ବୟସ ଓ ଉଚ୍ଚତା ଅନୁସାରେ କେତେ ହେବା ଆବଶ୍ୟକ ଆପଣଙ୍କ ଓଜନ, ଏହିପରି ଜାଣନ୍ତୁ ! ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଆଜିର ସମୟରେ ଯେଉଁ ପ୍ରକାରର ଅନିୟମିତ ଜୀବନଶୈଳୀ ଆମେ ବଞ୍ଚୁଛୁ ସେଥିରେ ସୁସ୍ଥ ରହିବା କଷ୍ଟକର ଅଟେ । ପ୍ରକୃତରେ ହେଲଦି ରହିବା ପାଇଁ ଠିକ ଡାଏଟ ସହିତ ଓଜନ ଜଣାଥିବା ନିହାତି ଜରୁରୀ ଅଟେ । କିନ୍ତୁ ଆଜିକାଲି ଆମେ ଯେଉଁ ପ୍ରକାରର ଭୋଜନ କରୁଛୁ ସେ ଆମ ପେଟର ଭୋକକୁ ତ ଶାନ୍ତ କରିଥାଏ, କିନ୍ତୁ ଆମକୁ ଠିକ ପୋଷଣ ଦେଇ ନଥାଏ । ଯାହା ପାଇଁ ଲୋକ ହୁଏତ ଅଧିକ ମୋଟା ହୋଇଯାଏ ନତୁବା କୁପୋଷଣର ଶିକାର ହୋଇଥାଏ । ଏମିତିରେ ପ୍ରଶ୍ନ ଉଠେ କି ଆମ ଶରୀରର ଓଜନ କେତେ ହେବା ଆବଶ୍ୟକ ।

Image courtesy: Google

ପ୍ରାୟତଃ ଲୋକ ଏହି କଥାକୁ ନେଇ କନଫ୍ୟୁଜନରେ ରହିଥାନ୍ତି କି ଆମର ଆଦର୍ଶ ଓଜନ କେତେ ହେବା ଆବଶ୍ୟକ ବା ଏକ ବିଶେଷ ବୟସରେ ଓଜନ କେତେ ବଢିବା ଠିକ ଅଟେ । ଯଦି ଆପଣଙ୍କ ମନରେ ବି କିଛି ଏମିତି ଦ୍ଵନ୍ଦ ଅଛି ତେବେ ଚାଲନ୍ତୁ ଆପଣଙ୍କୁ ଜଣାଉଛୁ କି ଉଚ୍ଚତା ଅନୁସାରେ ଗୋଟିଏ ବ୍ୟକ୍ତିର ଓଜନ କେତେ ହେବା ଆବଶ୍ୟକ ।

ଲିଙ୍ଗ, ବୟସ ଓ ଉଚ୍ଚତା ଅନୁସାରେ ହେବା ଆବଶ୍ୟକ ଓଜନ

Image courtesy: Google

ଆଦର୍ଶ ଓଜନ ବ୍ୟକ୍ତିର ଲିଙ୍ଗ, ବୟସ ଓ ଶରୀରର ଉଚ୍ଚତା ଉପରେ ନିର୍ଭର କରିଥାଏ । ଯେମିତି କି ମହିଳା ଓ ପୁରୁଷଙ୍କ ମଧ୍ୟରେ ଆଦର୍ଶ ଓଜନ ଅଲଗା ଅଲଗା ହୋଇଥାଏ । ଯଦି ଲିଙ୍ଗ ହିସାବରେ କୁହାଯାଏ ତେବେ 16 ବର୍ଷ ବୟସରେ ପୁଅ ମାନଙ୍କ ଓଜନ ଯେଉଁଠି 50-60 ହେବା ଆବଶ୍ୟକ, ସେଇଠି ଝିଅମାନଙ୍କ ଓଜନ ସେହି ବୟସରେ 45-50 କିଲୋ ମଧ୍ୟରେ ହେବା ଆବଶ୍ୟକ । ସେଇଠି ଆଦର୍ଶ ଓଜନ ପାଇଁ ସବୁଠୁ ଭଲ ମାପକ ବ୍ୟକ୍ତିର ଉଚ୍ଚତା ହୋଇଥାଏ, ଅର୍ଥାତ ଯାହାର ଉଚ୍ଚତା ଅଧିକ ହେବ ତାର ଓଜନ ଅଧିକ ଓ ଯାହାର ଉଚ୍ଚତା କମ ତାର ଓଜନ ସେହି ହିସାବରେ କମ ହେବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ବଡି ମାସ୍କ ଇଣ୍ଡେକ୍ସ ବା ବିଏମଆଇ ସ୍ତର ଜଣାଥିବା ଦରକାର ।

