ଆଣ୍ଠୁ ଦରଜ, ଅଣ୍ଟା ଦରଜକୁ ମୂଳରୁ ଭଲ କରିବାର ଅଛି ତ କରନ୍ତୁ ଏହାର ବ୍ୟବହାର, ଜାଣିନିଅନ୍ତୁ ବ୍ୟବହାର କରିବାର ସଠିକ ତରିକା

ସାଧାରଣତଃ ଦେଖାଯାଏ କି ବୟସ ବଢିବା ସହିତ ଅଣ୍ଟା ଏବଂ ଆଣ୍ଠୁରେ ଦରଜ ରହିଥାଏ ଯାହା କାରଣରୁ ଆମକୁ ବହୁତ ସମସ୍ୟାରେ ଗତି କରିବାକୁ ପଡିଥାଏ । ବହୁତ ପ୍ରକାରର ଉପାୟ କଲା ପରେ ବି ଆମକୁ ଆରାମ ମିଳି ନଥାଏ । ଯଦି ଆପଣଙ୍କ ସହିତ କିଛି ଏମିତି ହେଉଛି ତେବେ ଏହି ଲେଖାଟି ପଢିବା ଆପଣଙ୍କ ପାଇଁ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ତେଲ ତିଆରି କରିବା ଶିଖାଇବୁ ଯାହାକୁ ପ୍ରୟୋଗ କରି ଆପଣଙ୍କର ଏହି ସବୁ ସମସ୍ୟା ସବୁ ଦିନ ପାଇଁ ଭଲ ହୋଇଯିବ ।

ଆଣ୍ଠୁ ଦରଜ, ଅଣ୍ଟା ଦରଜ ଆଜିର ସମୟରେ ସବୁଠୁ ବଡ ସମସ୍ୟା ହୋଇଛି । ଆଜି ଭାରତରେ ପ୍ରତି 10 ଟି ଲୋକରେ 6 ଟି ଲୋକ ଏହାର ଶିକାର ହେଉଛନ୍ତି । 40 ବର୍ଷ ପରେ ହାଡ କମ୍ଜୋର ହେବାକୁ ଲାଗେ ଯାହା କାରଣରୁ ଆମର ଗଣ୍ଠି ଦରଜ ହେବା ଆରମ୍ଭ ହୋଇଥାଏ । କିନ୍ତୁ ଆଜି କାଲିର ଖରାପ ଖାଦ୍ୟପେୟ କାରଣରୁ ବା ଭୁଲ ଜୀବନଶୈଳୀ କାରଣରୁ ଆମ ଶରୀରରେ କମ ବୟସରେ ହିଁ ଗଣ୍ଠି ଦରଜ, ଅଣ୍ଟା ଦରଜର ସମସ୍ୟା ହେବାକୁ ଲାଗୁଛି ।

Google

ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ପେନକିଲର ବ୍ୟବହାର କରିଥାନ୍ତି କିନ୍ତୁ କଣ ଆପଣଙ୍କୁ ଜଣା ଅଛି ମିନିଟ ମଧ୍ୟରେ କଷ୍ଟରୁ ଆରମ ଦେଉଥିବା ପେନକିଲର ଆପଣଙ୍କ ଜୀବନକୁ ବର୍ବାଦ କରିପାରେ । ତେବେ ଚାଲନ୍ତୁ ଏବେ ଆମେ ଆପଣଙ୍କୁ ଜଣାଇବୁ କି ସେହି ଘରୋଇ ତେଲ କଣ ଅଟେ ଯିଏ ଆପଣଙ୍କୁ କଷ୍ଟରୁ ଆରମ ଦେବ ।

ଆବଶ୍ୟକ ସାମଗ୍ରୀ

Google

କାଷ୍ଟର ଅଏଲ (50 ଗ୍ରାମ)

ରାଶି ତେଲ (50 ଗ୍ରାମ )

