ମରିଗଲେ ବି ସୋମବାର ଦିନ ଭୁଲରେ ବି ଏହି 5 ଟି ଭୁଲ କରନ୍ତୁ ନାହିଁ, ଘର ପାଇଁ ନେଇ ଆସେ ବିପଦ, ନଷ୍ଟ ହୋଇଯାଏ ଘର

ସୋମବାରକୁ ଭଗବାନ ଶିବଙ୍କ ଦିନ ବୋଲି ମାନାଯାଏ । ଏହିଦିନ ଲୋକେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଓ ତାଙ୍କ କୃପା ଲାଭ କରିବା ପାଇଁ ବ୍ରତ ପାଳନ କରିଥାନ୍ତି । ଭଗବାନ ଶିବ ଖୁବ ସହଜରେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି । କିନ୍ତୁ ଏଭଳି କିଛି କାର୍ଯ୍ୟ ରହଛି ଯାହା ଆପଣ ସୋମବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ନଚେତ ଭଗବାନ ଶିବ ରୁଷ୍ଟ ହୋଇଯାନ୍ତି ଓ ଘର ପ୍ରତି ବିପଦ ମାଡି ଆସେ । ତେବେ ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ ଗୁଡିକ ।

ଯଦି ଆପଣ ସୋମବାର ବ୍ରତ ପାଳନ କରୁଛନ୍ତି ତେବେ ଏହି ଦିନ କେବେ ମଧ୍ୟ ଭୁଲରେ ଖାଦ୍ଯରେ ଲୁଣ ବ୍ୟବହାର କରିବା ଉଚିତ ନୁହେଁ । ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ । ଯଦି ଲୁଣର ଅଧିକ ଆବଶ୍ୟକ ରହିଛି ତେବେ ସାନ୍ଧବ ଲୁଣ ବ୍ୟବହାର କରିପାରିବେ କିନ୍ତୁ ଖାଇବା ଲୁଣକୁ ଭୁଲରେ ମଧ୍ୟ ହାତ ଲଗାଇବା ଉଚିତ ନୁହେଁ । ନଚେତ ଭଗବାନ ଶିବଙ୍କ ପ୍ରକୋପର ସାମନା କରିବାକୁ ପଡିପାରେ ଓ ଆପଣଙ୍କ ବ୍ରତ ମଧ୍ୟ ନିଷ୍ଫଳ ହୋଇଯିବ ।

ଦ୍ବିତୀୟରେ ଆପଣ ଯଦି ବିବାହିତା ଅଟନ୍ତି, ତେବେ ଏହି ଦିନ ପତି ପତ୍ନୀ ଉଭୟଙ୍କୁ ସଂଯମ ରଖିବା ଆବଶ୍ୟକ ଅଟେ । ସୋମବାର ଦିନ ବ୍ରତ ରଖୁଥିଲେ ଭୁଲରେ ମଧ୍ୟ ସମ୍ବନ୍ଧ ବନାନ୍ତୁ ନାହିଁ । ନଚେତ ଆପଣଙ୍କ ଉପବାସ ନିଷ୍ଫଳ ହୁଏ ଓ ଓଲଟା ଭଗବାନ ଶିବଙ୍କ ପ୍ରକୋପ ଆପଣଙ୍କ ଉପରେ ପଡିଥାଏ । କାରଣ ଯେକୌଣସି ଉପବାସରେ ବ୍ରହ୍ମଚାରୀତା ପାଳନ କରିବା ଅନିବାର୍ଯ୍ୟ ଅଟେ ।

ତୃତୀୟରେ ସୋମବାର ଦିନ କେବେ ହେଲେ ଗୁରୁଜନଙ୍କ ଅପମାନ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଘରେ ଏବଂ ଘର ବାହାରେ ନିଜ ଠାରୁ ବଡ କୌଣସି ଲୋକଙ୍କ ଅପମାନ କରନ୍ତୁ ନାହିଁ । କେହି ଆପଣଙ୍କୁ କିଛି କହିଲେ ମଧ୍ୟ ଆପଣ ଚୁପ ରହିବା ଉଚିତ ହେବ । କାରଣ ସୋମବାର ଦିନ ଗୁରୁଜନଙ୍କ ଅପମାନ କିମ୍ବା କଳି ଝଗଡା କରିବା ଦ୍ଵାରା ଭଗବାନ ଶିବ ଆପଣଙ୍କ ଉପବାସ ଗ୍ରହଣ କରନ୍ତି ନାହିଁ ବୋଲି କୁହାଯାଏ ।

ସୋମବାର ଦିନ ତାମସିକ ଭୋଜନ କରିବା ଅନୁଚିତ ଅଟେ । ସୋମବାର ପୂର୍ବ ରାତିରୁ ହିଁ ଆମିଷ ଏବଂ ପିଆଜ ରସୁଣ ଭୋଜନ ଛାଡି ଦିଅନ୍ତୁ । ଏହି ଦିନ ସକାଳେ ସ୍ନାନ କର୍ମ ସାରି ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ ଓ ଗୋଟିଏ ନଡିଆ ଭୋଗ ଲଗାନ୍ତୁ । ଏହିଦିନ ଅନ୍ୟର ମନକୁ କଷ୍ଟ ଦେବା ଭଳି କୌଣସି କଟୁ କଥା କୁହନ୍ତୁ ନାହିଁ । ଉପବାସ ସମୟରେ ଦୁଇ ବେଳା ଶିବଙ୍କ ପାଖେ ଆରତୀ ନିଶ୍ଚୟ କରିବା ଉଚିତ ।

ଭଗବାନ ଶିବଙ୍କୁ ସ୍ଵର ଶବ୍ଦ ବିଲକୁଲ ମଧ୍ୟ ପସନ୍ଦ ନୁହେଁ । ସେଥିପାଇଁ ଶିବଙ୍କ ପୂଜା କରିବା ସମୟରେ ଶାନ୍ତି ରକ୍ଷା କରିବା ଆବଶ୍ୟକ । ନଚେତ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।