ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।
୧- ‘ଲୋଟସ ଟେମ୍ପଲ’ କେଉଁଠାରେ ଅବସ୍ଥିତ ?
ଉ: ଦିଲ୍ଲୀ
୨- ଶିଖ୍ ଧର୍ମର ଲୋକମାନେ କେଉଁଠାକୁ ପୂଜା କରିବାକୁ ଯାଆନ୍ତି ?
ଉ: ଗୁରୁଦ୍ଵାର
୩- ଶ୍ରାବଣ ମାସର କେଉଁ ଦିନ ରକ୍ଷାବନ୍ଧନ ପାଳନ କରାଯାଏ ?
ଉ: ପୂର୍ଣ୍ଣିମା
୪- ଇଣ୍ଡିଆ ଗେଟ, ଗେଟୱେ ଅଫ ଇଣ୍ଡିଆ, ସ୍ଵର୍ଣ୍ଣ ମନ୍ଦିର ଓ ବିବେକାନଦ ରକ ମେମୋରିଆଲ । ଏଗୁଡିକ ମଦୟରୁ କେଉଁଟି ସବୁଠାରୁ ଦକ୍ଷିଣରେ ଅବସ୍ଥିତ ?
ଉ: ବିବେକାନଦ ରକ ମେମୋରିଆଲ
୫- ସଂଯୁକ୍ତ ରାଜ୍ୟ ଆମେରିକାର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?
ଉ: ଜର୍ଜ ୱାଶିଂଟନ
୬- ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉ: ରବର୍ଟ ୱାଲପୋଲ
୭- “ଦବାଇ ଭି, କଡାଇ ଭି”- ଭାରତରେ କେଉଁ ରୋଗ ସହ ଲଢିବା ପାଇଁ ଏହି ସ୍ଲୋଗାନ ଦିଆଯାଏ ?
ଉ: କୋଭିଡ-୧୯
୮- ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?
ଉ: ଆର୍କମେଡିସଙ୍କ ସିଦ୍ଧାନ୍ତ
୯- ମୁଗଳ ଶାସକ ବାବରଙ୍କ ଆତ୍ମକଥା ‘ବାବରନାମା’ କେଉଁ ଭାଷାରେ ଲେଖା ଯାଇଥିଲା ?
ଉ: ଚଗତାଇ
୧୦- ରଘୁବଂଶମ, କୁମାର ସମ୍ଭବମ, ଅଭିଜ୍ଞାନ ଶକୁନ୍ତଳମ ଓ ମୁଦ୍ରା ରାକ୍ଷସ ମଧ୍ୟରୁ କେଉଁଟି କାଳିଦାସଙ୍କ ରଚନା ନୁହେଁ ?
ଉ: ମୁଦ୍ରା ରାକ୍ଷସ
୧୧- କେଉଁ ଦେବତା ନନ୍ଦିଶ୍ଵର ଓ ଚନ୍ଦ୍ରନାଥ ନାମରେ ମଧ୍ୟ ପରିଚିତ ?
ଉ: ଭଗବାନ ଶିବ
୧୨- ‘ହିରଣ୍ୟାକ୍ଷ’ ବଦ୍ଧ କରିବା ପାଇଁ ଭଗବାନ ବିଷ୍ଣୁ କେଉଁ ଅବତାର ନେଇଥିଲେ ?
ଉ: ବରାହ
୧୩- ଗଣିତଜ୍ଞ ଜି. ଏଚ. ହାର୍ଡି ଯେତେବେଳେ ଏସ. ରାମାନୁଜଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ସେ କେଉଁ ନମ୍ବର ଟାକ୍ସି ନେଇଥିଲେ, ଯାହାକୁ ଏବେ ‘ହାର୍ଡି-ରାମାନୁଜ ନମ୍ବର’ କୁହାଯାଏ ?
ଉ: ୧୭୨୯
୧୪- ୨୦୨୧ ମସିହାର ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଜପଥ ଠାରେ କେଉଁ ଅନ୍ୟ ଦେଶର ଶଶସ୍ତ୍ର ବଳ ଦଳ ଭାଗ ନେଇଥିଲେ ?
ଉ: ବାଂଲାଦେଶ
୧୫- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ?
ଉ: ଗୋଆ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।