ଏହି ଦୁଇଟି ତେଲକୁ ଭଲ ଭାବେ ମିଶାଇ ଗରମ କରି ଦିଅନ୍ତୁ । ଯେବେ ଏହା ଗରମ ହୋଇଯିବ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ କୌଣସି ଏକ କାଚର ଶିଶିରେ ରଖି ଦିଅନ୍ତୁ ।

Google

ଆପଣଙ୍କୁ ଏହାର ବ୍ୟବହାର ରାତିରେ କରିବାକୁ ହେବ ଓ ଏହାର ବ୍ୟବହାର କରିବା ପୂର୍ବରୁ ଆପଣଙ୍କୁ ଯେଉଁଠି ଏହାର ମାଲିସ କରିବାର ଅଛି ସେଠାରେ କିଛି ସମୟ ପୂର୍ବରୁ ଗରମ ପାଣିରେ ଭିଜା ଯାଇଥିବା ତଉଲିଆ ରଖିବାର ଅଛି । ଏମିତି କରିବା ଦ୍ଵାରା ଆପଣଙ୍କର ସ୍କିନର ପୋର ସବୁ ଖୋଲିଯାଇଥାଏ ଓ ତେଲ ଭଲ ଭାବେ ତଳ ପର୍ଯ୍ୟନ୍ତ ପହଞ୍ଚି ପାରେ । ଏହା ପରେ ଆପଣଙ୍କୁ ତେଲକୁ ଭଲ ଭାବେ ମାଲିସ କରିବାର ଅଛି ପରେ ଗରମ କପଡା ବା ଗରମ ପଟି ବାନ୍ଧି ଶୋଇଯିବେ । ସକାଳ ପର୍ଯ୍ୟନ୍ତ ଆପଣଙ୍କର କଷ୍ଟ ଦୂର ହୋଇଯିବ ।

ଏହା ଥିଲା ଅଣ୍ଟା ଦରଜ ଓ ଗଣ୍ଠି ଦରଜ ପାଇଁ କିପରି ତେଲ ତିଆରି କରି ତାର ବ୍ୟବହାର କରିବେ । ଏବେ ଆମେ କଥା ହେବା କି ଶରୀରର ସବୁ ଗଣ୍ଠି ଦରଜକୁ ଠିକ କରିବା ପାଇଁ ନିଜ ଜୀବନରେ କଣ କଣ ଅଭ୍ୟାସ ବଦଳାଇବାକୁ ପଡିବ ।

କେଉଁ କେଉଁ କଥାର ଧ୍ୟାନ ରଖିବେ

Google

୧. ଅଧିକ ପାଣିର ସେବନ କରନ୍ତୁ ।

୨. ସବୁଜ ପନିପରିବାର ସେବନ କରନ୍ତୁ ।

୩. କ୍ଷୀର ଓ ପନିର ବା ଅଧିକ କ୍ୟାଲସିୟମ ଯୁକ୍ତ ଖାଦ୍ୟର ସେବନ କରନ୍ତୁ ।

Google

୪. ୪୦ ମିନିଟ ପର୍ଯ୍ୟନ୍ତ ଯୋଗ କରନ୍ତୁ । ଯୋଗ କରି ନ ପାରିଲେ ୪୦ ମିନିଟ ପାଇଁ ଚାଲନ୍ତୁ ।

୫. ଫାଷ୍ଟଫୁଡର ସେବନ କରନ୍ତୁ ନାହିଁ ।

୬. ୭-୮ ଘଣ୍ଟା ନିଦ୍ରା ନିଅନ୍ତୁ ।

ଯଦି ଆପଣ ବା ଆପଣଙ୍କର କେହି ନିଜ ଲୋକ ଏହି ସମସ୍ୟାରେ ପୀଡିତ ତେବେ ଏହି ଉପାୟ ଥରେ ଆପଣାଇ ଦେଖନ୍ତୁ ଓ ଅନ୍ୟ ମାନଙ୍କ ସହ ଏହାକୁ ସେୟାର କରନ୍ତୁ । ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କ ପାଖରେ ଆହୁରି ଏହିଭଳି ହେଲ୍ଥ ଟିପ୍ସ ପହଞ୍ଚାଇ ପାରିବୁ ।