ବିଏମଆଇ ରୁ ଜାଣନ୍ତୁ ଆଦର୍ଶ ଓଜନ

Image courtesy: Google

ପ୍ରକୃତରେ ବିଏମଆଇ ଆପଣଙ୍କ ଶରୀରର ଓଜନ ଓ ଉଚ୍ଚତାର ରେସିଓ ହୋଇଥାଏ । ଏହି ଆଦର୍ଶ ଓଜନ ଜାଣିବାର ଏକ ସହଜ ଫରମୂଲା ଅଛି ଯାହାକୁ ଆଧାର କରି ଆମେ ଜାଣି ପାରିବା କି ଆପଣ ଓଭରୱେଟ ଅଟନ୍ତି ନା ଅଣ୍ଡରୱେଟ । ତେବେ ଚାଲନ୍ତୁ ଆପଣଙ୍କୁ ଏହାକୁ ଜାଣିବାର ଉପାୟ କହିବୁ ।

ଏହାକୁ ଜାଣିବା ପାଇଁ ନିଜର ଉଚ୍ଚତା ଓ ଓଜନ କୁ ଚେକ କରନ୍ତୁ ଓ ଏହି ଫରମୁଲାରେ ପକାନ୍ତୁ । ଏହାର ଫରମୂଲା ଅଟେ – ବିଏମଆଇ = ଓଜନ (କିଲୋଗ୍ରାମ) / ଉଚ୍ଚତା(ମିଟର)

ଯେମିତି କି ଯଦି ଆପଣଙ୍କର ଓଜନ 60 କିଲୋ ଅଟେ ଉଚ୍ଚତା 5.8 ଫିଟ ବା 1.76784 ମିଟର ଅଟେ । ତେବେ ଏହାର ବିଏମଆଇ ଏହିପରି ବାହାର କରି ପାରିବେ… 60/1.76784*1.76784 = 19.20 ଆପଣଙ୍କର ବିଏମଆଇ ହେବ ।

ଅଣ୍ଡର ୱେଟ ଅଟନ୍ତି ଆପଣ

Image courtesy: Google

ଏବେ ପ୍ରଶ୍ନ ଏହା ଅଟେ କି ବଡି ଇଣ୍ଡେକ୍ସ କେତେ ହେବା ଆବଶ୍ୟକ ଯାହା ଦ୍ଵାରା ଆମେ ଏହା ଜାଣିପାରିବୁ କି ଓଜନ ଅନୁସାରେ ଆମେ ସୁସ୍ଥ ଅଛୁ କି ନାହିଁ । ଆପଣଙ୍କୁ ଜଣାଇ ଦେଉଛୁ କି ଆଦର୍ଶ ବିଏମଆଇ 18.5 ରୁ 24.9 ହେବା ଆବଶ୍ୟକ । ମାନେ ଯଦି ଆପଣଙ୍କ ବିଏମଆଇ 18.5 ରୁ କମ ଅଟେ ତେବେ ଭାବିବେ କି ଆପଣଙ୍କର ଓଜନ ସାମାନ୍ୟରୁ କମ ଅଟେ । ଏମିତିରେ ଆପଣ ଠିକ ଖାଦ୍ୟପେୟ ଜରିଆରେ ନିଜର ଓଜନ ବଢାଇବାର ପ୍ରୟାସ କରନ୍ତୁ ।

ଫିଟ ଅଛନ୍ତି ଆପଣ

Image courtesy: Google

ସେଇଠି ଯଦି ଆପଣଙ୍କ ବିଏମଆଇ ସ୍ତର 18.5 ରୁ 24.9 ମଧ୍ୟରେ ଅଟେ ତେବେ ଏହା ଆପଣଙ୍କର ଆଦର୍ଶ ସ୍ଥିତି ଅଟେ । ଆପଣ ବିଲକୁଲ ଫିଟ ଅଛନ୍ତି ଓ ଆପଣଙ୍କୁ ଏହାକୁ ମେଣ୍ଟେନ କରିବାର ଅଛି । ଯଦି ଆପଣଙ୍କର ବିଏମଆଇ ସ୍ତର 25 ବା ତା ଠାରୁ ଅଧିକ ଅଟେ ତେବେ ଆପଣଙ୍କୁ ସାବଧାନ ହେବା ଆବଶ୍ୟକ କାରଣ ଏପରି ସ୍ଥିତିରେ ଆପଣଙ୍କୁ ଡାଇବେଟିସ, ହାର୍ଟ ରୋଗ ବା ଷ୍ଟ୍ରୋକ ହେବାର ଚାନ୍ସ ଅଧିକ ଥାଏ । ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଅଧିକ ହେଲ୍ଥ ଟିପ୍ସ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।