉଥିବା କର୍ମରେ ମଧ୍ୟ ସଫଳତା ମିଳିବ। କିଛି ଖୁସି ଖବର ମିଳିବ। ଓଁ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ।

କୁମ୍ଭ-

ଏ ମାସରେ ବାଦ ବିଦଠୁ ଦୂରେଇ ରୁହନ୍ତୁ, ଛୋଟ କଥା ମଧ୍ୟ ବଡ ରୂପ ନେଇପାରେ, କାର୍ଯ୍ୟରେ ସଫଳତା ଅସକରୁଥିଲେ ବହୁତ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନ ସୁଖମୟ ରହିବ। ଗଣେଶଙ୍କ ଆରାଧନା କରନ୍ତୁ।

ମୀନ-

ଆପଣଙ୍କ ସଫଳତା ଆପଣଙ୍କ ଚେଷ୍ଟା ଉପରେ ନିର୍ଭର କରେ, ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ, ନବା ଦବାକୁ ନେଇ ବିବାଦ ଦେଖାଇଦେଇପରେ। ପରିବାରରେ ଝଗଡା ଲାଗିପାରେ, ଶନିଙ୍କ ପୂଜା କରନ୍ତୁ।